ଗୋପାଳ ଦାସର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟନାରାୟଣ

ଗୋପାଳ ଦାସର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟନାରାୟଣ

ଫୋକସ ପ୍ଲସ ୨/୨/୨୩(ବ୍ୟୁରୋ): ଗୋପାଳ ଦାସର ସୁରକ୍ଷା ନେଇ ଚିନ୍ତାରେ ଅଛନ୍ତି ଜୟ ନାରାୟଣ ମିଶ୍ର | ଏନେଇ ସେ ନିଜର ମତ ଦେଇଛନ୍ତି ,କହିଛନ୍ତି ମୁଁ ଗୋପାଳଙ୍କ ସୁରକ୍ଷା ନେଇ ବହୁ ଚିନ୍ତିତ ଅଛି । ରାଜ୍ୟ ସରକାରଙ୍କ ପୋଲିସ୍‌ ଉପରେ ମୋର ଭରସା ନାହିଁ । ତେଣୁ ଗୋପାଳ ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବା ଆବଶ୍ୟକ । ଆଗାମୀ ଦିନରେ ତା’ର କିଛି କ୍ଷତି ହେଲେ, ରାଜ୍ୟ ସରକାର ହିଁ ଦାୟୀ ରହିବେ । ମୁଁ ପ୍ରଥମରୁ ଚେତାବନୀ ଦେଉଛି । ମନ୍ତ୍ରୀ ନବ ଦାସ ହତ୍ୟାର ତନାଘନା ଭିତରେ ଗୋପାଳ ଦାସଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।ସେ ଆଉ ମଧ୍ୟ କହିଛନ୍ତି ଯେ , ହୁଏତ ପାରିବାରିକ, ରାଜନୈତିକ କିମ୍ବା ବ୍ୟାପାରିକ ସ୍ୱାର୍ଥରେ ଗୋପାଳଙ୍କ ପରିବାର ଲୋକ ଚୁପ୍ ରହିପାରନ୍ତି । ହେଲେ ଗୋପାଳର କିଛି କ୍ଷତି ହେଲେ ରାଜ୍ୟ ସରକାର ହିଁ ଦାୟୀ ରହିବେ। ମାମଲାର ଗୁରୁତ୍ୱକୁ ଦେଖି ସରକାର CBI ତଦନ୍ତ ପାଇଁ ସୁପାରିସ କରନ୍ତୁ ବୋଲି ସେ ଦାବି କରିଛନ୍ତି ।ସେପଟେ ତଦନ୍ତକାରୀ ଅଫିସରଙ୍କୁ ମିଳିଛି ଗୋପାଳର ହାତଲେଖା ଚିଠି । ଝାରସୁଗୁଡ଼ା ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ କିଛି ହାତ ଲେଖା କାଗଜ ଖଣ୍ଡ ମିଳିଛି। ଗତକାଲି ରାତିରୁ ଏହି ପାଇଖାନା ଟାଙ୍କିକୁ ଖାଲି କରି ଖୋଜାଖୋଜି କରିଥିଲା କ୍ରାଇମବ୍ରାଞ୍ଚ । ଆଉ ଏହାପରେ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ବଡ଼ ସୁରାକ । ଆଜି ସକାଳେ ଏଥିରୁ ୧୨ ଖଣ୍ଡ ହାତ ଲେଖା କାଗଜ ମିଳିଥିବା ସୂଚନା ମିଳିଛି ।ସ୍ୱେରେଜ୍ ଟାଙ୍କିରୁ ମିଳିଥିବା ଏହି କାଗଜ ଖଣ୍ଡ ଗୁଡ଼ିକ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ନାଲି ରଙ୍ଗରେ ଲେଖାଯାଇଛି। ଏସବୁକୁ ଜବତ କରିବା ପରେ ଏବେ ତଦନ୍ତ ଆଉ ପାଦେ ଆଗକୁ ଗତି କରିଥିବା ଅନୁମାନ କରାଯାଉଛି।ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୫ ଦିନ ବିତିଗଲାଣି । ତଥାପି ଫିଟିପାରୁନି ରହସ୍ୟ । କାହିଁକି ହତ୍ୟା କଲା ଗୋପାଳ ? ତାର କଣ ପାଇଁ ଥିଲା ମନ୍ତ୍ରୀଙ୍କ ଉପରେ ରାଗ? ମନ୍ତ୍ରୀଙ୍କ ପାଖେ ପାଖେ ବୁଲୁଥିବା ପୋଲିସ୍ ଅଧିକାରୀ କାହିଁକି ତାଙ୍କୁ ମାରିଲେ, ଏବେ ତାକୁ ନେଇ ଦେଖାଦେଇଛି ଅନେକ ପ୍ରଶ୍ନ ।ତେବେ କେବେ ଗୋପାଳର ପୁରା ସତ୍ୟ ଜଣାପଡିବ ତାହା କ୍ରାଇମ ବ୍ରାଞ୍ଚର ଅଧିକ ତଦନ୍ତ ହେଲାପରେ ହିଁ ଜଣା ପଡିବ |

Related post

୪ଦିନିଆ ରିମାଣ୍ଡରେ ଗଲେ ଗୋପାଳ

୪ଦିନିଆ ରିମାଣ୍ଡରେ ଗଲେ ଗୋପାଳ

ଫୋକସ ପ୍ଲସ ୧/୨/୨୩(ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ୪ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। କେଉଁ କାରଣ…

Leave a Reply

Your email address will not be published. Required fields are marked *