ବାଦବିବାଦ ପରେ ଜଳ ନିଷ୍କାସନର ବାଟ ଫିଟିଲା

ବାଦବିବାଦ ପରେ ଜଳ ନିଷ୍କାସନର ବାଟ ଫିଟିଲା

ଫୋକସ ପ୍ଳସ(ବାଲିଆପାଳ): ବାଲିଆପାଳ ବ୍ଲକ ଦେଉଳା ଗ୍ରାମରେ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ବାରମ୍ବାର ସରକାରୀ ଅଫିସରଙ୍କୁ ଜଣାଇବା, ରାସ୍ତା ଅବରୋଧ କରିବା ଆଦି ସମସ୍ୟା ଘଟିବା ପରେ ପାଣି ନିଷ୍କାସନ ପାଇଁ ସରକାରୀ ଅଫିସର ବାବୁଙ୍କ ନିନ୍ଦ ଭାଙ୍ଗିଛି |ପାଣୀ ନିଷ୍କାସନର ବାଟ ଫିଟିଲା ଅର୍ଥାତ ଅଫିସର ବାବୁଙ୍କୁ ନିଆଁ ଚେଙ୍କ ଦେବାପରେ ସମସ୍ୟାର ସମାଧାନ ହୋଇଛି l ଆଗରୁ କିଛି ବ୍ୟବସ୍ଥା ନହେବାରୁ ପଂଚାୟତର ଆଦିବାସୀ ମହିଳା ଓ ପୁରୁଷଙ୍କ ସହିତ ଅନ୍ୟାନ୍ୟ ବର୍ଗର ସହସହ ଲୋକ ବାଲିଆପାଳ ଓ ଲଙ୍ଗଳେଶ୍ୱର ମୁଖ୍ୟ ରାସ୍ତାକୁ ବନ୍ଦ କରି ରାସ୍ତାରେ ଟାୟାର ଜଳାଇ ବିକ୍ଷୋଭ କରିଥିଲେ l

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ଗ୍ରାମ ପଞ୍ଚାୟତ ଅଫିସ ପାଖଦେଇ ଜାମସୁଳି ରୁ ବାଲିଆପାଳ ରାସ୍ତା ଦେଭୋଗ ଛକକୁ ଲାଗିରହିଛି lଏହି ରାସ୍ତାର ଅର୍ଥାତ ପଂଚାୟତ ଅଫିସ ରୁ ୫୦ ମିଟରରୁ କମ ଦୂରରେ ୫/୬ ବର୍ଷ ହେଲା ରାସ୍ତା ଉପରେ ଆଣ୍ଠୁଏ ପାଣି ଜମିରହୁଥିଲା l ଏହି ରାସ୍ତାଦେଇ ସହସହ ଗାଡି, ସୁବର୍ଣ୍ଣରେଖା କଲେଜ ର ଛାତ୍ର ଛାତ୍ରୀ, ଦେଉଳା ହାଇସ୍କୁଲ,ୟୁପି ସ୍କୁଲ ର ଛାତ୍ର ଛାତ୍ରୀ , ଦେଭୋଗ ସ୍କୁଲ,ଛୁଟ ଛୁଟ ଅଙ୍ଗନବାଡି ଛୁଆ ମାନେ ଯାତାୟାତ କରନ୍ତି l ଏହି ରାସ୍ତାରେ ପାଣି ଜମି ରହିବାରୁ ଛୁଟ ପିଲା ଠାରୁ ବୟସ୍କ ଲୋଳ ବର୍ଷା ଦିନରେ ବହୁ ଅସୁବିଧା ଭୋଗ କରୁଥିଲେ l

ଏହି ରାସ୍ତା ରୋକ ଆନ୍ଦୋଳନରେ ଦେଉଳା ଗ୍ରାମ ପଂଚାୟତ ର ସରପଞ୍ଚ ସୋରୁଜ କୁମାର ପିଳା, ବାଲିଆପାଳ ର କଂଗ୍ରେସ ନେତା ବିଜନ ନାୟକ ଙ୍କ ସମେତ ଏସ ଏସ ଜି ଗ୍ରୁପର ମହିଳା ,ପଞ୍ଚାୟତ ବାସି ଏହି ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ l ଆର ଡି ଡିପାଟମେଣ୍ଟ ଅଧିକାରୀ ତୁଷାରିକାନ୍ତି ବେହେରା ଘଟଣା ସ୍ଥଳରେ ପହଞ୍ଚି କେମିତି ରାସ୍ତାରୁ ପାଣି ନିଷ୍କାସନ ହୋଇ ପାରିବ ତାର ତଦାରକ କରି ଆନ୍ଦୋଳନ ରେ ବସିଥିବା ଲୋକ ମାନଙ୍କୁ ବୁଝା ସୁଝା କରିବା ସହିତ ସାତଦିନ ଭିତରେ ପାଣି ନିଷ୍କାସନ କରିବେ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନ କାରୀମାନେ ଆନ୍ଦୋଳନ ରୁ ଉହୁରିଥିଲେ l କିନ୍ତୁ ପ୍ରାୟ 40 ଦିନ ପରେ ପାଣୀ ନିଷ୍କାସନ ର ସମସ୍ୟା ଦୋର ଦେବା ଦେଖିବାକୁ ମିଳିଛି l ବାଟୋଇ ମାନଙ୍କ ଯିବା ଆସିବା ପାଇଁ ସମ୍ପୂର୍ଣ ରାସ୍ତାଟି ବିପଦ ମୁକ୍ତ ହୋଇଯାଇଛି l ସରପଞ୍ଚ ଙ୍କ ସମେନ୍ତ ରାସ୍ତା ପାଇଁ ଆନ୍ଦୋଳନ କରିଥିବା ଆନ୍ଦୋଳନ କାରି ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି l

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନଙ୍କ ରିପୋର୍ଟ

Related post

ପଦାରେ ପଡ଼ିଲା NGO କୁ ବଦନାମ କରିବା ଗୁମର

ପଦାରେ ପଡ଼ିଲା NGO କୁ ବଦନାମ କରିବା ଗୁମର

ଫୋକସ ପ୍ଳସ(ବାଲିଆପାଳ): ମିଛଟାରେ ଏକ NGO କୁ ବଦନାମ କରୁଥିବା କିଛି ଖଳ ଲୋକଙ୍କ ଅସଲ ମୁଖା ସାମ୍ନାକୁ ଆସିଲା । ରାଜନୀତିରେ ପତିଆରା ହରାଇବା ଓ ଲୋକଙ୍କ…

Leave a Reply

Your email address will not be published. Required fields are marked *