ସପିଙ୍ଗ ମଲରେ କାମକରି ସ୍ୱାମୀଙ୍କୁ ପୋଷୁଥିବା ମହିଳାଙ୍କୁ ନିଜେ ସ୍ୱାମୀ ହତ୍ୟାକରିଥିବା ଅଭିଯୋଗ

ସପିଙ୍ଗ ମଲରେ କାମକରି ସ୍ୱାମୀଙ୍କୁ ପୋଷୁଥିବା ମହିଳାଙ୍କୁ ନିଜେ ସ୍ୱାମୀ ହତ୍ୟାକରିଥିବା ଅଭିଯୋଗ।ମହିଳାଙ୍କୁ ବାପଘରୁ ଅଧିକ ଯୌତୁକ ଦାବିରେ ହତ୍ୟା କରି ଆତ୍ମହତ୍ୟାର ରୁପଦେବାକୁ ଉଦ୍ୟମ କରି ସ୍ୱାମୀ ଥାନାରେ ଅଟକ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ଅଞ୍ଚଳରେ।
ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ଅଲଣା ଗ୍ରାମର ଗଙ୍ଗାଧର ଦାସଙ୍କ ସାନଝିଅ ସରସ୍ୱତୀ ଦାସ ଚାରିବର୍ଷ ତଳେ କୁଜଙ୍ଗ ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ବାସୁଦେବ କାହାଳିଙ୍କ ପୁଅ ବିଶ୍ୱଜୀତ ସାମଲଙ୍କୁ ପ୍ରେମ ବିବାହ କରିଥିଲେ।ବିବାହର ଦୁଇମାସ ନପୁରୁଣୁ ସରସ୍ୱତୀଙ୍କୁ ଶାଶୁଘର ଲୋକେ ଅଧିକ ଦୁଇଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇଥିଲେ।ନିର୍ଯ୍ୟାତନା ସହି ନପାରି ସରସ୍ୱତୀ ସ୍ୱାମୀ ବିଶ୍ୱଜୀତ ସହ ରାହାମା ମେଡିକାଲ ପଛପଟ କେଳାସାହି ନିକଟରେ ଭଡାଘରେ ରହି ଏକ ସପିଙ୍ଗ ମଲରେ କାମ କରୁଥିଲେ।ସ୍ୱାମୀ କୌଣସି ରୋଜଗାର ନକରି ସ୍ତ୍ରୀଙ୍କ ରୋଜଗାରରେ ଚଳୁଥିଲେ ମଧ୍ୟ ବାରମ୍ବାର ବାପଘରୁ ଟଙ୍କା ଆଣିବା ପାଇଁ ନିର୍ଯ୍ୟାତନା ଦେଉଥିଲା।ସରସ୍ୱତୀର ଅବସ୍ଥା ଦେଖି ପଚାଶ ହଜାର ଟଙ୍କା ବାପଘର ଦେଇଥିଲେ।ଗତ ଚାରିଦିନ ହେବ ଅବଶିଷ୍ଟ ଟଙ୍କା ଆଣିବାକୁ ସରସ୍ୱତୀକୁ ସ୍ୱାମୀ ମାଡମାରି ଆସୁଥିବା ବେଳେ ଗତକାଲି ଠାରୁ ଆଉ ଫୋନ ଉଠାଇନଥିଲେ।ଆଜି ଦିନ ୧୧ଟାରେ ଘରମାଲିକ ସରସ୍ୱତୀ ମଣିଜଙ୍ଗା ମେଡିକାଲରେ ଅଛି ବୋଲି ସରସ୍ୱତୀଙ୍କ ବାପଘରକୁ ଜଣାଇଥିଲେ।ମେଡିକାଲରେ ଆସି ଦେଖିବାରେ ସରସ୍ୱତୀ ମୃତ୍ୟୁ ବରଣ କରିଥିବା ସରସ୍ୱତୀର ବାପ,ମାଆ ଓ ପରିବାର ଲୋକ ଦେଖିବାକୁ ପାଇଥିଲେ।ସରସ୍ୱତୀକୁ ସ୍ୱାମୀ ଯୌତୁକ ପାଇଁ ନିର୍ମମ ଭାବେ ହତ୍ୟା କରିଥିବା ସରସ୍ୱତୀର ପରିବାର ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି।ସରସ୍ୱତୀକୁ ଯୌତୁକ ପାଇଁ ସ୍ୱାମୀ ବିଶ୍ୱଜୀତ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ଦୀର୍ଘ ଛଅମାସ ଧରି ଘରଭଡା ଦେଇନଥିବାରୁ ଘରମାଲିକ ସରସ୍ୱତୀକୁ ଗାଳିଗୁଲଜ କରିବାରୁ ସେ ମାନସିକ ଭାବେ ଭାଙ୍ଗି ପଡିଥିଲେ ବୋଲି କେତେକ ଚର୍ଚ୍ଚା କରୁଛନ୍ତି।ଘଟଣାକୁ ନେଇ ପୋଲିସ ମେଡିକାଲ ଓ ରାହାମା ଭଡାଘରେ ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ଜବତ କରିବା ସହ ସ୍ୱାମୀ ବିଶ୍ୱଜୀତ ସାମଲକୁ ତିର୍ତ୍ତୋଲ ଥାନାରେ ଅଟକ ରଖି ତଦନ୍ତ କରୁଛନ୍ତି।

: ତିର୍ତ୍ତୋଲରୁ ନିଶାକର ଦାସ, ଫୋକସ ପ୍ଲସ ନ୍ୟୁଜ୍ ।

Leave a Reply

Your email address will not be published. Required fields are marked *