ଘନ କୁହୁଡି ଯୋଗୁଁ ଘଟିଛି ଦୁର୍ଘଟଣା ।

ଘନ କୁହୁଡି ଯୋଗୁଁ ଘଟିଛି ଦୁର୍ଘଟଣା ।

କରଞ୍ଜିଆ ୩୦/୦୨/୨୦୨୪: ଘନ କୁହୁଡି ଯୋଗୁଁ ଘଟିଛି ଦୁର୍ଘଟଣା,ଛିଡା ହଇଥିବା ଟ୍ରକକୁ ପିଟିଲା ଟୁରିଷ୍ଟ ବସ ,୨ ଗୁରୁତର ୧୦ରୁ ଅଧିକ ଆହତ, ଆଜି ଭୋର ୪ଟାରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା,୨୨୦ନମ୍ବର ଜାତୀୟ ରାଜପଥ ର ତାଟ ନିକଟରେ ଘଟିଛି ଦୁର୍ଘଟଣା, ଯାଜପୁରରୁ ଏକ ବାହାଘରିଆ ପାର୍ଟି ଝାରଖଣ୍ଡରାଜ୍ୟର ଜାମେସେଦପୁର ନିଜ ଗ୍ରାମ ଯାଜପୁର କୁ ଆସୁଥିବା ସମୟରେ ତାଟ ନିକଟରେ ଏକ ଛିଡ଼ା ହୋଇ ଥିବା ଟ୍ରକ ପୋଛରେ ପିଟିଲା ବସ ଫଳରେ ବସରେ ବସିଥିବା ୪୧ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହଇଥିବା ଦେଖିବାକୁ ମିଳିଛି, ଘଟଣା ସ୍ଥଳରୁ ୧୦୮ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତ ଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି,ଘଟଣା ସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଁଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।ଦୁର୍ଘଟଣା ଖରାପ ପାଗ ଏବଂ ପ୍ରବଳ କୁହୁଡି ପାଇଁ ହୋଇଥିବା କୁହା ଯାଉଛି ।ଆହତ ଏବଂ ଗୁରୁତ୍ୱଙ୍କୁ କେନ୍ଦୁଝର ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Related post

Leave a Reply

Your email address will not be published. Required fields are marked *