ସିଗାରେଟ ଦେବାରେ ବିଳମ୍ବ ହେବାରୁ ଫୁଟିଲା ଗୁଳି , ଜଣେ ଗୁରୁତର

ତା – ୨୭.୦୪.୨୦୨୨
ରିପୋର୍ଟ – ଲକ୍ଷ୍ମଣ କୁମାର ମହାନ୍ତ, ହରିଚନ୍ଦନପୁର
ଆଙ୍କର – ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କୁ ଗୁଳିମାଡ଼ । ଜଣେ ଗ୍ରାହକ ସାମାନ୍ୟ ସିଗାରେଟ ଟାଣିବା ପାଇଁ ବଚସା ପରେ ଦୋକାନୀଙ୍କୁ ଗୁଳିମାଡ଼ କରିଛନ୍ତି । ଦୋକାନୀ ଜଣଙ୍କ ଗୁରୁତର ଆହତ ହୋଇଥିବାବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ନିକଟବର୍ତ୍ତୀ ଖଡ଼ିବାହାଳୀ ଛକରେ । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଖଡ଼ିବାହାଳୀ ଛକରେ ଜଗା ମହାପାତ୍ର(୬୦) ଙ୍କ ଗ୍ରୋଷରୀ ଦୋକାନରୁ ବିଳମ୍ବିତ ରାତିରେ ଜଣେ ଦୁର୍ବୁତ୍ତ ଜଣଙ୍କ ସିଗାରେଟ ମାଗିଥିଲେ ତେବେ ଦୋକାନୀ ଜଣଙ୍କ ସିଗାରେଟ ଦେବାରେ ବିଳମ୍ବ କରିବାରୁ କାହିଁକି ସିଗାରେଟ ଦେଉନୁ କହି ଦୁହିଁଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଏଥିରେ ଦୁର୍ବୃତ୍ତ ଜଣଙ୍କ ଉତେଜିତ ହୋଇ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ଗୁଳି ମାଡ଼ରେ ଦୋକାନୀ ଜଣଙ୍କ ସେଇଠାରେ ହିଁ ଲହୁଲୁହାଣ ହୋଇ ତଳେ ପଡି ଯାଇଥିଲେ । ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ପହଞ୍ଚି ଗୁରୁତର ଆହତ ଦୋକାନୀଙ୍କୁ ପଥମେ ହରିଚନ୍ଦନପୁର ପରେ କେନ୍ଦୁଝର ରୁ କଟକ ବଡ଼ ମେଡ଼ିକାଲକୁ ପଠାଇଥିବା ଜଣାପଡିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ସ୍ଥାନୀୟ ହରିଚନ୍ଦନପୁର ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ହରିଚନ୍ଦନପୁର ଥାନାଧିକାରିଣୀ ସସ୍ମିତା ଦେବତାଙ୍କୁ ପଚାରିବାରୁ ଦୋକାନୀ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୁର୍ବୃତ୍ତ ଗୁଳି ମାରିଥିବା ତେବେ ଘଟଣାର ତଦନ୍ତ ପ୍ରକ୍ରିୟା ଚାଲୁରହିଥିବା କହିଥିଲେ । ହରିଚନ୍ଦନପୁର ରୁ ଲକ୍ଷ୍ମଣ କୁମାର ମହାନ୍ତ ଙ୍କ ରିପୋର୍ଟ Focus plus ।

Leave a Reply

Your email address will not be published. Required fields are marked *