ପରୀକ୍ଷା  ହେବ ନା ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ? ଏବେ ବି  ଦ୍ଵନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ

ପରୀକ୍ଷା ହେବ ନା ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ? ଏବେ ବି ଦ୍ଵନ୍ଦରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଏବେବି ଦ୍ଵନ୍ଦରେ ଛାତ୍ରଛାତ୍ରୀ କେବେ ହେବ ପରୀକ୍ଷା ? ଏକପ୍ରକାର ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପରୀକ୍ଷା ତାରିଖ ଘୋଷଣା ହୋଇଥିଲେ ମଧ୍ୟ ପ୍ରଥମ ରୁ ଅଷ୍ଟମ ପିଲାଙ୍କ ପାଇଁ କୌଣସି ତାରିଖ ଘୋଷଣା କରାଯାଇନାହିଁ l ଯାହା ଦ୍ୱାରା ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହୋଇଛି l ଏପଟେ ଦଶମ ପରୀକ୍ଷା ପାଇଁ ଶିକ୍ଷା ବିଭାଗ ଜୋରଦାର ଅଣ୍ଟା ଭିଡିଛନ୍ତି l
ଦୀର୍ଘ 2 ବର୍ଷ ବ୍ୟବଧାନ ପରେ ଏବର୍ଷ ମାଟ୍ରିକ ପରୀକ୍ଷା ହେବାକୁ ଯାଉଥିବାରୁ କଡ଼ାକଡ଼ି ଭାବରେ ଅନୁଷ୍ଠିତ ହେବ l କରୋନା ସମୟରେ ଦୀର୍ଘ 2 ବର୍ଷ ଧରି ସ୍କୁଲ ବନ୍ଧ ଥିଲା ,ପ୍ରାଥମିକ ଶ୍ରେଣୀ ର ପିଲା ପାଠ ନପଡ଼ି ଉତ୍ତୀର୍ଣ୍ଣ ହୋଇଛନ୍ତି l ଆଉ ବୌଦ୍ଧିକ ବିକାଶ ବି ହୋଇନି l ଏଥିଲାଗି ସରକାର ପୁରୁଣା ପାଠ କୁ ସ୍ୱତନ୍ତ୍ର ପୁସ୍ତିକା ପ୍ରଚଳନ କରି ପିଲାଙ୍କୁ ପଢ଼ାଇବେ l

ଠିକ ସମୟରେ ଶିକ୍ଷା ବର୍ଷ ଆରମ୍ଭ କରି ପୁରୁଣା ପାଠ ଲାଗି ସ୍ୱତନ୍ତ୍ର ପୁସ୍ତିକା ପ୍ରଚଳନ କରିଥିଲେ l ହୁଏତ ପିଲାଙ୍କ କ୍ୟାରିୟର ପ୍ରଭାଭିତ ହୋଇନଥାନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପ୍ରକାଶ ପାଇଛି l ତେବେ କେତେ ଶୀଘ୍ର ସରକାର ପଦକ୍ଷେପ ନେଉଛନ୍ତି , ତାହାଉପରେ ନଜର ରହିଛି l

 

 

 

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *