ରାସ୍ତା କଡରେ ପଡ଼ିରହିଛି ନବଜାତ ଶିଶୁର ମୃତଦେହ

ରାସ୍ତା କଡରେ ପଡ଼ିରହିଛି ନବଜାତ ଶିଶୁର ମୃତଦେହ
କୁକୁଡ଼ାଖଣ୍ଡି, ୩।୨(ଫୋକସ ପ୍ଲସ): ଦିଗପହଣ୍ଡି ମୁଖ୍ୟ ଜାତୀୟ ରାଜପଥ ଡ଼େଙ୍ଗାପଦର ନିକଟରେ ଏକ ନବଜାତ ଶିଶୁର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ଶିଶୁଟିକୁ ଦେଖିବା ପାଇଁ ଆଖପାଖ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ମାତ୍ର ପିଲାଟି କାହାର ତାହା ବର୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନାହିଁ। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଶିଶୁର ମୃତଦେହ ଏଠାରେ ପଡିଛି ତାହା ଏବେ ବି ଅସ୍ପଷ୍ଟ ରହିଛି। ନବଜାତ ଶିଶୁଟିକୁ କେହି ଦୁର୍ବୁତ୍ତ ଜରି ବ୍ୟାଗରେ ଭର୍ତି କରି ରାସ୍ତା କଡରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି କ୍ଷ ଅନ୍ୟପଟେ ମୃତ ଶିଶୁକୁ ମୃତ୍ୟୁ ପରେ ସେଠାରେ କେହି ଫୋପାଡ଼ି ଦେଇଛି ନା ଆଉ କିଛି ଅଘଟଣ ହୋଇ ଥାଇ ପାରେ ବୋଲି ସନ୍ଦେହ ସୃଷ୍ଟି ହେଉଛି । ତେବେ ବର୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ କେହି ପ୍ରଶାସନିକ ଅଧିକାରୀ ପହଂଚିନଥିବା ଦେଖିବାକୁ ମିଳିଛି ।
ରିପୋର୍ଟ – ପପୁ ରଣା

Leave a Reply

Your email address will not be published. Required fields are marked *