ଶେଖ ନିଜାମ ହତ୍ୟା ମାମଲା ରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଶେଖ ନିଜାମ ହତ୍ୟା ମାମଲା ରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଫୋକସ ପ୍ଲସ(ନବରଙ୍ଗପୁର)୨୧/୦୮/୨୦୨୨: ବହୁ ଚର୍ଚ୍ଚିତ ଶେଖ ନିଜାମ ହତ୍ୟା ମାମଲା , ବିଜୟୱାରୁ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି ନବରଙ୍ଗପୁର ଟାଉନ ଥାନା ପୋଲିସ , ବର୍ତ୍ତମାନ ସୁଦ୍ଧା ଧରାପଡିଲେଣି 6 ଜଣ ଅଭିଯୁକ୍ତ , ଅନ୍ୟ 4 ଜଣ ଫେରାର୍ ଅଛନ୍ତି । ମାତ୍ର 10 ସେକେଣ୍ଡର କଲ ରେକର୍ଡ ପୋଲିସକୁ ବଡ଼ ସୁରାକ ଯୋଗାଇଥିଲା । ତାହାକୁ ନେଇ ଅଭିଯୁକ୍ତକୁ ଜୁଲାଇ ୩୧ ତାରିଖ ରବିବାର ରାତି ସାଢ଼େ ୮ ଟା ବେଳକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଦବାଗୁଡା ଅଞ୍ଚଳର ଶେଖ ନିଜାମ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖାଣ୍ଡା ଓ ଠେଙ୍ଗାରେ ଆକ୍ରମଣ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତପନ ଗରଡ଼ା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ନବରଙ୍ଗପୁର ପୋଲିସ ପୂର୍ବରୁ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି । ଅଭିଯୁକ୍ତ ତପନ , ହତ୍ୟା ଘଟଣା ପରେ ଫେରାର ରହିଥିଲା । ତପନ ତାର ଜଣେ ସାଙ୍ଗ ସହ 10 ସେକେଣ୍ଡ ପାଇଁ କଥା ହୋଇଥିଲା । ତାହାର କଲ ରେକର୍ଡକୁ ଅଧର କରି ପୋଲିସ ଆନ୍ଧ୍ରପ୍ରଦେଶର ବିଜୟୱାଡା ଅଞ୍ଚଳରୁ ତପନ ପାଖକୁ ପହଞ୍ଚି ଗିରଫ କରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ପାଖରୁ ଦୁଇଟି ମୋବାଇଲ, 4ଟି ସିମ ଓ ହତ୍ୟାରେ ବ୍ୟବହୃତ ଖଣ୍ଡା ଜବତ କରାଯାଇଛି । ତପନ ଗୋଟିଏ ମୋବାଇଲରେ ବିଭିନ୍ନ ଗୋ ଚାଲାଣ ବ୍ୟବସାୟୀଙ୍କ ସହ କଥା ହେବା ଓ ଅନ୍ୟ ମୋବାଇଲରେ ବିଭିନ୍ନ ଲୋକଙ୍କ ସହ କଥା ହେଉଥିବା ପୋଲିସ ଖବର ପାଇଛି । ଅଭିଯୁକ୍ତ ତପନ ଗରଡାଙ୍କ ନାଁରେ ନବରଙ୍ଗପୁର ଓ କୋଡ଼ିଙ୍ଗା ଥାନାରେ ପୂର୍ବରୁ ଡକାୟତି, ଲୁଟ, ଅପହରଣ ଭଳି ୪ଟି ମାମଲା ରହିଛି । ଏସ ପି ଏସ.ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଥାନା ଏସ ଆଇ ସବୀର ଅହମ୍ମଦ ଓ ଉମରକୋଟ ଥାନାର ଏସ ଆଇ ସନ୍ତୋଷ କୁମାର ମାଝୀଙ୍କ ନେଇ ଏକ ଟିମ ଗଠନ କରାଯାଇଥିଲା । ଥାନା ଆଧିକାରୀ ପ୍ରଧାନଙ୍କ ତତ୍ତ୍ବାବଧାନରେ ଉକ୍ତ ଟିମ ବିଜୟୱାଡା ଜାଇ ତପଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିଛି ।

ନବରଙ୍ଗପୁର ରୁ ପଙ୍କଜ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *