ସରକାରଙ୍କ ବିକାଶ ଯୋଜନା ଠାରୁ ବହୁ ଦୂରରେ ବନ୍ତୁଲ ପଞ୍ଚାୟତ ବାସୀ , ଇନ୍ଦିରା ଆବାସ କେବେ?

ତାଳଚେର : ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ବହୁ ଲୋକାଭିମୁଖୀ ଯୋଜନା କରିଥିଲେ ମଧ୍ୟ ଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ।ଏହାର ଜ୍ୱଳନ୍ତ ଉଦାହରଣ ତାଳଚେର ବ୍ଲକ ଅନ୍ତର୍ଗତ ବନ୍ତୁଲ ପଂଚାୟତ । ଏହି ପଂଚାୟତରେ ଗରିବ ଲୋକଙ୍କୁ ଇନ୍ଦିରା ଆବାସ ଯୋଜନା ଯୋଗାଇ ଦେବାକୁ ଖୋଦ୍ ସରପଞ୍ଚ ପ୍ରତିଶ୍ରୁତି ଦେଇ ପରେ ପ୍ରତାରଣା କରି ଆସୁଥିବା ଘଟଣା ଆଜି ସେଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଇନ୍ଦିରା ଆବାସ ଗୃହ କେବେ ପାଇବେ ନେଇ ଉଠିଛି ପ୍ରଶ୍ନ? ଗରୀବ ଲୋକଙ୍କ ବିକାଶ ନେଇ ରାଜ୍ୟ ସରକାରଙ୍କ ଯୋଜନା ଫେଲ ମାରିଛି ବନ୍ତୁଲ ଓ କୁକୁଡୁଲା ଗ୍ରାମରେ ।ଏଠି ସ୍ଥାନୀୟ ସରକାରୀ ବାବୁମାନେ ଘରକୁ ଯାଇ ଲୋକଙ୍କ ଘର ଚିହ୍ନଟ କରିବା ସହ ଫୋଟ ଉତୋଳନ କରିଥିଲେ ଏବଂ ପ୍ରତିଶ୍ରୁତିକୁ ମଧ୍ୟ ଦେଇଥିଲେ । ମାତ୍ର ପ୍ରତିଶ୍ରୁତି ଦେଇ ପରବର୍ତୀ ସମୟରେ ଲୋକ ମାନଙ୍କୁ ପ୍ରତାରଣା କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସୀ ।ଏଠି ମନେ ହୁଏ ସରପଞ୍ଚ ବାବୁ ବିକାଶ ନାମରେ ଠକି ଚାଲିଥିଲେ ଅଞ୍ଚଳ ବାସୀକୁ । ଏପର୍ଯ୍ୟନ୍ତ ପ୍ରକୃତ ହିତାଧିକାରୀ ମାନଙ୍କୁଇନ୍ଦିରା ଆବାସ,ଭତା,ଗାଇଗୁହାଳ ,ରାସନ କାର୍ଡ ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ କୌଣସି ଯୋଜନା ସୁଫଳ ପାଇନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *