ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ

ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ

ଫୋକସ ପ୍ଲସ ୧/୨/୨୩(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ୍‌(Union Budget) ଉପସ୍ଥାପନା କରିଛନ୍ତି। ଏହି ଅବସରରେ ସେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାମାରୀକୁ ସଫଳ ଏବଂ ଦୃଢ଼ତାର ସହ ମୁକାବିଲା କରାଯାଇଛି। ସାରା ଦେଶରେ ଟିକାକରଣ ପ୍ରୋଆକ୍ଟିଭ ମୋଡ୍‌ରେ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଭାରତୀୟ ରେଳବାଇକୁ ବୁଷ୍ଟ ଦେବାକୁ ଆଜି ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆଜି କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଥିବା ବେଳେ ରେଳବାଇ ପାଇଁ ଏଥିରେ ରେକର୍ଡ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଯାଏ ଏତେ ପରିମାଣରୁ ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା।ସେହିପରି ୨୦୧୪ ତୁଳନାରେ ଏହା ୯ ଗୁଣ ଅଧିକ। କେନ୍ଦ୍ର ସରକାର ଅନେକ ନୂଆ ଟ୍ରେନ ଓ ରେଳ ଲାଇନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି। ପିଏମ ଗତି ଶକ୍ତି ଓ ନ୍ୟାଶନାଲ ଲଜିଷ୍ଟିକ ନୀତି ଦ୍ୱାରା ଭାରତୀୟ ରେଳବାଇ ତା’ର ସେବାକୁ ତ୍ୱାରାନ୍ୱିତ କରୁଛି। ୨୦୨୩ ଆର୍ଥିକ ବର୍ଷରେ ରେଳବାଇ ୧.୩୭ ଲକ୍ଷ କୋଟି ଟଙ୍କାର ବଜେଟ ସମର୍ଥନ ପାଇଥିବା ବେଳେ ରାଜସ୍ୱ ଖର୍ଚ୍ଚ ବାବଦରେ ୩,୨୬୭ କୋଟି ପାଇଛି। ଏହା ଗତବର୍ଷ ତୁଳନାରେ ୧୭% ଅଧିକ।କେନ୍ଦ୍ର ସରକାର ମୋଟ ପୁଞ୍ଜି ବ୍ୟୟକୁ ୩୩% ବୃଦ୍ଧି ୧୦ ଟ୍ରିଲିୟନ ଟଙ୍କାରେ ପହଞ୍ଚାଇଛନ୍ତି। ଏହା ଜିଡିପିର ୩.୩%। ନିର୍ମଳା ସୀତାରମଣ ୫ମଥର ପାଇଁ ଆଜି ଗୃହରେ ବଜେଟ ଉପସ୍ଥାପନ କରିଛନ୍ତି। ସେ ତାଙ୍କ ବଜେଟ ଭାଷଣରେ କେନ୍ଦ୍ର ସରକାର ଦେଶର ଅଭିବୃଦ୍ଧି ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।ନିର୍ମଳା ସୀତାରମଣ କହିଛନ୍ତି, ବିଶ୍ୱ ଅର୍ଥନୀତି ତଳକୁ ଖସୁଥିବା ବେଳେ ଭାରତର ଅର୍ଥନୀତି ଠିକ୍‌ ଟ୍ରାକରେ ରହିଛି। ମହାମାରୀ କରୋନା ବେଳେ ଆମେ ମାଗଣା ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଯୋଗାଇ ଦେଇଥିଲୁ। ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଦେଶର ୮୦ କୋଟିରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ୨୮ ମାସ ମାଗଣାରେ ରାସନ ଯୋଗାଇ ଦିଆଯାଇଛି।
ଏଥିସହ ଆଉ ବର୍ଷେ ଯାଏ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାକୁ ବୃଦ୍ଧି କରିଛନ୍ତି। ୨୦୧୪ରୁ ଭାରତ ସରକାର ସମସ୍ତ ନାଗରିକ କେମିତି ଉପଯୁକ୍ତ ଅଧିକାର ପାଇବେ, ତା’ ଉପରେ ଗୁରୁତ୍ୱ ଦେଇ ଚାଲିଛନ୍ତି। ବର୍ତ୍ତମାନ ଦେଶର ମୁଣ୍ଡ ପିଛା ଆୟ ଦୁଇ ଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି। ଏହି ୯ ବର୍ଷ ମଧ୍ୟରେ ଭାରତର ଅର୍ଥନୀତିକ ଆକାର ୧୦ମ ସ୍ଥାନରୁ ଆସି ୫ ସର୍ବବୃହତ୍ତ ଅର୍ଥନୀତିରେ ପହଞ୍ଚିଛି।

ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ(Budget Highlights).

  • ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚି ପାରିଛି
  • ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି
  • ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ ଟିକା ଦିଆଯାଇଛି। ୯.୬ କୋଟି ଏଲ୍‌ପିଜି କନେକ୍ସନ ଦିଆଯାଇଛି।
  • ୯.୬ କୋଟି ଏଲ୍‌ପିଜି କନେକ୍ସନ ଦିଆଯାଇଛି
  • ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲା ଯାଇଛି
  • ଚାଷୀ, ମହିଳା, ଓବିସି, SC/ST, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ବଜେଟ
  • ଆଉ ବର୍ଷେ ଯାଏ ମାଗଣା ଅନ୍ନ ଯୋଜନା
  • ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ୧, ରପ୍ତାନୀରେ ୨
  • ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’
  • ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା ହୋଇଛି
  • ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ
  • ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ
  • ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ
  • ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା
  • ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା

Related post

Leave a Reply

Your email address will not be published. Required fields are marked *