ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ 144 ଧାରା


ପୁରାଣ ପ୍ରସିଦ୍ଧ ମାଘ ସପ୍ତମୀ ବୁଡ଼ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଘ ସପ୍ତମୀ କିଭଳି ଭାବରେ ସୁରୁଖୁରୁରେ ହୋଇପାରିବ ସେ ନେଇ ଏହି ବୈଠକରେ ନିଷ୍ପତି ନିଆ ଯାଇଛି । ସେପଟେ ଦେଶ ତଥା ରାଜ୍ୟରେ କରୋନା ର ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ଜାରି କରାଯାଇଛି । ଚଳିତ ବର୍ଷ ମାଘ ସପ୍ତମୀ ରେ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁ ମାନଙ୍କୁ ବାରଣ କରାଯାଇଛି । ସେହି ଦିନ ତୀର୍ଥ ସ୍ଥଳୀରେ 144 ଧାରା ଜାରି କରାଯାଇଥିବା ବେଳେ କେବଳ ସେବାୟତ, ପ୍ରଶାସନ, ସାମ୍ବାଦିକ ଓ ପୋଲିସ ଅଧିକାରୀ ମାନଙ୍କ ସହ ଅଳ୍ପ କିଛି ସାଧୁ ସନ୍ଥ ମାନକୁ ଅନୁମତି ଦିଆଯାଇଛି । –

Leave a Reply

Your email address will not be published. Required fields are marked *