ଶ୍ରମିକଙ୍କ ଆହାର ଉପରେ ପାହାର

ଫୋକସ ପ୍ଲସ ୨/୬/୨୨(ବିଞ୍ଝାରପୁର):ଗ୍ରାମାଞ୍ଚଳରେ ଶ୍ରମିକ ମାନଙ୍କ ପାଇଁ ସରକାର ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ରେ ପ୍ରତି ପଞ୍ଚାୟତ କୁ କାମ ଯୋଗାଇ ଦେଉଥିବା ବେଳେ କାର୍ଯ୍ୟ ର ଶୈଳୀ ରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇଛି ଯାଜପୁର ଜିଲ୍ଳା ର ବିଂଝାରପୁର ରେ। ମେସିନ୍ ସାହାଯ୍ୟ ରେ କାର୍ଯ୍ୟ କରାଯାଇ ଏଠି ମିଛ ଶ୍ରମିକ ନାମରେ ଦିଆ ଯାଉଛି ଜବ କାର୍ଡ ଟଙ୍କା। ଗତ ବର୍ଷ ଶ୍ରମିକ ମାନଙ୍କ ସ୍ବାର୍ଥ କୁ ଦୃଷ୍ଟି ରେ ରଖି ଓ ମିଥ୍ୟା ଶ୍ରମିକ କାର୍ଡ ରେ କିଛି ନେତା ଓ ସରକାରୀ ବାବୁ ମାନେ ଅର୍ଥ ହଡ଼ପ କରିଥିବା ନେଇ ଏହି ବ୍ଲକ ର ଜରୀ, ବାଙ୍ଗରା, ସିଂହପୁର ଓ ଫତେପୁର ପଞ୍ଚାୟତ ବାସୀ ଅନଶନ କରୁଥିଲେ। ଜିଲ୍ଳାପାଳ ଙ୍କ ତଦନ୍ତ ରେ ଜରୀ ପଞ୍ଚାୟତ ର କାର୍ଯନିର୍ବାହୀ ଅଧିକାରି, ଜି ଆରଏ ସ ଓ ଜଣେ କନିଷ୍ଠ ଯନ୍ତ୍ରୀ ଙ୍କୁ ଚାକିରି ରୁ ନିଲମ୍ବନ ହେବାକୁ ପଡ଼ିଥିଲା। ପରେ ପରେ କେନ୍ଦ୍ରୀୟ ଟିମ କାର୍ଯ୍ୟ ଗୁଡ଼ିକ ର ତଦନ୍ତ ଜାରି ରଖି ତନା ଘନା ଆରମ୍ଭ କରିଥିଲା। ଯାହାକି ସେତେବେଳେ ବ୍ଲକ ର ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ଜିଆର ଏସ ଙ୍କ ପର୍ଯ୍ୟନ୍ତ କୋକୁଆ ଭୟ ସୃଷ୍ଟି ହୋଇଥିଲା। କାରଣ ଦୁର୍ନିତି ର ଗନ୍ତା ପାଲଟିଥିଲା ବିଂଝାରପୁର। ହେଲେ କେନ୍ଦ୍ରୀୟ ତଦନ୍ତ ରିପୋର୍ଟ ଅଧାବାଟରେ ରହିଗଲା। ଯାହାକୁ କେନ୍ଦ୍ର କରି ଏବେ ବିଂଝାରପୁର ରେ ଖୁଲମ୍ ଖୁଲା ଦିନ ଦୁଇପହରରେ ମେସିନ୍ ସାହାଯ୍ୟ ରେ ମିଛ ଶ୍ରମିକ ଦର୍ଶାଇ ଚାଲିଛି ମନରେଗା କାର୍ଯ୍ୟ। ଏ ସବୁ ଅଭିଯୋଗ ଥିଲେ ମଧ୍ୟ ବିଂଝାରପୁର ବିଡ଼ିଓ ନିଦାବିଷ୍ଣୁ ସାଜିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ର କିଛି ମୁନାଫା ଖୋର ଠିକାଦାର୍ ଙ୍କ ଅସାଧୁ ମେଣ୍ଟ ଆଜି ଶ୍ରମିକ ଙ୍କ ଆହାର ଉପରେ ପାହର ଦେଇଛି।

Leave a Reply

Your email address will not be published. Required fields are marked *