ଠିକା ସଂସ୍ଥାରୁ ପାଇପ୍‌ ଚୋରି ବେଳେ ଚଢାଉ

ଠିକା ସଂସ୍ଥାରୁ ପାଇପ୍‌ ଚୋରି ବେଳେ ଚଢାଉ

ଫୋକସ ପ୍ଲସ(ଆନନ୍ଦପୁର)୦୬/୦୯/୨୦୨୨: ଆନନ୍ଦପୁର ପୋଲିସକୁ ସଫଳତା । ଏକ ଠିକା ସଂସ୍ଥାରୁ ପାଇପ୍‌ ଚୋରି ବେଳେ ଚଢାଉ କଲା ପୋଲିସ । ବିପୁଳ ପରିମାଣର ପାଇପ୍‌ ଜବତ ସହ ଗାଡିର ଡ୍ରାଇଭର ଓ ହେଲ୍‌ପରୁ ଗିରଫ କରିଛି ପୋଲିସ ।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ୍ ନିକଟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ତେବେ ନିର୍ମାଣ କାମରେ ନିୟୋଜତି ଠିକା ସଂସ୍ଥାର କ୍ୟାମ୍ପରୁ ଟ୍ରକ ଲଗାଇ ପାଇପ୍ ଚୋରି କରୁଥିଲେ ଚୋର। ଟ୍ରକଟି ଛତିଶଗଡର ରେଜିଷ୍ଟ୍ରେସନ୍ ଥିବା ବେଳେ ପାଖାପାଖି ୭୦ ରୁ ଅଧିକ ପାଇପ୍ ଲୋଡ୍ ସରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଆନନ୍ଦପୁର ପୋଲିସ୍ ଚଢାଉ କରିଥିଲା। ଚଢଉରେ ବଡ ସଫଳତା ପାଇବା ସହିତ ଦୁଇ ଡ୍ରାଇଭର ଓ ହେଲ୍‌ପରକୁ ଗିରଫ କରିଛି ଆନନ୍ଦପୁର ପୋଲିସ୍। ଅନ୍ୟ ଚାରି ଜଣ ଖସିଯାଇଥିବା ସୂଚନା ମିଳିଛି। ଡ୍ରାଇଭର ବିଶାଲ୍ କୁମାର ଦେବଗନ ଓ ହେଲପର ବଜରଙ୍ଗ ଯାଦବ ଛତିଶଗଡ ଅଞ୍ଚଳର ବୋଲି ସ୍ପଷ୍ଟ ହୋଇଛି। ତେବେ ଏହି ଚୋରି ପଛରେ ବାହାର ରାଜ୍ୟର ରାକେଟ କାମ କରୁଥିବା ଅନୁମାନ କରାଯାଉଛି।

ଆନନ୍ଦପୁର ରୁ ବିନୋଦ ଖଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *