ହୋଲି ହେଲା କାଳ,ଠାକୁର ପରିକ୍ରମା ବେଳେ ଠାକୁରଙ୍କୁ ଅଣ୍ଡା ମାଡ

ହୋଲି ହେଲା କାଳ,ଠାକୁର ପରିକ୍ରମା ବେଳେ ଠାକୁରଙ୍କୁ ଅଣ୍ଡା ମାଡ

ଫୋକସ ପ୍ଲସ 9/3/2023(ଗଜପତି): ହୋଲିରେ ଠାକୁରଙ୍କୁ ଧରି ନଗର ପରିକ୍ରମା କରୁଥିବା ଲୋକଙ୍କ ଉପରେ ଅଣ୍ଡା ମାଡ଼। ଅଣ୍ଡା ମାଡ଼କୁ ନେଇ ଦୁଇ ଗୋଷ୍ଠୀ ଭିତରେ ହାତାହାତି ହୋଇଛି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବଡପଦା ଗ୍ରାମରେ ଆଜି ଏହି ଘଟଣା ଘଟିଛି। ଏହି ଘଟଣାକୁ ନେଇ ବଡପଦା ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ଫୋର୍ସ ମୁତୟନ ହୋଇଛି।

ଗୋଟିଏ ପକ୍ଷର ଅଭିଯୋଗ ମୁତାବକ, ବଡପଦା ଗ୍ରାମରେ ଆଜି ହୋଲି ଉତ୍ସବ ଚାଲିଥିବା ଅବସରରେ ଗ୍ରାମର କିଛି ଲୋକ ରାଧାକୃଷ୍ଣ ମନ୍ଦିରରୁ ବିଗ୍ରହ ଧରି ନଗର ପରିକ୍ରମା କରୁଥିଲେ। ଏହି ସମୟରେ କିଛି ବ୍ୟକ୍ତି ହଠାତ୍ ଆସି ଠାକୁରଙ୍କ ଉପରେ ଅଣ୍ଡାମାଡ କରିଥିଲେ। ତା’ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା।

Related post

ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

ଭୁବନେଶ୍ବର: ରାଜ୍ୟର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଶପଥ ପାଠ କରାଇଲେ ଓଡ଼ିଶା ଉଚ୍ଚ…
ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର

ଫୋକସପ୍ଲସ 22/05/2023(ବ୍ୟୁରୋ) :ସାରା ଅଲି ଖାନ ଙ୍କ ଫିଟନେସ୍ ମନ୍ତ୍ର ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ 5 ଟି ଟିପ୍ସ | ଫିଟନେସ୍ ପ୍ରେରଣା ପାଇବା…
ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି?

ଫୋକସପ୍ଲସ 22/05/2023(ବ୍ୟୁରୋ) :ପିରିୟଡ କଷ୍ଟରୁ ଯନ୍ତ୍ରଣା ଭୋଗୁଛନ୍ତି କି? ପର୍ଯ୍ୟାୟ କ୍ରମ୍ପ, କିମ୍ବା ଡିସମେନୋରିଆ, ଜୀବନରେ ଅସହଜ ଏବଂ ବ୍ୟାଘାତ ସୃଷ୍ଟି କରିପାରେ | ଏମାନେ ମହିଳାଙ୍କ ରୁତୁସ୍ରାବ…

Leave a Reply

Your email address will not be published. Required fields are marked *