ପୁଣି ମାଓବାଦୀଙ୍କ ବର୍ବରତା

ପୁଣି ମାଓବାଦୀଙ୍କ ବର୍ବରତା

ଫୋକସ ପ୍ଲସ(ମାଲକାନଗିରି)୨୭/୦୮/୨୦୨୨: ପୁଲିସ ଇନଫର୍ମର ସନ୍ଦେହରେ ଗ୍ରାମବାସୀକୁ ନିର୍ମମ ହତ୍ୟା।ଧାରୁଆ ଅସ୍ତ୍ରରେ ଗଳାକାଟି ଘଟାଇଛନ୍ତି ହତ୍ୟାକାଣ୍ଡ। ମୃତକ ଗ୍ରାମୀଣର ନାଁ ରାମଲାଲ ପୋଟାଇ ବୋଲି ଜଣାପଡିଛି। ହତ୍ୟା ପରେ ଶବକୁ ଗାଁ ନିକଟରେ ଫିଙ୍ଗି ଦେଇଛନ୍ତି। ପରିବାର ସଦସ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ସୂଚନା ଦେଇଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରିଛି।ମାଲକାନଗିରି ସୀମାନ୍ତ ନାରାୟଣପୁର ଜିଲ୍ଲା ଫରସଗାଁଓ ଥାନା ଅନ୍ତର୍ଗତ ଖଡକାଗାଁଓରେ ଶୁକ୍ରବାର ରାତି ପ୍ରାୟ ୮.୩୦ ମିନିଟ ସମୟରେ ସାଧା ପୋଷାକରେ ୪ ଜଣ ଅସ୍ତ୍ରଧାରୀ ମାଓବାଦୀ ରାମଲାଲ ଘରେ ସେ ଓ ତାଙ୍କର ଭାଇ ଭାଉଜ ବସିଥିବା ବେଳେ ରାମଲାଲର ହାତ ବାନ୍ଧି ଘର ଠାରୁ କିଛି ଦୂରରେ ନେଇ ଅତି ନିର୍ମମ ଭାବେ ହତ୍ୟା କରି ଦେଇଥିଲେ। ରାମଲାଲକୁ ପୁଲିସ ଇନଫର୍ମର ଅଭିଯୋଗ ଲଗାଇ ହତ୍ୟା କରିଛନ୍ତି ମାଓବାଦୀ। ଶବ ନିକଟରେ ପୋଷ୍ଟର ଫିଙ୍ଗି ପୁଲିସ ଇନଫର୍ମର ନ ହବାକୁ ଦେଇଛନ୍ତି ଚେତାବନୀ। ନଚେତ୍ ଏହିଭଳି ଦଶା ଭୋଗିବାକୁ ପଡ଼ିବ। ସେପଟେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

ମାଲକାନଗିରି ରୁ ନିରଞ୍ଜନ ମଲ୍ଲ ଙ୍କ ରିପୋର୍ଟ ଫୋକସ ପ୍ଲସ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *