ସକାଳର ଗୁରୁତ୍ୱପୂର୍ଣ ଖବର…

ଫୋକସ ପ୍ଲସ (ବ୍ୟୁରୋ) ୦୧/୦୬/୨୨: ୧-ବଲିଉଡ୍‌ର ଲୋକ ପ୍ରିୟ କଣ୍ଠଶିଳ୍ପୀ‌ କେକେଙ୍କର ମୃତ୍ୟୁ : କୋଲକାତାରେ ସଙ୍ଗୀତ ପରିବେଷଣ ସମୟରେ ମୃତ୍ୟୁ ହୋଇଥିବା ସୂଚନା

୨-ଏସିଆ କପ୍ : ଭାରତ-ଦକ୍ଷିଣ କୋରିଆ ମ୍ୟାଚ୍ ଡ୍ର, ଫାଇନାଲରୁ ବାଦ୍ ପଡିଲା ଟିମ୍ ଇଣ୍ଡିଆ

୩-ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁଙ୍କ ହତ୍ୟା ମାମଲାରେ ପ୍ରଥମ ଅଭିଯୁକ୍ତକୁ ୫ ଦିନ ପାଇଁ ରିମାଣ୍ଡରେ ନେଲା ପଞ୍ଜାବ ପୁଲିସ

୪-ପୁଅର ମରଶରୀରକୁ ବର ବେଶରେ ସଜାଇଲେ ବାପା-ମାଆ : ସିଦ୍ଧୁ ମୁସେଓ୍ୱାଲାଙ୍କ ଅନ୍ତିମ ଯାତ୍ରା ବେଳେ ଲୁହରେ ଭିଜିଲା ପୈତୃକ ଗ୍ରାମ

୫-ଫାରୁକ ଅବଦୁଲ୍ଲାଙ୍କୁ ଜେରା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ ଘଣ୍ଟା ଜେରା କରିଛି

୬-ଜାମ୍ମୁକାଶ୍ମୀରରେ ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା । ଘାଟିରେ ପୁଣି ଉତ୍ତେଜନା

୭-MLA କ୍ୱାର୍ଟର ଗଛ କଟା ! କୁଣ୍ଢେଇ କାନ୍ଦିଲେ ଲୋକେ, ଆନ୍ଦୋଳନରେ ସାମିଲ ହେଲେ ତଥାଗତ-ସୁର

୮-ଜାତୀୟ ଯୋଗ ଅଲିମ୍ପିଆଡ୍‌ରେ ଯୋଗଦେବେ ଓଡ଼ିଶାର ୧୬ ଜଣ ଛାତ୍ରଛାତ୍ରୀ

୯-କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି , ମଲ୍ଟିସିଷ୍ଟମ କେବୁଲ ଅପରେଟରଙ୍କ ଆଉଟ-ପୁଟ୍ ଫିଡ ଉପରେ ଏବେ ରଖିବେ ନଜର

୧୦-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ୨ ସହିଦ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କ ସଂପର୍କୀୟଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଏହି ସମ୍ମାନ ପ୍ରଦାନ କରିଛନ୍ତି

୧୧-ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ଏକ ନମ୍ବର ମସଲା ଉଦ୍ୟୋଗ ରୁଚିର ନିର୍ଦ୍ଦେଶିକା ତଥା ଯୁବ ମହିଳା ଉଦ୍ୟୋଗୀ ରଶ୍ମି ସାହୁ ଚଳିତ ବର୍ଷ ଆୟୋଜିତ ସମ୍ମାନଜନକ ଟାଇମ୍ସ୍ ବିଜନେସ୍ ଆୱାର୍ଡ୍ସ ୨୦୨୨ରେ ସମ୍ମାନିତ ହୋଇଛନ୍ତି

୧୨-ମେ’ ଶେଷ ଦିନରେ ବି ତାପମାତ୍ରାରୁ ନିସ୍ତାର ନାହିଁ, ୪୪.୫ ଡିଗ୍ରି‌ରେ ସିଝିଲା ସୋନପୁର

୧୩-ମାଆଙ୍କ ଚିତ୍ର ନେବା ପାଇଁ କାର୍ ଅଟକାଇଲେ ମୋଦୀ, ଶିମଲାରେ ହୀରାବେନଙ୍କ ଚିତ୍ର ଧରି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ପାଖରେ ଛିଡା ହୋଇଥିଲେ ଯୁବତୀ

୧୪-ବ୍ରଜରାଜନଗର ଉପ-ନିର୍ବାଚନ : ଶାନ୍ତି ଶୃଙ୍ଖଳାରେ ସରିଲା ଭୋଟ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୭୧.୯୦ ପ୍ରତିଶତ ମତଦାନ

୧୫-ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧି ଏକାଦଶ କିସ୍ତି । ସିମଳାରେ ଅନୁଷ୍ଠିତ ଉସôବରେ ପ୍ରଧାନମନ୍ତ୍ରୀ କିସ୍ତି ପ୍ରଦାନ କରିଛନ୍ତି । ଦେଶର ପ୍ରାୟ ୧୦କୋଟି ଚାଷୀଙ୍କ ଖାତାକୁ ଯାଇଛି ୨୧ହଜାର କୋଟି

୧୬-ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନେଇ ବଢ଼ିଲା ବିବାଦ: ଚିନ୍ତାରେ ୨୦ ହଜାର ପରିବାର

୧୭-ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଧର୍ମପଦ ପୁରସ୍କାର’: ୫ ଶିଳ୍ପୀଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନା

୧୮-ଟ୍ରାକ୍‌କୁ ଫେରିଲା ଅର୍ଥନୀତି: ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୮.୭%

୧୯-ଆଇଏମଏସ ଓ ସମ୍ ହସ୍ପିଟାଲର ନୂଆ ଡିନ୍‌ ହେବେ ପ୍ରଫେସର ଡାକ୍ତର ସଂଘମିତ୍ରା ମିଶ୍ର

୨୦-କଂଗ୍ରେସ ସହ କାମ କରିବି ନାହିଁ, ନିଜେ ତ ଡୁବିବ ସମସ୍ତଙ୍କୁ ଡୁବେଇ ଦେବ: ପ୍ରଶାନ୍ତ କିଶୋର।

Leave a Reply

Your email address will not be published. Required fields are marked *