ୟୁକ୍ରେନ ରେ ଫସିଛନ୍ତି ଅଞ୍ଚଳଗୁମା ଡାକ୍ତରୀ ଛାତ୍ର ।

ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏହା ଭୟଙ୍କର ଦିଗକୁ ଗତି କରୁଛି।ଏହି ସମୟରେ ତେନ୍ତୁଳିଖୁଣ୍ଟି ବାସୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମାର ଜଣେ ଡାକ୍ତରୀ ଛାତ୍ର ମଧ୍ଯ ଫସି ରହିଥିବା ସୂଚନା ମିଳିଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମା ଗ୍ରାମର ସୁବାସ ସାହୁଙ୍କ ଏକମାତ୍ର ପୁତ୍ର ସୌରଭ ସାହୁ : ୟୁକ୍ରେନର ଏକ ସହରରେ ଫସି ରହିଥିବା ଜଣାପଡ଼ିଛି। ସୌରଭ ଡାକ୍ତରୀ ପାଠ୍ୟକ୍ରମ ପାଇଁ ୟୁକ୍ରେନ ଯାଇଥିବା ବେଳେ ବର୍ତ୍ତମାନ ଏହା ତାଙ୍କ ପାଠ୍ୟକ୍ରମର ଶେଷ ବର୍ଷ ଥିଲା । ରୂଷିଆ ୟୁକ୍ରେନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିବା ଫଳରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ନେଇ ଏବେ ସନ୍ଦେହ ଉପୁଜିଛି । ସେ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ ନେଇ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିଥିବା ସୂଚନା ମିଳିଛି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ୍ ସାବନ୍ ଖୁରା ଙ୍କ ରିପୋର୍ଟ focus plus

Leave a Reply

Your email address will not be published. Required fields are marked *