୧୧ଗ୍ରାମ ବ୍ରାଉନ ସୁଗର ସହିତ ୫ ଜଣ ଗିରଫ।

ନଗଦ ଟଙ୍କା ସମେତ ୭ଟି ମୋବାଇଲ ଫୋନ ଏବଂ ଦୁଇଟି ମଟର ସାଇକେଲ ଜବତ।

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଣୀବନ୍ଧ ଛକରୁ ଆଜି ରାଜଗାଙ୍ଗପୁର ପୁଲିସ ୧୦ ଗ୍ରାମ ୬୦୦ ମିଲିଗ୍ରାମ ବ୍ରାଉନ ସୁଗର(ଟର୍କି) ସହିତ ୫ ଜଣ ବେପାରୀ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ସୂଚନା ମୁତାବକ ଆଜି ସକାଳ ପ୍ରାୟ ୮ଟା ସମୟରେ ରାଣୀବନ୍ଧ ଛକରେ ବ୍ରାଉନ ସୁଗର ବିକ୍ରି ହେଉଥିବା ସମ୍ପର୍କରେ  ରାଜଗାଙ୍ଗପୁର ପୁଲିସ କୌଣସି ବିଶେଷ ସୂତ୍ରରୁ ସୂଚନା ପାଇ ଥାନା ଅଧିକାରୀ ବିଭତ୍ସ ପ୍ରଧାନ,ସବିନ୍ସପେକ୍ଟର ଖଗପତି ବିଶ୍ୱାଳ, ସବିନ୍ସପେକ୍ଟର ହରିଶ ଛତାର ଏବଂ ସବିନ୍ସପେକ୍ଟର ସାଧୁ ସିଂ ଗାଗରାଇ ଅତର୍କିତ ଚଢ଼ାଉ କରି ୪ଜଣ ବ୍ରାଉନ ସୁଗର ବେପାରୀକୁ ଗିରଫ କରିଥିବା ନେଇ ସୂଚନା ମିଳିଛି।ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ୧୦ଗ୍ରାମ ୬୦୦ମିଲିଗ୍ରାମ ବ୍ରାଉନ ସୁଗର(ଟର୍କି) ନଗଦ ୮ହଜାର ୭୦୦ଟଙ୍କା,୭ ଟି ମୋବାଇଲ ଫୋନ ଏବଂ ଦୁଇଟି ହିରୋ  କମ୍ପାନୀର ମଟର ସାଇକେଲ ନଂ-ଓଡ଼ି-୧୬ଇ-୩୪୮୨ ଏବଂ ଓଡ଼ି-୧୬ସି-୨୭୦୨ କୁ ଜବତ କରିଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ ରାଜଗାଙ୍ଗପୁର ଅଞ୍ଚଳର ଏମଡି ମୋହସିନ ଆଲିୟାସ ସାଗର,ରାଠୋର ଆଲିୟାସ କରିମ ଖାନ,ଛୁନୁ ଆଲିୟାସ ନରେଶ କଲେଟ,ଅରମାନ ଖାନ (ଆଲିୟାସ ସୋନୁ)ଏବଂ ଏମଡି ନସିମ ଆଲିୟାସ ଅଖତର।ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି।ଏହି ଧଳା ଜହର ଯୋଗୁଁ ସ୍ଥାନୀୟ ଅଞ୍ଚଳର ଯୁବପିଢ଼ି ମାନଙ୍କ ଭବିଷ୍ୟତ ଅନ୍ଧାର ହେଉଛି।ପୁଲିସ ଛୋଟ ଛୋଟ ଧଳା ଜହର ବେପାରୀ ଧରି ନିଜର ମୁଣ୍ଡରୁ ଅଠା ଛଡ଼ାଇବା ପରିବର୍ତ୍ତେ ମୁଖ୍ୟ ବେପାରୀ ମାନଙ୍କୁ ଧରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *