ବୁଡିବା ଅବସ୍ଥାରେ ଏବେ ପାକିସ୍ତାନ

ବୁଡିବା ଅବସ୍ଥାରେ ଏବେ ପାକିସ୍ତାନ

ଫୋକସ ପ୍ଲସ 25/2/23(ବ୍ୟୁରୋ): ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି ପାକିସ୍ତାନ | ଆମ ପଡୋଶୀ ଦେଶ ପାକିସ୍ତାନର ଏବେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି | ଦେଶ ବୁଡ଼ିଯିବା ଅବସ୍ଥାକୁ ଆସିଥିବାରୁ ବହୁ ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ମାନେ ନିଜ ଆଡ଼ୁ ଦରମା ଓ ଭତ୍ତା ଆଦି ନେବାକୁ ମନା କରିଦେଇଛନ୍ତି । ମନ୍ତ୍ରୀଙ୍କ ବିଦେଶ ଯାତ୍ରା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନାହିଁ ! ଗୁଇନ୍ଦା ସଂସ୍ଥା ଚଳାଇବାକୁ ମଧ୍ୟ ପାଖରେ ପାଣ୍ଠି ନାହିଁ ! ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ସରକାରକୁ ଖର୍ଚ୍ଚକାଟ୍ ପାଇଁ ଏବେ ଛାତିରେ ପଥର ରଖି ବିଭିନ୍ନ ପଦକ୍ଷେପ ନେବାକୁ ପଡ଼ୁଛି । ତେବେ ଅନ୍ୟ କୌଣସି ଉପାୟ ମଧ୍ୟ ନାହିଁ । ତେଣୁ ଖର୍ଚ୍ଚ କମାଇବାକୁ ନଜର ପଡ଼ିଛି ମନ୍ତ୍ରୀ ମାନଙ୍କ ବିଦେଶ ଯାତ୍ରା ଉପରେ ।

ପାକିସ୍ତାନର ମନ୍ତ୍ରୀମାନେ ବିଦେଶ ଗଲେ ବହୁ ଅର୍ଥ ଖର୍ଚ୍ଚ ହେଉଥିଲା ଆଉ ସେହି ଟଙ୍କାକୁ ରାଜକୋଷରୁ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ହେଲେ ଏବେ ମନ୍ତ୍ରୀ ମାନଙ୍କ ବିଦେଶ ଗସ୍ତ ବାବଦ ଖର୍ଚ୍ଚ କମ୍ କରିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ପାକିସ୍ତାନ ସରକାର । ଏଣିକି ପାକିସ୍ତାନର କୌଣସି ମନ୍ତ୍ରୀ ବିଦେଶ ଗଲେ ବିମାନରେ ବିଜନେସ୍ କ୍ଲାସରେ ଯାତ୍ରା କରିପାରିବେ ନାହିଁ । ବିଦେଶରେ ଫାଇଭ-ଷ୍ଟାର୍ ହୋଟେଲରେ ବି ରହିପାରିବେ ନାହିଁ । ଦେଶ ବୁଡ଼ିଯିବା ଅବସ୍ଥାକୁ ଆସିଥିବାରୁ ବହୁ ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ମାନେ ନିଜ ଆଡ଼ୁ ଦରମା ଓ ଭତ୍ତା ଆଦି ନେବାକୁ ମନା କରିଦେଇଛନ୍ତି । ଆଗାମୀ ବର୍ଷେ ପର୍ଯ୍ୟନ୍ତ କାର୍ ଓ ଅନ୍ୟ ବିଳାସମୟ ସାମଗ୍ରୀ କ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ୭୪୬ ମିଲିୟନ ଡଲାରର ଖର୍ଚ୍ଚକାଟ୍ ଲକ୍ଷ୍ୟରେ ଏବେ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ, ଆଗାମୀ ଜୁଲାଇରେ ଆସିବାକୁ ଥିବା ବଜେଟରେ ଆହୁରି କଡ଼ା ପଦକ୍ଷେପ ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ଏହାହିଁ ସମୟର ଆହ୍ୱାନ ଏବଂ ଏଭଳି ସମୟରେ ଆମକୁ ସରଳ ଜୀବନଯାପନ ସହିତ କିଛି ବଳିଦାନ କରିବାକୁ ପଡ଼ିବ ବୋଲି କ୍ୟାବିନେଟ୍ ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ ସରିଫ୍ ।କେବଳ ମନ୍ତ୍ରୀ ମାନଙ୍କ ସୁଖ ସୁବିଧା ବାବଦ ଖର୍ଚ୍ଚକୁ କମାଇ ଦେଲେ ଚଳିବ ନାହିଁ । ତେଣୁ ଦେଶର ସୁରକ୍ଷାକୁ ବି ବାଜିରେ ଲଗାଇବାକୁ ପାକ୍ ସରକାର ପଛାଉନଥିବା ଚର୍ଚ୍ଚା ହେଉଛି । କାରଣ ଆଗକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ପାଣ୍ଠି ସଂକୁଚିତ କରିବାକୁ ପଦକ୍ଷେପ ନିଆଯାଇପାରେ । ବିଦେଶରେ ଚାଲିଥିବା କିଛି ଗୁଇନ୍ଦା ମିଶନ ବନ୍ଦ କରିବାକୁ ବୈଦେଶିକ ମନ୍ତ୍ରାଳୟକୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଏଥିସହ କାର୍ଯ୍ୟାଳୟ ଓ କର୍ମଚାରୀ ବାବଦ ଖର୍ଚ୍ଚ ୧୫ ପ୍ରତିଶତ ହ୍ରାସ କରିବାକୁ ମଧ୍ୟ କୁହାଯାଇଛି । ଏନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଛି । କେବଳ ଏତିକି ନୁହେଁ, ଖୁବ୍‌ଶୀଘ୍ର ଆଉ କିଛି ଖର୍ଚ୍ଚକାଟ୍ ପଦକ୍ଷେପ ଘୋଷଣା କରିପାରନ୍ତି ପାକିସ୍ତାନ ସରକାର ।

ଯେମିତିକି , ରିଟାର୍ଡ ଜଜ୍‌ଙ୍କ ସମେତ ଅନ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇପାରେ । ଶେହବାଜ ସରିଫଙ୍କ ଅଧା କ୍ୟାବିନେଟ୍ ବିନା ଦରମାରେ କାମ କରିପାରେ । ମନ୍ତ୍ରୀ, ସାଂସଦ ଓ ସରକାରୀ ଅଧିକାରୀଙ୍କ ଘରୋଇ ସହାୟକ, ଦାମୀ ଗାଡ଼ି, ସୁରକ୍ଷା ଓ ପ୍ରୋଟୋକଲ୍ ବାବଦ ଖର୍ଚ୍ଚ ହ୍ରାସ କରାଯାଇପାରେ । କିଛି କ୍ୟାବିନେଟ୍ ମନ୍ତ୍ରୀଙ୍କ ଦରମା ୧୫ ପ୍ରତିଶତ କମିପାରେ ।ନୂଆ ନିଯୁକ୍ତି ହୋଇନପାରେ । ଗତ ୩ ବର୍ଷ ଧରି ଖାଲି ପଡ଼ିଥିବା ପଦବୀକୁ ଉଚ୍ଛେଦ କରାଯାଇପାରେ । ମନ୍ତ୍ରୀ, ସଚିବ ଓ ବିଭାଗ ସଂଖ୍ୟା ହ୍ରାସ କରାଯାଇପାରେ । ଏଥିସହ କାହାକୁ ବି ମାଗଣା ବିଜୁଳି ସୁବିଧା ଦିଆଯାଇନପାରେ ।ତେବେ ଏଭଳି ହେଲେ ପରିସ୍ଥିତି କିଛି ମାତ୍ରାରେ ଥମିବ ବୋଲି ଆଶା କରାଯାଉଛି ଏବଂ ଆଗକୁ ଏସବୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନ ଏବେ ରଣନୀତି ପ୍ରସ୍ତୁତି କରୁଛି |

Related post

ଅଧିକ ଲୁଣ ଖାଉଛନ୍ତି କି ?

ଅଧିକ ଲୁଣ ଖାଉଛନ୍ତି କି ?

ଅଧିକ ଲୁଣ ଖାଇଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କ ଶରୀରକୁ ପହଞ୍ଚାଇପାରେ କ୍ଷତି । ହଁ ଆଜ୍ଞା ଏମିତି କିଛି ତଥ୍ୟ ଦେଇଛି ଡବ୍ଳୁ.ଏଚ୍‌. ଓ ।…
ପୋଢଯାତ୍ରା ନାଁ ରେ ଦିଆଗଲା ନିରିହ ପଶୁବଳି ।

ପୋଢଯାତ୍ରା ନାଁ ରେ ଦିଆଗଲା ନିରିହ ପଶୁବଳି ।

ଫୋକସ ପ୍ଲସ 1/3/23(ବାଲିଗୁଡା):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ବୁଡୃକିଆ ପଞ୍ଚାୟତର ବାଲିସୁଗା ଠାରେ ଆଦିବାସୀଙ୍କ ବିଶ୍ୱାସର ପର୍ବ କେଡୁଯାତ୍ରା ବା ପୋଢଯାତ୍ରା ପାଳନ ହୋଇଯାଇଛି ।ଏହି ଯାତ୍ରାରେ…
ଅନ୍ଧ ପରିବାରକୁ କିଏ ଦେବ ସାହା ?

ଅନ୍ଧ ପରିବାରକୁ କିଏ ଦେବ ସାହା ?

ଫୋକସ ପ୍ଲସ 24/2/23(ଖୋର୍ଦ୍ଧା): କେଉଁ ଜନ୍ମରେ କେଉଁ ପାପ କରିଥିଲୁ କେଜାଣି ଭଗବାନ ଆମ ପରିବାରର ସମସ୍ତଙ୍କୁ ଜନ୍ମରୁ କରିଦେଲେ ଅନ୍ଧ । ହେ….ଭଗବାନ ସବୁ ଦୁଃଖତ ଦେଲ…

Leave a Reply

Your email address will not be published. Required fields are marked *