ୟୁପି ଇଲେକ୍ସନରେ ୟୋଗୀଙ୍କ ସମର୍ଥନରେ ଜନମତକୁ ଦେଖି ବଦଳିଲା ବିବାଦୀୟ ସେଲିବ୍ରିଟି କେଆରକେଙ୍କ ସ୍ୱର, ଟୁଇଟରରେ ୟୁଜର୍ସ କଲେ ଟ୍ରୋଲ

ସାସାଜିକ ଗଣମାଧ୍ୟମରେ ସେଲିବ୍ରିଟି କେଆରକେଙ୍କୁ ଟ୍ରୋଲ କରୁଛନ୍ତି ୟୁଜର୍ସ କହୁଛନ୍ତି ଦେଶ କେବେ ଛାଡିବ । ୨୦୨୨ ୟୁପି ବିଧାନସଭା ନିର୍ବାନରେ ପୁଣି ୟୋଗୀ ଓ ବିଜେପି ସରକାରଙ୍କୁ ଜନମତ ସିଳୁଥିବା ପ୍ରାଥମିକ ଭୋଟଗଣନାରୁ ଦେଖିବାକୁ ମିଳୁଛି । ଅନ୍ତିମ ଚରଣ ଭୋଟ ଗଣନାକୁ ନେଇ ୟୁପିବାସୀ ଓ ସାରା ଦେଶବାସୀ ଅନାଇ ବସିଛନ୍ତି । ଏଭଳି ସ୍ଥଳେ ୟୋଗୀଙ୍କୁ ନେଇ କଟାକ୍ଷ କରିଥିବା ସେଲିବ୍ରିଟି କେଆରକେ ୟୋଗୀ ଆଦିତ୍ୟ ନାଥଙ୍କୁ ଆଗୁଆ ଶୁଭେଚ୍ଛା ବାର୍ତା ଜଣାଇଛନ୍ତି । ଏନେଇ ଦେଶ କେବେ ଛାଡୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ କେଆରକେଙ୍କୁ ଟ୍ରୋଲ କରୁଛନ୍ତି ୟୁଜର୍ସ ।

ଘଟଣାକ୍ରମେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଚର୍ଚ୍ଚିତ ଚେହେରାଙ୍କୁ ସମାଲୋଚନା କରି ବିବାଦରେ ରିହିଆସିଛନ୍ତି କେଆରକେ ୟୁପି ନିର୍ବାଚନ ପୂରର୍ବରୁ ସୋସିଆଲ ମିଡିଆରେ ୟୁପି ନିର୍ବାଚନକୁ ନେଇ ଏକ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ ଯଦି ୟୁପିରେ ପୁଣିଥରେ ଜିତନ୍ତି କିସ୍ୱା ଶାଶନ କ୍ଷମତାକୁ ଆସନ୍ତି ତାହାଲେ ସେ ଦେଶ ଛାଡିଦେବେ । ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚା ସାଉଁଟିଥିଲେ କେକେ ଆର ।

ଆଜି ୟୁପି ଇଲେକ୍ସନର ଜନମତ ଭୋଟଗଣନା ମୁଖ୍ୟମନ୍ତ୍ରୀ ତଥା ନେତା ୟୋଗୀ ଆଦିତ୍ୟନାଥଙ୍କ ସପକ୍ଷରେ ଆସୁଥିବାବେଳେ ହଠାତ କେକେ ଆର ଖାନଙ୍କ ସୂର ବହଳିଛି । ସେ ନିର୍ବାନଚନରେ ମୁଖ୍ୟମନ୍ତ୍ରୀ ୟୋଗୀ ଜିତୁଥିବା ଦେଖି ପୂବ ୃର୍ରୁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ଏହାକୁ ଦେଖି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ସେଲିବ୍ରିଟି କେଆରକେ ।

ଅନ୍ୟପେଟେ ଟୁଇଟରରେ କେଆରକେଙ୍କ ଟିୁଟିଟକୁ ଦେଖି ତାଙ୍କୁ କେବେ ଦେଶଛାଡିବା ନେଇ ପ୍ରଶ୍ନ କରିଛନ୍ତି ୟୁଜର୍ସ । ଏମିତିକି ପୁଣି ଏକ ମଜାଦାର ଟୁଟିଟ କରି ଆଗାମୀ ୨୦୨୪ ସାଧାରଣ ନିରର୍ବାଚନକୁ ନେଇ ପୂରର୍ବାନୁମାନ କରି ସେ ଲୋକେ ବିଜେପି ଶାସନ କାଳରେ ଜନତା କଷ୍ଟ ସହିକି ବି ପୁଣି ୨୦୨୪ରେ ମୋଦୀ ଓ ବିଜେପିକୁ ଜିତେଇବେ ବୋଲି ଟୁଇଟ କରିଛନ୍ତି ।
ପୁର୍ବରୁ ମଧ୍ୟ ବିଭିନ୍ନ୍ ସେଲିବ୍ରିଟି ଓ ରାଜନେତା ଏମିତିକି ଆଧ୍ୟାତ୍ମିକ ଗୁରୁ ସଦଗୁରୁଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରି ସବୁବେଳେ ବିବାଦିୟ ଓ ଚର୍ଚ୍ଚାରେ ଶିରୋନାମାରେ ରହି ଆସିଛନ୍ତି କେଆକେ ।

 

Leave a Reply

Your email address will not be published. Required fields are marked *