ଅନୁଗୋଳ ବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ।

ଅନୁଗୋଳ ବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ।

ଅନୁଗୋଳ୧୨/୦୨/୨୦୨୪: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ମାସିକ ଭତ୍ତା ରାଶି ୫୦୦ ଟଙ୍କା ବୃଦ୍ଧି ଘୋଷାଣା କରିଛନ୍ତି। ବର୍ଦ୍ଧିତ ଭତ୍ତା ଅନୁଯାୟୀ ୧୦୦୦, ୧୨୦୦ ଓ ୧୪୦୦ ଅର୍ଥ ରାଶି ପାଇବେ। ଲୋକ ଙ୍କ ଅନୁରୋଧକୁ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରିଥିବାରୁ ଅନୁଗୋଳ ବାସୀ ଆଜି ବିଜୁ ମଇଦାନ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୋଳ ଜିଲ୍ଲା ବିଜେଡ଼ି ସହ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ, ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ନଗର ବିଜେଡି ସଭାପତି ବୃନ୍ଦାବନ ସ୍ବାଇଁ କାଉନସିଲର – ସଦାନନ୍ଦ ପଣ୍ଡା, ରଞ୍ଜିତ ମାଣ୍ଡୋଠିଆ, ସୂର୍ୟସ୍ନାତା ସାହୁ, ବଳରାମ ଜେନା, ଶଙ୍କର ସେଠୀ ନଗର ମହିଳା ବିଜେଡି ସଭାନେତ୍ରୀ ମାଳିନୀ ସର ନଗର ଯୁବ ବିଜେଡ଼ି ସଭାପତି ବିଶ୍ବରଂଜନ ସାହୁ, ଅରୁଣାଭ ସିଂହ ଯୋଗ ଦେଇଥିଲେ।

Related post

Leave a Reply

Your email address will not be published. Required fields are marked *