ଦୀପାବଳି ପୂର୍ବରୁ ସରକାରୀ ଚାକିରିଆଙ୍କୁ ଉପହାର

ଦୀପାବଳି ପୂର୍ବରୁ ସରକାରୀ ଚାକିରିଆଙ୍କୁ ଉପହାର

ଫୋକସ ପ୍ଲସ(ବ୍ୟୁରୋ): ପଞ୍ଜାବ ସରକାର ଶୁକ୍ରବାର ଦିନ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ ଯୋଜନା ପୁନ restore ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏହାକୁ ରାଜ୍ୟ କର୍ମଚାରୀଙ୍କ ପାଇଁ ଦିୱାଲୀ ଉପହାର ବୋଲି କହିଛନ୍ତି।ଅନ୍ୟ ଏକ ନିଷ୍ପତ୍ତିରେ, ରାଜ୍ୟ କ୍ୟାବିନେଟ୍ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ପ୍ରତିଶତ ପ୍ରିୟତା ଭତ୍ତା (ଡିଏ) ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି, ଚଳିତ ବର୍ଷ ଅକ୍ଟୋବର ଏହା କାର୍ଯ୍ୟକାରୀ ହେବ ବୋଲି ଏକ ବିବୃତ୍ତିରେ କୁହାଯାଇଛି।

ଦୀପାବଳି ପୂର୍ବରୁ ପଞ୍ଜାବର ଭଗୱନ୍ତ ମାନ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ମାନଙ୍କ ଘୋଷଣା ମୁତାବକ ରାଜ୍ୟ କର୍ମଚାରୀମାନେ ଏବେ ପୁରୁଣା ଫର୍ମୁଲାରେ ପେନସନ୍ ପାଇବେ । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କଥା ଭଗୱନ୍ତ ମାନ୍ ସୂଚନା ଦେଇଛନ୍ତି । ପଞ୍ଜାବ ସରକାରଙ୍କର ଏଭଳି ନିଷ୍ପତ୍ତି ଫଳରେ ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । କିଛିବର୍ଷ ହେବ ପଞ୍ଜାବ ରାଜ୍ୟର କର୍ମଚାରୀମାନେ ପୁରୁଣା ପେନସନ୍ ଲାଗୁ କରିବାକୁ ଦାବି କରିଆସୁଥିଲେ । ଏବେ ମାନ୍ ସରକାର ଏହାକୁ ପୁରଣ କରିବା ସହ ରାଜ୍ୟ କର୍ମଚାରୀଙ୍କ ଡିଏ ୬ ପ୍ରତିଶତ ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରିଛନ୍ତି ।

ଏନେଇ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଆଜି ପଞ୍ଜାବ କ୍ୟାବିନେଟ ବୈଠକରେ ନିଜ ରାଜ୍ୟର କର୍ମଚାରୀମାନଙ୍କ ପାଇଁ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଆମ ସରକାର କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇଛି ଓ ନିର୍ବାଚନ ବେଳେ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୁରୁଣ କରିବାକୁ ଚେଷ୍ଟା ଚଳାଇଛୁ ବୋଲି ଭଗୱନ୍ତ ମାନ୍ କହିଛନ୍ତି ।

ସେପଟେ ଆମ୍ ଆଦମୀ ପାର୍ଟିର ମୁ୍ଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ସରକାରଙ୍କ ଏଭଳି ଘୋଷଣାକୁ ସ୍ୱାଗତ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଆମେ ନିର୍ବାଚନ ପୂର୍ବରୁ ରାଜ୍ୟ କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲୁ କି ପଞ୍ଜାବରେ ଦଳ ସରକାର ଗଠନ କଲେ ରାଜ୍ୟ କର୍ମଚାରୀଙ୍କ ପାଇଁ ପୁଣିଥରେ ପୁରୁଣା ପେନସନ୍ ଲାଗୁ କରାଯିବ । ଏବେ ଆମେ ତାହା ପୁରଣ କରି ଦେଖାଇଛୁ ବୋଲି ସେ କହିଛନ୍ତି ।

Related post

ସତ୍ୟ ଖବର ପରିବେଷଣ କରି ଜେଲ ଗଲେ ଫୋକସ ପ୍ଲସ ମୁଖ୍ୟ ସମ୍ପାଦକ ସୁଧାଂଶୁ

ସତ୍ୟ ଖବର ପରିବେଷଣ କରି ଜେଲ ଗଲେ ଫୋକସ ପ୍ଲସ ମୁଖ୍ୟ…

ଫୋକସ ପ୍ଲସ 27/3/23(ବ୍ୟୁରୋ): ସତ୍ୟ ଖବର ପରିବେଷଣ କରି ଫୋକସ ପ୍ଲସ ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର ରାଉତ ଗିରଫ ,ସତ୍ୟ ନ୍ୟୁଜ ଦେଖାଇ ପୋଲିସର ରୋଷର ଶିକାର…

Leave a Reply

Your email address will not be published. Required fields are marked *