ଅମଲାତନ୍ତ୍ର ଓ ମନମାନି ସରକାର ବିରୁଦ୍ଧରେ ଲଢେଇ ଜୋରଦାର ହେବ : କଂଗ୍ରେସ

ଅମଲାତନ୍ତ୍ର ଓ ମନମାନି ସରକାର ବିରୁଦ୍ଧରେ ଲଢେଇ ଜୋରଦାର ହେବ : କଂଗ୍ରେସ

ଫୋକସ ପ୍ଲସ ୧୧/୬/୨୨ (ଭୁବନେଶ୍ୱର): ଶୁକ୍ରବାର ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ବିଧିବିଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶରତଙ୍କୁ ସ୍ୱାଗତ ପାଇଁ କଂଗ୍ରେସ ଆୟୋଜନ କରିଥିଲା ମେଗା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ନୂଆଦିଲ୍ଲୀରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ଫେରିବା ପରେ ଶରତ ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିଥିଲେ | ସେଠାରୁ ଯୁବ,ଛାତ୍ର ଓ ମହିଳା କଂଗ୍ରେସର ଶହଶହ କର୍ମକର୍ତ୍ତା ବିଶାଳ ପଟୁଆର ରାଲିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସ ଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । କଂଗ୍ରେସ ଭବନ ପରିସରରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ ଶରତ ପଟ୍ଟନାୟକ । ସଭାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସମେତ ଦଳର ସବୁ ବିଧାୟକ, ସାଂସଦ, ଛାମୁଆ ସଂଗଠନ ନେତା, ପିସିସି ସଭ୍ୟ, ଜିଲ୍ଲା ସଭାପତି, ବ୍ଲକ ସଭାପତି ମାନେ ଯୋଗ ଦେଇଥିଲେ । ପ୍ରାୟ ୧୦ ହଜାର ଲୋକଙ୍କୁ ଏକାଠି କରି ଏକ ବିରାଟ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶରତ କହିଛନ୍ତି ଯେ, ଏହା ହେଉଛି ନୂଆ ଦାୟିତ୍ୱ-ନୂଆ ଆହ୍ୱାନ, ଏବେ କେବଳ ଆମର ମିଶନ – 2024 | ଅମଲାତନ୍ତ୍ର, ମନମାନି ସରକାର ବିରୁଦ୍ଧରେ ଏବେ ଜୋରଦାର ଲଢେଇ କରିବ କଂଗ୍ରେସ | ଆସନ୍ତା 2024 ସାଧାରଣ ନିର୍ବାଚନରେ କଂଗ୍ରେସ ଓଡିଶାରେ ଏକ ସ୍ଥିର ସରକାର ଗଠନ କରିବ ବୋଲି ଦୃଢତାର ସହିତ କହିଛନ୍ତି ଶ୍ରୀ ପଟ୍ଟନାୟକ | ସେପଟେ କଂଗ୍ରେସ ଶିବିରରେ ମଧ୍ୟ ଏକ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିଛି | ନୂଆ ଜୋସ୍ ସହ କଂଗ୍ରେସ କର୍ମୀଙ୍କ ମନରେ ଦେଖାଦେଇଛି ଅନେକ ଉତ୍ସାହ | ଏହି ସଭାରେ ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଖୁବ୍ ଗର୍ଜିଛି ଦଳ | ଓଡିଶାରେ ଚାଲିଥିବା ଅଗଣତାନ୍ତ୍ରିକ ଓ ଅମଲାତନ୍ତ୍ରିକ ସରକାରକୁ ବରଖାସ୍ତ କରିବାକୁ ପଡିବ ବୋଲି ଶରତ ପଟ୍ଟନାୟକ କହିଥିବା ବେଳେ କଂଗ୍ରେସ ବିଜେଡିର ସବୁ ଦୁର୍ନୀତିକୁ ଖୋଳି ବାହାର କରିଦେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା ପ୍ରଭାରୀ ଚେଲ୍ଲା କୁମାର | ଅନ୍ୟପଟେ ସଭାରେ ନିରବରେ ରହିନି ଛାତ୍ର କଂଗ୍ରେସ | ବିଜେପି ଓ ବିଜେଡି ସରକାର ପତନ ପାଇଁ ପଲ୍ଲୀ ଠୁ ଦିଲ୍ଲୀ ଯାଏଁ ଲଢେଇ ଆରମ୍ଭ ହେଲା ବୋଲି କହିଛି ଛାତ୍ର କଂଗ୍ରେସ, ଯାହା ନିଜର ଅଭିଭାଷଣ ମାଧ୍ୟମରେ କହିଛନ୍ତି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ | ସମସ୍ତ ବାଦ ବିବାଦ ଓ ଅନ୍ତ କନ୍ଦଳକୁ ପଛରେ ପକାଇ ଏବେ ଏକ୍ ହୋଇ କଂଗ୍ରେସ ନିଜର ଲଢେଇ ଜାରି ରଖିବ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *