ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ରାସ୍ତା ଓ ପାନୀୟ ଜଳ ସାଜିଛି ସାତ ସପନ

ଫୋକସ ପ୍ଲସ(ଦଶମନ୍ତପୁର): ନିତିଦିନିଆ ଯାତାୟତ ପାଇଁ ଭଲ ରାସ୍ତା ଟିଏ ନାହିଁ କି ପିଇବା ଲାଗି ଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ। ଯାହା ଦ୍ଵାରା ଗ୍ରାମ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।ଏ ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ଅଧିନସ୍ଥ ଦଡୁ ଗୁଡା ଗାଁ ର ଦୃଶ୍ୟ। ଏହି ଗ୍ରାମ ରେ ପ୍ରାୟ ୫୦ ପରିବାର ଆଦିବାସୀ ସମ୍ପ୍ରଦାୟ ର ଲୋକ ମାନେ ବସବାସ କରନ୍ତି। ସେମାନଙ୍କ ଜୀବନ ଜୀବିକା ହେଲା ପଡୁ ଚାଷ ଓ କୁଲି କାମ। ବିଶେଷ କରି ଯାତାୟତ ପାଇଁ ପକା ରାସ୍ତା ନଥିବାରୁ ଗ୍ରାମ ବାସୀ ସ୍ବାଧୀନତା ର ସାତ ଦଶନ୍ଧି ହେଲା ଦୁର୍ଦ୍ଦଶା ଭୋଗୁ ଥିବା କୁହାଯାଇଛି। ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗାଁ ରେ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରୁଛନ୍ତି।‌ହେଲେ ପ୍ରଶାସନ ର ଆନ୍ତରିକତା ଅଭାବ ଯୋଗୁଁ ଏଭଳି ସମସ୍ୟା ଭୋଗୁଛୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଜରୁରୀ କାଳୀନ ସମୟରେ ଗାଁ କୁ ଆମ୍ବୁଲାନ୍ସ ଗାଡ଼ି ମଧ୍ୟ ଆସି ପାରୁ ନାହିଁ।

ଶେଷରେ ବିକଳ୍ପ ନ ପାଇ ଭାର ବହି ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ପୋଡା ଗଡ଼ ଏବଂ ଦାମନଯୋଡି ଡାକ୍ତରଖାନା ରେ ନେଉଥିବା କୁହାଯାଇଛି। ସେହି ଭଳି ଗାଁ ରେ ଦୁଇ ଟି ନଳକୂଅ ଥିଲେ ମଧ୍ୟ ପିଇବା ପାଇଁ ଉପଯୋଗୀ ନୁହେଁ। ଶେଷରେ ଗାଁ ନିକଟସ୍ଥ ଝରଣା ପାଣି ସଂଗ୍ରହ କରି ଗ୍ରାମ ବାସୀ ଶୋଷ ମେଣ୍ଟାଇ ଆସୁଥିବା କୁହାଯାଇଛି ‌। ପ୍ରକାଶ ଥାଉକି ସରକାର ଙ୍କ ମାଳ ମାଳ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠାଇ ଛନ୍ତି। ଯଦି ସାଧାରଣ ଲୋକଙ୍କୁ ଏଯାଏଁ ମୌଳିକ ସୁବିଧା ଯୋଗାଇ ପାରୁନାହାଁନ୍ତି ତାଠାରୁ ଦୁର୍ଭାଗ୍ୟ ବିଷୟ ଆଉ କ’ଣ ହୋଇ ପାରେ ବୋଲି କୁହାଯାଇଛି।
ଜଣେ ଗ୍ରାମବାସୀ ଓ ଶିକ୍ଷକ ଙ୍କ ପ୍ରତିକ୍ରିୟା।

ଦଶମନ୍ତପୁର ବ୍ଲକରୁ ହାବିଲ ଡଙ୍ଗ୍ରିଙ୍କ ରିପୋର୍ଟ

Related post

ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ରାସନ୍ କାର୍ଡ ଥାଇବି ମିଳୁନି ରାସନ୍

ଫୋକସ ପ୍ଲସ(ରାଇରଙ୍ଗପୁର) : ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡି ପଂଚାୟତର ସିଜୁକଳା ଗାଁରେ |ବିଧବା ଆଦିବାସୀ ମହିଳା ହିସି ମାଝୀ ର ଦୁଃଖ…
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ଫୋକସ ପ୍ଲସ(ବ୍ୟୁରୋ ): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ତାରିଖ…
ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର

ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର

ଫୋକସ ପ୍ଲସ(ବ୍ୟୁରୋ): ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର । ପେଟରୁ ମିଳିଲା ମହିଳାଙ୍କ ମୃତଦେହ । ଇଣ୍ଡୋନେସିଆର ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲିଟିଛି ।…

Leave a Reply

Your email address will not be published. Required fields are marked *