ମଣିଷ  ଓ ଚାରି ମାସ ର ହରଣ ଶାବକ ମଧ୍ୟରେ ନିଆରା ସମ୍ପର୍କ l

ମଣିଷ ଓ ଚାରି ମାସ ର ହରଣ ଶାବକ ମଧ୍ୟରେ ନିଆରା ସମ୍ପର୍କ l

ସ୍ପେସିଆଲ ଷ୍ଟୋରୀ06/12(ଫୋକସ ପ୍ଲସ); ପ୍ରେମ ବିଶ୍ୱାସ ଭଲପାଇବା ମଧ୍ୟରେ ବାନ୍ଧି ହୋଇଛି ଏକ ନିରୀହ ଜିବ,ଦର୍ଶକ ବନ୍ଧୁ ଆଜିକା ଜୀବନରେ ମଣିଷ ମଣିଷ କୁ ବିଶ୍ବସ କରୁନାହିଁ କିନ୍ତୁ ଏଠି ମଣିଷ ଓ ପଶୁ ମଧ୍ୟରେ ଏକ ନିଆରା ସମ୍ପର୍କ ଗଢି ଉଠିଛି l ଗତ ନଭେମ୍ବର 30 ତାରିଖ ପଡିଆ ବ୍ଲକ ଅନ୍ତର୍ଗତ ମୋଟୁମ୍ଭ ଗୁଡା ଗ୍ରାମ ଜଙ୍ଗଲ ରେ ବନ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ହଠାତ ଏକ ହରିଣ ଶାବକ ରାସ୍ତା କଡରେ ଠିଆ ହୋଇଥିବା ଦେଖିଥିଲେ ବନବିଭାଗ କର୍ମଚାରୀ ଓ ଅଧିକାରୀ,ଜାହାର ବୟସ ମାତ୍ର 4 ମାସ,ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ତାର ମା ହରିଣ ଶାବକ କୁ ନେବା ପାଇଁ ନ ଆସିବାରୁ ସେସରେ ବାଧ୍ୟ ହୋଇ ହିଂସ୍ର ଯାନ୍ତୁ ଙ୍କ କବଳ ରୁ ରକ୍ଷା କରିବା ପାଇଁ ବନାଅଧିକାରୀ ତାଙ୍କ ସହିତ ହରିଣ ଶାବକଟି କୁ କାଲିମେଳା ରେଂଞ୍ଜ ଅଫିସ କୁ ନେଇ ଆସିଥିଲେ l ହରିଣ ଶାବକ ର କାଲିମେଳା ପଶୁ ଚିକିଚ୍ଛାଳୟ ଠାରେ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଇବା ସହିତ ଉପରସ୍ତ ଅଧିକାର ଙ୍କୁ ଏ ବାବଦରେ ଅବଗତ କରାଇ ଥିଲେ କାଲିମେଳା ବନଅଧିକାର ହେଲେ ଆଜିକୁ ପ୍ରାୟ 5ରୁ6 ଦିନ ବିତିଗଲାଣି ଉପରସ୍ତ ଅଧିକାରୀ ଙ୍କ ଦ୍ୱରା ହରିଣ ଶବକର କୋଣସି ଥଇଥାନ ର ବ୍ୟବସ୍ତା କରା ଯାଇନଥିବା ଜଣାପଡିଛି l ହେଲେ ଏହି 5ରୁ6 ଦିନ ଭିତରେ ଉଭୟ ବନାଅଧିକାରୀ ଏବଂ ହରିଣ ଶାବକ ମଧ୍ୟ ରେ ଗଢି ଉଠିଛି ଭଲପାଇବାର ନିଆରା ସମ୍ପର୍କ l ଉଭୟ ଉଭୟଙ୍କୁ ନ ଦେଖୀଲେ ନା ରହି ପାରୁଛନ୍ତି ନା ଖାଇ ପାରୁଛନ୍ତି ଏମିତି କି ବାନାଅଧିକାରୀ ଯୁଆଡେ ଯାଉଛନ୍ତି ହରିଣ ଶାବକ ଟି ମଧ୍ୟ ସେଆଡେ଼ ଯାଉଛି l ବାନାଅଧିକାରୀ ତାଙ୍କ ନିଜ ହାତରେ ହରିଣ ଶାବକକୁ ଖିର ପିଆଉଥିବା ଦେଖିବାକୁ ମିଳିଛି ଓ ହରିଣ ଶାବକ ର ଉତ୍ତମ ଦେଖା ରେଖା ପାଇଁ ବନାଅଧିକାରୀ ନିଜ କ୍ଵାଟର ଶାବକ ଟିକୁ ରଖିଥିବା ଜଣାପଡିଛି l ତେବେ ଦେଖିବାକୁ ବାକି ରହିଲା ହରିଣ ଶାବକ ର ଉତ୍ତମ ଥଇ ଥାନ ର ବ୍ୟବସ୍ତା ଫୋରେଷ୍ଟ ଡିପାର୍ଟମେଣ୍ଟ କେବେ କରୁଛନ୍ତି l

Related post

Leave a Reply

Your email address will not be published. Required fields are marked *