( ଏ, ବି )ରାଇସମିଲ କବଜା ରେ ସର୍ବସାଧାରଣ ରାସ୍ତା l

ସମ୍ବଲପୁର, ରେଙ୍ଗାଲି,06/12(ଫୋକସ ପ୍ଲସ); ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଗୁଲ|ମାଲ ରେ ଥିବା (ଏ,ବି)ରାଇସମିଲ କବଜା ରେ ଏବେ ସର୍ବସାଧାରଣ ରାସ୍ତା | କତରବଗା ସରପଞ୍ଚ ନିଳାମ୍ଭର ରୋହିଦାସ ଏବଂ କିଛି ଗ୍ରାମବାସୀ ମାନେ ଏବେ ଅଭିଯୋଗ କରିଛନ୍ତି ଜିଲ୍ଲାପାଳ ଙ୍କ ପାଖରେ (ଏ,ବି)ରାଇସ ମିଲ କବଜା କରିଥିବା ସର୍ବସାଧାରଣ ରାସ୍ତା କୁ l ଅନ୍ୟ ପକ୍ଷେ (ଏ,ବି )ରାଇସମିଲ ମାଲିକ କହୁଛନ୍ତି ରାସ୍ତା ରାଇସମିଳ ଭିତରେ ଅଛି ନିଜେ ସୁଇକାର କରୁଛନ୍ତି କିନ୍ତୁ ପ୍ରଶାସନ କୋଣସି ପଦକ୍ଷେପ ନେଉନାହାନ୍ତି | (ଏ,ବି)ରାଇସମିଲ ଦେଇ ପରଦେଶୀ ପାଲି ଠୁ ସହରା ପଡା ହୋଇ କି ଗୁଲାମାଲ ସନିମନ୍ଦିର ପର୍ଯ୍ୟନ୍ତ ଲମ୍ବିଛି ସେହି ରାସ୍ତା ହେଲେ ରାସ୍ତା ଖରାପ ଅଛି ତେଣୁ ସରପଞ୍ଚ ସେହି ରାସ୍ତା ପାଇଁ କିଛି ଅର୍ଥ ରାଶି ମଞ୍ଜୁର କରିଛନ୍ତି କିନ୍ତୁ (ଏ,ବି)ରାଇସମିଲ ସେହି ରାସ୍ତା କୁ କବଜା କରି ରଖିଥିବାରୁ ସେହି ରାସ୍ତା ରେ ନୂତନ ରାସ୍ତା ନିର୍ମାଣ କରି ହେଉନି ସେଥିପାଇଁ ଜିଲ୍ଲାପାଳ , ରେଙ୍ଗାଲି ତହସିଲଦାର ଏବଂ କତରବଗା ଥାନା ଅଧିକାରୀ ଙ୍କୁ ମଧ୍ୟ ଲେଖିତ ଆକାରେ ଦେଇଛନ୍ତି l କିନ୍ତୁ (ଏ,ବି )ରାଇସମିଲ ର ମାଲିକ ଜାଗା ଛାଡିବା ପାଇଁ ନାରାଜ ଅଛନ୍ତି l ଏବଂ ସ୍ଥାନୀୟ ଅଂଚଳ ବାସି ମାନେ ମତ ପ୍ରକାଶ କରୁଛନ୍ତି କି (ଏ,ବି) ରାଇସ ମିଲ ମାଲିକ ଦାଦା ଗିରି କରି ରଖିଛନ୍ତି ରାସ୍ତା କୁ ସର୍ବସାଧାରଣ ରାସ୍ତା କୁ ଛାଡ଼ୁନାହାନ୍ତି ମାଲିକ l କିଛି ଲୋକଙ୍କୁ ଚମଚା ଗିରି କରି କି ସେ ରଖି ଜୋର ଜବରଦସ୍ତ ରାସ୍ତା କବଜା କରି ସେଥିରେ ବାଉଣ୍ଡ୍ରି ମଧ୍ୟ ଦେଇଛନ୍ତି ସେଥିପାଇଁ ଗ୍ରାମବାସୀ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଗ୍ରାମବାସୀ ମାନେ ମତ ପ୍ରକାଶ କରୁଛନ୍ତି l ହେଲେ ରାଇସ ମିଲ ମାଲିକ କିନ୍ତୁ 2004 ରେ ଜମି କିଣି ଥିଲେ ଏବଂ ସେତେବେଳେ ସେଥିରେ କୌଣସି ରାସ୍ତା ନ ଥିଲା ବୋଲି କହୁଛନ୍ତି l ହେଲେ ସ୍ଥାନୀୟ ଲୋକ ମାନେ ମତ ପ୍ରକାଶ କରୁଛନ୍ତ ଯେତେ ଜମି ମିଲ ଭିତରେ ଯାଇଛି ତ ବୋଲି କହୁଛନ୍ତି l ଅଶୋକ ଅଗ୍ରୱାଲ ମିଲ ମାଲକ ପ୍ରଶାସନ କୁ ଖାତିର ନ କରି କି ସେ ସର୍ବସାଧାରଣ ରାସ୍ତା କୁ କବଜା କରି ସେ ରାଇସମିଲ କରିଛନ୍ତି ବୋଲି l ସବୁଠୁ ବଡ଼ କଥା ହେଲା ସାଧାରଣ ଲୋକ ଟିକେ ଭୁଲ କଲେ କି ସରକାରୀ ଜମି ମାଡି ବସିଲେ ପୋଲିସ ପ୍ରଶାସନ ମିଶିକି ଉଛେଦ କରି ଥାନ୍ତି ହେଲେ ଏହି କ୍ଷେତ୍ରରେ ରାଇସ ମିଲ ମାଲିକ ପାଇଁ ରେଙ୍ଗାଲି ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି l କିନ୍ତୁ ସମସ୍ତ ଙ୍କ ନଜର ରହିବ ଧନୀ ଲୋକ ବୋଲି ପ୍ରଶାସନିକ ଅଧିକାରୀ ଙ୍କ ପାଟି ବନ୍ଧ ହୋଇ ରହିବ କି ନା ନିଜ ପକେଟ ଗରମ କରି ପ୍ରଶାସନ ନିରବ ରହୁଛି ତାହା ସମୟ ହିଁ କହିବ l

 

Related post

Leave a Reply

Your email address will not be published. Required fields are marked *