ସରକାର କା ମାଲ ଦରିଆ ମେ ଡାଲ୍

ଫୋକସ ପ୍ଲସ ୨/୬/୨୨(ଯାଜପୁର):ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ଅସନବାହାଳୀ ପ୍ରାଥମିକ ସ୍କୁଲରେ ହୋଇଥିବା ପାଚେରୀ କାର୍ୟ୍ଯ ନିମ୍ନ ମାନର ଅଭିଯୋଗ କରିଛନ୍ତି ସ୍କୁଲ କମିଟି ର ସଭାପତି ଓ ଗାଁ ଲୋକ ଦାନଗଦୀ ବ୍ଲକରେ ବିଭାଗୀୟ କାର୍ଯ୍ୟାଦେଶ ବଳରେଚାଲିଥିବା କୋଟିକୋଟି ଟଙ୍କାର କାମର ସ୍ବଛତାପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଅସନବାହାଲି ବିଦ୍ଯାଳୟ ର ପାଚେରୀ କାର୍ୟ୍ଯ ର ୨୦୧୮-୧୯ ବର୍ଷ କାର୍ଯ୍ୟାଦେଶ ତତ୍କାଳୀନ କେଇ ଏମ୍. କେ ମାହାରାଙ୍କ ନାମରେ ପ୍ରଦାନ କରାଯାଇଥିଲା ।ବ୍ଲକର ଜଣେ ଜେଇଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ ପ୍ରକୃତପକ୍ଷେ ଏହି ଠିକାଦାରୀ କାର୍ଯ୍ୟକୁ ସ୍ଥାନୀୟ ଶାସକ ଦଳର କିଛି ନେତାଙ୍କ ହାତକୁ ଟେକି ଦିଆଯାଇଥିଲା। ପ୍ରାଚୀର ନିର୍ମାଣକାରୀ ବ୍ଯକ୍ତି ମାନଙ୍କୁ କାର୍ୟ୍ଯ କରିବାର କିଛି ଅଭିଙ୍ଗତା ନଥିବା ଫଳରେ ଯେନତେନ ପ୍ରକାରରେ ନିଅଁ
ଖୋଳାଯାଇ ଅତି ନିମ୍ନମାନର ସିମେଣ୍ଟ ବ୍ୟବହାର କରାଯିବା ଫଳରେ ଏପରି ହୋଇଥିବା ଗାଁ ଲେକ ଅଭିଯୋଗ କରିଛନ୍ତି।ଏହି କାର୍ୟ୍ଯ ଆରମ୍ଭରୁ ବିଭାଗୀୟ ଅଧିକାରୀ ଙ୍କୁ
ବାରମ୍ବାର ଅଭିଯୋଗ ହୋଇଥିଲା ।କିନ୍ତୁ ଯେହେତୁ ଶାସକ ଦଳର ନେତାମାନେ ଏହାର ଠିକାଦାରୀ ଦାୟିତ୍ଵ ତୁଲାଉଥିଲେ ତେଣୁ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ବ୍ଲକ କର୍ତ୍ତୃ ପକ୍ଷ ଏହାର ତଦାରଖ କରିନଥିବା କୁହାଯାଉଛି । ଯାହା ଫଳରେ ନିର୍ମାଣ ସରିଛି କି ନାହିଁ ଏହାର ପ୍ରାଚୀର ସଂପୂର୍ଣ୍ଣ ଭୁଶୁଡି ପଡିଥିଲା ।ପ୍ରଶାସନ ପକ୍ଷରୁ ବାରମ୍ବାର ପୁନନିର୍ମାଣ କରାଯାଇଥିବା ବେଳେ ସବୁବେଳେ ଅତ୍ୟନ୍ତ ଖାମଖିଆଲି କାର୍ଯ୍ୟ ଯୋଗୁଁ ଏହା ନିର୍ମାଣ ସରିବାର ମାତ୍ର କିଛି ଦିନ କାର୍ଯ୍ୟର ବିଲ୍ କରିଥିବା ଜେଇ ଅନିଲ ରଞ୍ଜନ ପଣ୍ଡା ନିଜ ଦୋଷକୁ ଲୁଚାଇବା ପାଇଁ ଫାଇନାଲ୍ ବିଲ୍ ହୋଇନାହିଁ ବୋଲି ସଫେଇ ଦେଇଛନ୍ତି । ଏହି ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ଯ ନିମ୍ନ ମାନର ଅଭିଯୋଗ ହେଉଥିଲେ ମଧ୍ଯ ବ୍ଲକ ର ଅଧିକାରୀ ମାନେ କାହାରି କଥା ଶୁଣିବା ପାଇଁ ସମୟ ନାହିଁ। ଦାନଗଦୀ ବ୍ଲକ ଅନ୍ତର୍ଗତ ୧୦ ଜୋନ ର ବହୁତ ପଞ୍ଚାୟତ ରେ ଏପରି ନିମ୍ନ ମାନର କାର୍ୟ୍ଯ ହେଉଥିବା ଦେଖିବାକୁ ମିଳିଛି। ମାତ୍ର ବ୍ଲକ ରେ ଥିବା ଅଧିକାରୀ କାହିଁକି ଆଖି ବନ୍ଦ କରିଛନ୍ତି ତାହା ପ୍ରଶ୍ନ ବାଚି ସୂଷ୍ଟି କରୁଛି।ଅସନବାହାଲି ସ୍କୁଲ ପାଚେରୀ କାର୍ୟ୍ଯ ଜିଲ୍ଲା ଖଣିଜ ସମ୍ପଦ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମିତ ହୋଇଥିବା ବେଲେ ପ୍ରାଚୀର ଗତ ୬ ମାସ ମଧ୍ୟରେ ୩ଥର ଭୁଶୁଡିବା ଘଟଣା ଆଲୋଚ୍ୟର ବିଷୟ ହୋଇଛି ।ଏହାପରେ ତୁରନ୍ତ ତରବରରେ ପୁଣିଥରେ ସାନି କାର୍ଯ୍ୟ କରାଯାଇଥିଲେ ମଧ୍ୟ ସେହି ସମାନକାରଣରୁ ଦ୍ଵିତୀୟ ଥର ପାଇଁ ମଧ୍ୟ ଭୁଶୁଡିପଢିବା ପରେ ପୁଣିଥରେ ନିର୍ମାଣ କରାଯାଇଥିଲା ।ମାତ୍ର ଫଳ ସମାନ ତେଣୁ ଗାଁ ଲୋକ କହିବା ଅନୁଯାୟୀ ସେ ପାଚେରୀ କାର୍ୟ୍ଯ ର ଡ୍ରଇଁ ବଦଳାଇ ମଜବୂତ ହିସାବ ରେ କାର୍ୟ୍ଯ କରିବା ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *