ଛାତି ଥରା ଶବ୍ଦରେ ଭାଙ୍ଗୁଛି  କାନ୍ଥବାଡ଼

ଛାତି ଥରା ଶବ୍ଦରେ ଭାଙ୍ଗୁଛି କାନ୍ଥବାଡ଼

ଫୋକସ ପ୍ଲସ ୧୭/୦୬/୨୨(ନର୍ଲା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ ଅନ୍ତର୍ଭୁକ୍ତ ବିଭିନ୍ନ ସ୍ଥାନରେ ଖଣି ମାଫିଆଙ୍କ ଦବଙ୍ଗ ଗିରି ଦିନକୁ ଦିନବଢ଼ିବାରେ ଲାଗିଛି l ପଥର କ୍ୱାରୀ ମାନଙ୍କରେ ଚାଲିଥିବା ବେଆଇନ ବ୍ଲାଷ୍ଟିଂ ଲୋକଙ୍କୁ ଭୟଭିତ କରୁଛି l ଛାତି ଥରା ବ୍ଲାଷ୍ଟିଂ ରେ ନିରୀହ ଲୋକଙ୍କ ଘର କାନ୍ଥ ବାଡ ଭାଙ୍ଗି ଆଁ କଲାଣି l କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗି ଭୁଶୁଡ଼ି ପଡ଼ିଲାଣି l କିଛି ଲୋକେ ତ ଭଙ୍ଗା ଘର ମରାମତି କରିବା ସାମର୍ଥ୍ୟ ନ ଥିବାରୁ ସେହି ଭଙ୍ଗା ଘରେ ଭୟଭିତ ଅବସ୍ଥାରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି l ବେଆଇନ ବ୍ଲାଷ୍ଟିଂ ବନ୍ଦ କରିବାକୁ ପ୍ରଶାସନ ନିକଟରେ ସ୍ଥାନୀୟ ଲୋକେ ନେହୁରା ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ l ସୂଚନା ମୁତାବକ ଗୋଲାମୁଣ୍ଡା ବ୍ଲକ ଖଲିଆକାନି ପଞ୍ଚାୟତର ସୁକୁନିମୁଣ୍ଡା ଓ ବୃନ୍ଦାବାହାଲ ପଞ୍ଚାୟତର ବଇଜଳପୁର ରେ ଦୁଇ ଗୋଟି ପଥର କୁଆଁରିରୁ ବେଆଇନ ଭାବରେ ପଥର ଖନନ କରାଯାଉଛି l
ଉକ୍ତ କୁଆଁରୀ ମାନଙ୍କରେ ବେଆଇନ ଭାବରେ ଡିନାମାଇଟ ଓ ଜିଲୋଟିନ ବ୍ୟବହାର କରି ବ୍ଲାଷ୍ଟିଂ କରାଯାଉଛି l ବ୍ଲାଷ୍ଟିଂ କରାଯିବା ଫଳରେ ନିକଟରେ ଥିବା ଖଲିଆକାନି,ସୁକୁନିମୁଣ୍ଡା, ବଇଜଲପୁର,କୁରେଶିନି, ଗୋଇନ୍ଦିମୁଣ୍ଡା ଆଦି ଗାଁ ମାନଙ୍କରେ ରହିଥିବା ଘର ମାନଙ୍କରେ ବିରାଟକାୟ ଫାଟ ସୃଷ୍ଟି ହେଲାଣି l ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ହେଉଛି ଯେ ବେଳେ ବେଳେ ଲୋକେ ଭୂମିକମ୍ପ ମନେ କରି ଘରୁ ପଦାକୁ ପଳେଇ ଆସୁଛନ୍ତି l ଧୂଳି ଧୁଆଁ କଥା ତ ନ କହିବା ଭଲ l ପ୍ରଦୂଷଣ ରେ ଅଞ୍ଚଳ ଏତେ ଦୂଷିତ ହେଇଗଲାଣି ଯେ ସ୍ଥାନୀୟ ଲୋକଙ୍କ ସହ ପ୍ରତିଦିନ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ଅଣ ବିଶ୍ବାସୀ ହୋଇ ପଡ଼ୁଛନ୍ତି l ପ୍ରତିଦିନ କ୍ରସର୍ ରୁ ପଥର ବୋଝେଇ ଭାରି ଟ୍ରକ୍ ଏବଂ ହାଇୱା ସବୁ ଯିବାଆସିବା କରୁଥିବା ଫଳରେ ରାସ୍ତା ଘାଟର ଆଉ ଗତି ରହୁ ନାହିଁ l ଭାରି ଯାନ ଯିବା ଆସିବା କରୁଥିବା ଫଳରେ କିଛି ଦିନ ତଳେ ନିର୍ମାଣ ହେଇଥିବା ପ୍ରଧାନ ମନ୍ତ୍ରୀ ସଡ଼କଟି ସମ୍ପୂର୍ଣ୍ଣ ଖରାପ ହେଇ ପଡ଼ିଲାଣି l ଉକ୍ତ ରାସ୍ତା ଉପରେ ପାଖା ପାଖି ୧୪ ରୁ ଉର୍ଦ୍ଧ୍ବ ଗାଁ ନିର୍ଭର କରୁଛନ୍ତି l ଭାରି ଯାନ ଯିବା ଆସିବା କରୁଥିବା ସମୟରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ନଜର କୁ ଆସୁଛି l ମରଣଯନ୍ତା ସ୍ୱରୂପ ମନେ ହଉଛି ରାସ୍ତା ବୋଲି ଲୋକେ ପ୍ରକାଶ କରୁଛନ୍ତି l ଏତେ ସବୁ ଅସୁବିଧା ସ୍ଵତ୍ୱେ ପ୍ରଶାସନ ପାଟିଚୁପ୍ ରହିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l କେତେ ପଥର ଖନନ କରିବା ପାଇଁ ଆଉ କେତେ ବର୍ଷ ପାଇଁ ପ୍ରଶାସନ ତରଫରୁ ଲିଜ ଦିଆ ଯାଇଥିଲା ତାହାର କୌଣସି ହିସାବ ମିଳି ପାରୁ ନାହିଁ l ଦିନରାତି ମେସିନ ଲଗେଇ ପଥର ଖନନ କରାଯାଉଥିବା ଅଭିଯୋଗ ହେଉଛି l ସରକାରୀ ସମ୍ପତି କୁ ହରିଲୁଟ୍ କରି କଣ୍ଟାବାଞ୍ଜି ର ଜଣେ ପଥର ମାଫିଆ କୋଟି କୋଟି ଟଙ୍କା ର ବେଆଇନ ସମ୍ପତି ଗଚ୍ଛିତ କରି ରଖୁଛନ୍ତି l ଏହାର ଭିଜିଲାନ୍ସ ତଦନ୍ତ କରି ନେସ୍ନାଲ ଗ୍ରୀନ ଟ୍ରୀବ୍ୟୁନାଲ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ବର୍ତ୍ତମାନ ସାଧାରଣ ରେ ଦାବୀ ହେଉଛି l ଗୋଲାମୁଣ୍ଡା ତହସିଲଦାରଙ୍କୁ ଏ ଦିଗରେ ପ୍ରଶ୍ନ କରିବାରୁ ଏଭଳି ବେଆଇନ ବ୍ଲାଷ୍ଟିଂ ର ଲିଜଠୁ ଅଧିକ ପଥର ଖନନ କରାଯାଇଥିବା କୌଣସି ସୂଚନା ଆମ ପାଖରେ ନାହିଁ ବୋଲି ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।

କଳାହାଣ୍ଡି ରୁ ରଞ୍ଜନ କୁମାର ମହାନ୍ତି ଫୋକୋସ ପ୍ଲସ

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *