ରେଲୱେ ବାତିଲ୍‌ କଲା ୩୩୩ ଟ୍ରେନ୍‌

ଭାରତରେ ରେଲୱେ ସାଧାରଣ ଲୋକଙ୍କ ଜୀବନ ଧାରାରେ ରୁପ ପରିଗଣିତ । ଯାତ୍ରୀଙ୍କ ପାଇଁ ବଡ ଖବର..ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରନ୍ତି । ରେଲୱେ ମଧ୍ୟ ପ୍ରତିଦିନ ଲୋକଙ୍କ ସୁବିଧା ନିମନ୍ତେ ଦିନରାତି କାମ କରିଥାଏ। କିନ୍ତୁ ଟ୍ରେନ୍ ବାତିଲ ହେତୁ ଅନେକ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଖରାପ ପାଗ, ବର୍ଷା, କୁହୁଡ଼ି, ଝଡ ବାତ୍ୟା ଯୋଗୁଁ ଇତ୍ୟାଦି ଟ୍ରେନ୍ ବାତିଲ ହେବାର ଅନେକ ସମ୍ଭାଵନା ରହିଥାଏ । ଏହା ସହିତ ଟ୍ରେନ୍ ଟ୍ରାକ୍ ମରାମତି ହେତୁ ଅନେକ ଟ୍ରେନ୍ ମଧ୍ୟ ବାତିଲ୍ ହୋଇଥାଏ।କିନ୍ତୁ ଏହାର ସୂଚନା ରେଲୱେର ଅଫିସିଆଲ ୱେବସାଇଟରେ ପ୍ରତିଦିନ ଜାରି ହେଉଛି । ସେହିପରି ଆଜି ୩୦୦ରୁ ଅଧିକ ଟ୍ରେନକୁ ବାତିଲ କରିଛି ରେଲୱେ । ଏହା ସହ କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ରେଲୱେର ଅଫିସିଆଲ ୱେବସାଇଟ enquiry.indianrail.gov.in ରେ ସକାଳ ୮.୩୦ରେ ଦିଆଯାଇଥିବା ଅପଡେଟ ଅନୁସାରେ, ରବିବାରରେ ରେଲୱେ ପକ୍ଷରୁ ୩୩୬ ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି । ସେହିପରି ୨୫ଟି ଆଂଶିକ ଭାବେ ବାତିଲ ହୋଇଛି ।ଏହା ବ୍ୟତୀତ ୩୨ଟି ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି । । । ରେଲୱେର ଅଫିସିଆଲ ୱେବସାଇଟ enquiry.indianrail.gov.in ମାଧ୍ୟମରେ ଆପଣ ସମ୍ପୂର୍ଣ୍ଣ ଲିଷ୍ଟ ଚେକ୍ କରିପାରିବେ । ଏହା ସହ ଏଥିରେ ଆପଣଙ୍କୁ କ୍ୟାନସିଲ୍‌ ଟ୍ରେନ୍‌ ରିସିଡ୍ୟୁଲ୍‌ର ଲିଷ୍ଟ ବି ଦେଖି ପାରିବେ ।ପରିସ୍ଥିତି ସୁଧୁରିଲା ପରେ ଯାଇ ଟ୍ରେନ ଚଳାଚଳା ସ୍ୱାଭାବିକ ହେବ

Leave a Reply

Your email address will not be published. Required fields are marked *