ପଦାରେ ପଡ଼ିଲା NGO କୁ ବଦନାମ କରିବା ଗୁମର

ପଦାରେ ପଡ଼ିଲା NGO କୁ ବଦନାମ କରିବା ଗୁମର

ଫୋକସ ପ୍ଳସ(ବାଲିଆପାଳ): ମିଛଟାରେ ଏକ NGO କୁ ବଦନାମ କରୁଥିବା କିଛି ଖଳ ଲୋକଙ୍କ ଅସଲ ମୁଖା ସାମ୍ନାକୁ ଆସିଲା । ରାଜନୀତିରେ ପତିଆରା ହରାଇବା ଓ ଲୋକଙ୍କ ହ୍ରୁଦୟରୁ ବାଦ ପଡ଼ିବା ଭୟରେ ରଚିଥିଲେ ଚକ୍ରବ୍ଯୂହ, କିନ୍ତୁ ଉଚିତ ଜବାବ ଦେଲେ ଗ୍ରାମବାସୀ। ରବିବାର ଦିନ NGO ବିରୋଧରେ କହିଥିବା ମହିଳା ଆଜି ସତ ଓଗାଲିଲେ କିଏ କରିଥିଲା ଷଡଯନ୍ତ୍ର ଓ ବଦନାମ କରିବାକୁ ରଚିଥିଲା କାହାଣୀ |ଗତ ଦୁଇଦିନ ଧରି ଜଣେ ମହିଳା ଏକ NGO ଟଙ୍କା ଲାଞ୍ଚ ନେଇ ବନ୍ୟା ପୀଡ଼ିତାଙ୍କ ପାଇଁ ଖାଦ୍ୟ ଦେଉଥିବା କହିଥିବା ବେଳେ ଆଜି ତାଙ୍କ ଏପରି କହିବା ପଛରେ ସେହି ପଞ୍ଚାୟତର ସରପଞ୍ଚଙ୍କ ପୁଅଙ୍କ ହାତ ଥିବା କଥା କହିଲେ। ତାଙ୍କୁ ମିଛ କଥା କହିବାକୁ ବାଧ୍ୟ କରିଥିଲେ ବୋଲି ଗଣମାଧ୍ୟମକୁ କାନ୍ଦି କାନ୍ଦି କହିଥିଲେ ମହିଳା ।

ଘଟଣାରୁ ପ୍ରକାଶ ଯେ, ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକର ବିଷ୍ନୁପୁର ଗାଁ, ସୁବର୍ଣ୍ଣରେଖାର ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ବିଗତ ଏକମାସ ଧରି ରାଜ୍ୟ ସରକାର ,କେନ୍ଦ୍ର ସରକାର ,ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ମାନେ ବନ୍ୟାଞ୍ଚଳ ଲୋକଙ୍କୁ ସହାୟତା ପ୍ରଦାନ କରିଥିବା ବେଳେ ଗତ ଦୁଇଦିନ ତଳେ ଭୁବନେଶ୍ଵରର ଏକ ଅଗ୍ରଣୀ ସଂଗଠନ ସ୍ଥାନୀୟ ସ୍ଵେଚ୍ଛା ସେବୀଙ୍କ ସହାୟତାରେ ବାଲିଆପାଳ ବ୍ଲକର ଅସ୍ତି, ମଧୁପୁରା, ଜାମକୁଣ୍ଡା ଓ ବିଷ୍ଣୁପୁର ପଞ୍ଚାୟତରେ ୭୦୦ ଜଣଙ୍କୁ ଖାଦ୍ୟ ପୁଡ଼ିଆ ପ୍ରଦାନ କରିଥିଲେ। ସେଥି ମଧ୍ୟରୁ କେବଳ ବିଷ୍ଣୁପୁର ପଞ୍ଚାୟତରେ ଚାରିଶହ ଖାଦ୍ୟ ପୁଡ଼ିଆ ମାଗଣାରେ ବଣ୍ଟନ କରିଥିଲେ।ତେବେ ଏହି ଘଟଣାରେ ସ୍ଥାନୀୟ ଜନ ପ୍ରତିନିଧି ତାଙ୍କୁ କାହିଁକି ବଣ୍ଟନରେ ଅଂଶ ଗ୍ରହଣ କରିବାକୁ ଦିଆ ଗଲା ନାଁହି ସେହି ରାଗରେ NGO କୁ ବଦନାମ କରିବାକୁ କିଛି ନିଜ ସମର୍ଥକ କୁ ନେଇ NGO ଟଙ୍କା ଲାଞ୍ଚ ନେଇ ଖାଦ୍ୟ ପୁଡ଼ିଆ ଦେଉଛି ବୋଲି ଏକ ମିଛ କଥା ଗଣମାଧ୍ୟମରେ ପ୍ରକାଶ କରିଥିଲେ।ଯାହା ସମ୍ପ୍ରୂକ୍ତ NGO ର ପ୍ରତିଷ୍ଟା ଓ ସମ୍ମାନରେ ଆଞ୍ଚ ଆଣିଥିଲା ।

ଏପରି ମିଛ ବଦନାମ କଲେ ସମ୍ପ୍ରୂକ୍ତ ଖଳ ଲୋକଙ୍କ ର ସ୍ବାର୍ଥ ସାଧନାରେ ହୁଏତ ସହାୟକ ହୋଇପାରେ ମାତ୍ର ପଞ୍ଚାୟତ ଓ ଗ୍ରାମବାସୀଙ୍କ ଊପରେ ବାହାରୁ ସହାୟତା ଦେବାକୁ ଆସୁଥିବା NGO ମାନେ ଆସ୍ଥା ହରାଇବେ |ଫଳରେ ବିପଦ ସମୟରେ ଅଞ୍ଚଳବାସୀଙ୍କ ପାଇଁ ସହାୟତା ସାତସପନ ହୋଇଯିବ ।ରାଜନୈତିକ ଫାଇଦା ନେବାକୁ ଯାଇ ନିଜ ଲୋକଙ୍କୁ ଅସୁବିଧାରେ ପକାଉଥିବା ଏପରି ଲୋକଙ୍କ ଊପରେ ସମସ୍ତଙ୍କ ନଜର ରହିବା ଦରକାର। ସରପଞ୍ଚ ଙ୍କ ପୁଅ ଚନ୍ଦନ ଜେନା ର ବାହାଦୁରି ପଣିଆ ପାଇଁ ଗରିବ ଲୋକଙ୍କ NGO ଦେଉଥିବା ମାଗଣା ଜିନିଷ ପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି l

ବାଲିଆପାଳରୁ ଲଷ୍ମୀଧର ପ୍ରଧାନଙ୍କ ରିପୋର୍ଟ

Related post

ବାଦବିବାଦ ପରେ ଜଳ ନିଷ୍କାସନର ବାଟ ଫିଟିଲା

ବାଦବିବାଦ ପରେ ଜଳ ନିଷ୍କାସନର ବାଟ ଫିଟିଲା

ଫୋକସ ପ୍ଳସ(ବାଲିଆପାଳ): ବାଲିଆପାଳ ବ୍ଲକ ଦେଉଳା ଗ୍ରାମରେ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ବାରମ୍ବାର ସରକାରୀ ଅଫିସରଙ୍କୁ ଜଣାଇବା, ରାସ୍ତା ଅବରୋଧ କରିବା ଆଦି ସମସ୍ୟା ଘଟିବା…

Leave a Reply

Your email address will not be published. Required fields are marked *