ସୁନ୍ଦରଗଡର କର୍ଲା ପଞ୍ଚାୟତ ବାସୀଙ୍କ ପାଇଁ ଆସିବ ଖୁସିର ଦିନ ।

ସଦର ବ୍ଲକ ଅନ୍ତର୍ଗତ କର୍ଲା ପଞ୍ଚାୟତର ଅଧିବାସୀ ମାନଙ୍କ ଆୟ ଓ ଜୀବନ ଜୀବିକା ନିର୍ଭର କରେ କୃଷି ଉପରେ । କିନ୍ତୁ ଏହି ଅଞ୍ଚଳରେ ଲୋକଙ୍କ ପାନୀୟ ଜଳର ଅଭାବ ସହ ବିଶେଷ କରି ରବି ଫସଲ ପାଇଁ ପାଣି ର ଘୋର ଅଭାବ ରହିଛି । ସଦର ମହକୁମା ଠାରୁ ଏହି ଅଞ୍ଚଳ ପ୍ରାୟ ୩୫ କିଲୋମିଟର ଓ ବାମରା ପାଖରେ ଝାରସୁଗୁଡ଼ା ଜିଲ୍ଲାର ସୀମାରେଖା ହୋଇ ଥିବାରୁ ଏହି ଅଞ୍ଚଳକୁ ଅଣ ଦେଖା କରା ଯାଇ ଲୋକଙ୍କ ସାମୁହିକ ବିକାଶ ଦିଗରେ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନ ଥିଲା ଓ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ । ଯଦି କୋଣସି କାମ ହେଉଥିଲା ବାହାରୁ ଯାଇ ଠିକାଦାର ମନ ଇଚ୍ଛା କାମକରି ଥିଲେ । କିନ୍ତୁ ୨୦୦୫ ମସିହା ଆଗରୁ ଏହି ଅଞ୍ଚଳ ର ସିକିପାନି ତେତେଲ ପଡ଼ା ରୁ ପାଖାପାଖି ୧ କିଲୋମିଟର ଦୂରରେ ଏକ ଅସ୍ଥାୟୀ ” କାଡୋ ବିଡଙ୍ଗା ଡେମ୍ ର ନିର୍ମାଣ ହୋଇ ଥିଲା , ଯାହା ଦ୍ଵାରା ଏହି ଅଞ୍ଚଳ ର ପ୍ରାୟ ଚାରୋଟି ଗ୍ରାମ ର ଲୋକେ ପନି ପରିବା ସହିତ , ରବି ଫସଲ ରେ ଧାନ ,ଗହମ ,ବିରି କୋଳଥ ଚାଷ କରୁଥିଲେ ଓ ନିଜର ପରିବାର ପ୍ରତିପୋଷଣ କରୁ ଥିଲେ ।ପଶୁ ପକ୍ଷୀ ସହିତ ଅଞ୍ଚଳ ରେ ଅନେକ ଜଳଚର ଯିବ ଦେଖିବାକୁ ମିଳୁଥିଲେ ଓ ପରିବେଶ ଶୀତଳ ରହୁଥିଲା, କିନ୍ତୁ ପରେ ଏହି ଡେମ ଟି ଭାଙ୍ଗି ଯିବାରୁ ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ଅଞ୍ଚଲର ଲୋକଙ୍କ ଜଳ କଷ୍ଟ ସହିତ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଥିଲା। କିଛି ଦିନ ଆଗରୁ ଏଠାକାର ସରପଞ୍ଚ ଶ୍ରୀମତୀ ବଇଦେହି ମାଝୀ , ଯୁବ ନେତା ତଥା ଏକ୍ସ ଆର୍ମି ଲେପକ୍ ମାଝୀ , ବଣ୍ଟି ରାଉତ ପ୍ରମୁଖ ସହର ର ଯୁବ ନେତା ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀ ଙ୍କୁ ଆସି ସାକ୍ଷାତ କରି ଥିଲେ ଓ ପଞ୍ଚାୟତରେ ଥିବା ଚାଷ ଓ ଲୋକଙ୍କ ଜଳ କଷ୍ଟ କୁ ନେଇ ଆଲୋଚନା କରି ଥିଲେ ।ଡାକ୍ତର ଷଡଙ୍ଗୀ ଏହି ସମସ୍ୟା ନେଇ ପ୍ରଥମେ ବ୍ଲକ ଓ କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଆଜି ଛୁଟି ଦିନ ଥିଲେ ସୁଦ୍ଧା ଗ୍ରାମବାସୀଙ୍କ ସହିତ ସମସ୍ତେ କାଡୋ ବିଡଙ୍ଗା ଡେମ୍ “. ନାମରେ ନାମିତ ଥିବା ଅଞ୍ଚଳକୁ ଯାଇ ଏକ ବିରାଟ ଜଳାଶୟ ଅନୁଧ୍ୟାନ କରିବା ସହ ପ୍ରାୟ ୭୦ ହେକ୍ଟର ଜମିରେ ଲିଫ୍ଟ ଇରିଗେଶନ ଦ୍ଵାରା ବର୍ଷ ସାରା ଚାଷ ଓ ଜଳକଷ୍ଟ ର ଅଭାବ ଦୂର ହୋଇ ପାରିବାର ସମ୍ଭାବନାକୁ ଦେଖି ,ଏହାର ମେଜରର୍ମେଣ୍ଟ କରିଥିଲେ ,ଯେଉଁଠି ପ୍ରାୟ ୬୦ ମିଟରର ଏକ ଚେକ୍ ଡେମ ନିର୍ମାଣ କରିବାର ପ୍ରସ୍ତୁତି ଆରମ୍ଭ ହୋଇ ଥିଲା । ଏନେଇ ହୋଇ ଥିବା ସଭାରେ ସହକାରୀ ଯନ୍ତ୍ରୀଙ୍କୁ ସମସ୍ତେ ଧନ୍ୟବାଦ୍ ଦେବା ସହ ଯଥାଶୀଘ୍ର କାମ ଶେଷ କରିବାକୁ କହିଥିଲେ ଏବଂ ଶେଷରେ ଗ୍ରାମବାସୀ ସହକାରୀ ଯନ୍ତ୍ରୀଙ୍କୁ ଚେତେଇ ଦେଇଥିଲେ ଯେ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଲେ ଜିଲ୍ଲାପାଳଙ୍କ ପାଖରେ ଧାରଣା ରେ ବସିବେ ବୋଲି । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତର ଅନେକ ମହିଳା ଓ ପୁରୁଷଙ୍କ ସହିତ ଡାକ୍ତର ହିମାଂଶୁ ଷଡ଼ଙ୍ଗୀ, ସୁନିଲ ମହାନନ୍ଦ ,ମହେଶ ତନ୍ତୀ , କିଶୋର ଗୋଆଲ , ବିନୋଦ କଉଡ଼ି ,ଭୁବନେଶ୍ୱର କିଶନ, କିଶୋର ରାଉତ , ଅଶୋକ କଉଡ଼ି,,ମହେଶ କଉଡ଼ି ,ରାଜକୁମାର ପ୍ରଧାନ ,,କିରଣ କିଶନ ,ରମାକାନ୍ତ ପଟ୍ଟନାୟକ ,,ବିନୋଦ ଅର୍ଯ୍ୟ ,ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ ଙ୍କ ରିପୋର୍ଟ ଫୋକସ ପ୍ଲସ I

Leave a Reply

Your email address will not be published. Required fields are marked *