ସାବିତ୍ରୀ ମାଗୁଛି ଜୀବନ ଭିକ୍ଷା

ଫୋକସ ପ୍ଲସ ୩୦/୫/୨୨(କେନ୍ଦ୍ରାପଡ଼ା): ଆଜି ସାବିତ୍ରୀ ବ୍ରତ ସ୍ୱାମୀର ଶୁଭ ମନାସି ବିଭାହିତ ମହିଳା ମାନେ କରୁଛନ୍ତି ପୂଜା l କିନ୍ତୁ ଜଣେ ବିଭାହୀତ ମହିଳା ନିଜ ସ୍ଵାମୀଙ୍କ ଜୀବନ ବଞ୍ଚାଇବା ପାଇଁ କରୁଛନ୍ତି ସଂଘର୍ଷ । ଆଜି ସିନା ସାବିତ୍ରୀ ବ୍ରତ ପାଳନ କରିପାରିନାହାନ୍ତି କିନ୍ତୁ ସ୍ବାମୀ ତାଙ୍କର ଆରୋଗ୍ୟ ହୋଇଗଲେ ଆସନ୍ତା ବର୍ଷ ପାଳନ କରିବେ ବୋଲି ମନରେ ରଖିଛନ୍ତି ଅକୁଣ୍ଠ ବିଶ୍ୱାସ , ହେଲେ କଣ ହେବ ଯେତେ ବିଶ୍ୱାସ ଥିଲେବି ସ୍ୱାମୀର ଚିକିତ୍ସା ପାଇଁ ପାଖରେ ନାହିଁ ପରା ଅର୍ଥ l ହିଁ ଆଜ୍ଞା ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲାର ସଞ୍ଜୟଙ୍କ କଥା କିଛିବର୍ଷ ପୂର୍ବରୁ ନିଜ ପରିବାରକୁ ନେଇ କଲିକତା ଚାଲିଯାଇଥିଲେ l ଆଉ ଦୀର୍ଘ ୧୦ ବର୍ଷ ହେଲାଣି କଲିକତାର ଅମ୍ବିକା ଝୋଟ କଳରେ ଠିକା ଶ୍ରମିକ ଭାବେ ୩୦୦ ରୁ ୪୦୦ ଟଙ୍କାର ମଜୁରୀରେ ଖଟି ପରିବାର ପ୍ରତିପୋଷଣ କରିଆସୁଥିଲେ l ହେଲେ ଏବେ ସଞ୍ଜୟଙ୍କ ସ୍ବପ୍ନ ଉପରେ ଦୁଃଖର କଳାବାଦଲ, ହଟାତ ଜ୍ୱର ସହ ଦେହ ଅସୁସ୍ଥ ଆଉ ପରେ ପରୀକ୍ଷା ହେବାରୁ ୨ଟି ଯାକ କିଡ଼ନୀ ଖରାପ ହୋଇଯାଇଥିବା କହିଥିଲେ ଡାକ୍ତର l କଲିକତାରେ ଚିକିତ୍ସିତ ଠିକ୍ ନହୋଇପାରିବାରୁ ଏବେ ଚେନ୍ନାଇର ଭେଲୋରରେ ଆଡ଼ମିଶନ ହୋଇଛନ୍ତି କିନ୍ତୁ ସଞ୍ଜୟଙ୍କ କିଡ଼ନୀ ପ୍ରତ୍ୟାରୋପଣ ଲାଗି ୩୦ ରୁ ୪୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ନେଇ କହିଛନ୍ତି ଡାକ୍ତର ପରିବାର ଲୋକଙ୍କୁ l
ହଁ ଆଜ୍ଞା କେତେବେଳେ କାହା ପରିବାରରେ ଦୁଃଖର କଳାବାଦଲ ଘୋଟି ଆସିବ ତାହା ସେଇ ବିଧାତାକୁ ଜଣା l ହେଇ ଦେଖୁନାହାନ୍ତି କେମିତି ସଞ୍ଜୟଙ୍କ ପରିବାର ଏବେ ଅନ୍ଧକାରର କଳା ବାଦଲରେ l
ସଞ୍ଜୟ ସ୍ୱାଇଁ,ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଯମପଡା ପଞ୍ଚାୟତର ଗୌଡ଼ ଗାଁରେ l ଅଭାବୀ ପରିବାର ଲାଗି ଯୁବ ବୟସରୁ ପାଠପଢା ଛାଡି କଲିକତାର ଝୋଟ କଳରେ ଦାଦନ ଖଟିଆସୁଥିଲେ l ଆଉ ସେଠି ନିଜର ପତ୍ନୀ ଝରାଶ୍ରୀ, ୧୪ ବର୍ଷର ଝିଅ ସ୍ୱାତୀ ଆଉ ୧ ୧ ବର୍ଷର ପୁଅକୁ ନେଇ ତାଙ୍କର ହସଖୁସିର ସଂସାର ଚାଲିଆସୁଥିଲା l ସଞ୍ଜୟ ଅନ୍ୟର ଦୁଃଖ ଦେଖିପାରନ୍ତିନି ଯିଏ ଯାହା ସାହାଯ୍ୟ ମାଗନ୍ତି ପାରୁ ପର୍ଯ୍ୟନ୍ତ ସହଯୋଗ ଦିଅନ୍ତୁ ବୋଲି କହିଛନ୍ତି ତାଙ୍କର ଝୋଟକଳରେ କାର୍ଯ୍ୟରତ ସହକର୍ମୀ l
କଲିକତାର ମାଣିକତାରା ଇ.ଏସ.ଆଇ. ହସ୍ପିଟାଲରେ ଡାଇଲିସିସରେ ଥିବା ସଞ୍ଜୟଙ୍କୁ ତିନିଦିନ ହେବ ଚେନ୍ନାଇର ଭେଲୋରକୁ ନେଇଛନ୍ତି ପରିବାର ଲୋକେ ଓ ସହଯୋଗୀ l 30 ରୁ 40 ଲକ୍ଷ ଏତେ ବଡ଼ ମାତ୍ରାର ଅର୍ଥ ଯୋଗାଡ଼ ହେଇପାରୁନଥିବାରୁ ଗଣ ମାଧ୍ୟମରେ ସଞ୍ଜୟଙ୍କୁ ବଞ୍ଚେଇଦେବାପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଲୋକମାନଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ l ଆଜି ବିଭାହିତ ପତ୍ନୀ ପତି ଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ହେଲେ ଜଣେ ପତ୍ନୀ ତାର ପତି ବଞ୍ଚାଇବା ପାଇଁ ସାହାଯ୍ୟର ଭିକ୍ଷା ମାଗୁଛନ୍ତି ।

ଯଦି କେହି ସହୃଦୟ ବ୍ୟକ୍ତି କି ଅନୁଷ୍ଠାନ ସଞ୍ଜୟଙ୍କୁ କିଡ଼ନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ଆର୍ଥିକ ସହଯୋଗର ହାତ ବଢେଇବା ପାଇଁ ଚାହୁଁ ଛନ୍ତି ତାହେଲେ ସଞ୍ଜୟ ସ୍ୱାଇଁଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ,ବ୍ୟାଙ୍କ ଆକାଉଣ୍ଟ ନମ୍ବର – 408610510000254 , IFSC Code :- BKID0004086 ରେ ଆର୍ଥିକ ସହଯୋଗ ପଠେଇ ପାରିବେ କିମ୍ବା ତାଙ୍କ PHONE PAY -8100814193 ନମ୍ବରରେ ମଧ୍ୟ ସହଯୋଗ ଦେଇପାରିବେ I ଆଉ ଆପଣଙ୍କ ଗୋଟେ ଛୋଟ ସହଯୋଗ ପୁଣି ସଞ୍ଜୟଙ୍କ ଅନ୍ଧାର ଭିତରେ ରହିଥିବା ପରିବାରକୁ ଆଶାର ଆଲୋକ ଦେଇପାରିବ l କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *