ଭୁବନେଶ୍ୱରରୁ ସିଧାସଳଖ ଯାଇପାରିବେ ଦୁବାଇ

ଭୁବନେଶ୍ୱରରୁ ସିଧାସଳଖ ଯାଇପାରିବେ ଦୁବାଇ

ଫୋକସ ପ୍ଲସ 10/02/2023( ବ୍ୟୁରୋ):ଏଥର ସିଧାସଳଖ ଭାବେ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ଏଣିକି ଦୁବାଇକୁ ଡାଇରେକ୍ଟ ଫ୍ଲାଇଟ୍‌ ଉଡ଼ିବ । ମାର୍ଚ୍ଚ ୫ରୁ ଭୁବନେଶ୍ୱର-ଦୁବାଇ ଡାଇରେକ୍ଟ ଫ୍ଲାଇଟ୍‌ ଆରମ୍ଭ ହେବ । ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ଇଣ୍ଡିଗୋ ବିମାନ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବରରୁ ଦୁବାଇକୁ ଯିବାକୁ ଥିବା ବିମାନଟି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମାର୍ଚ୍ଚ ୫ ତାରିଖରେ ସନ୍ଧ୍ୟାରେ ବାହାରି ରାତିରେ ଦୁବାଇରେ ପହଞ୍ଚିବ। ସେହିପରି ଅନ୍ୟଏକ ବିମାନ ସକାଳ ୧୧.୨୫ରେ ଦୁବାଇ ଛାଡିବା ସହ ଭୁବନେଶ୍ବରରେ ସନ୍ଧ୍ୟା ୫ଟା.୦୫ରେ ପହଞ୍ଚିବ। ବହୁ ଦିନ ଧରି ଦୁବାଇକୁ ବିମାନ ଉଡ଼ାଣ ନେଇ ଦାବି ହୋଇ ଆସୁଥିଲା । ଦୁବାଇରେ ହୋଇଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ବହୁ ପ୍ରବାସୀ ଓଡ଼ିଆ ଓ ପୁଞ୍ଜିପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଥିଲେ । ସୂଚନା ଅନୁସାରେ , ଗତ ବର୍ଷ ଡିସେମ୍ବରରେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଓଡିଶା କ୍ୟାବିନେଟ ଅନୁମୋଦନ ଦେଇଥିଲା ।୧୮୬ ଟି ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ ଏବଂ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଟିକେଟ୍ ବିକ୍ରୟରୁ ଉତ୍ପାଦିତ ରାଜସ୍ୱ ରାଜ୍ୟ ସରକାର ବଜାୟ ରଖିବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି |

Related post

ଅଧିକ ଲୁଣ ଖାଉଛନ୍ତି କି ?

ଅଧିକ ଲୁଣ ଖାଉଛନ୍ତି କି ?

ଅଧିକ ଲୁଣ ଖାଇଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କ ଶରୀରକୁ ପହଞ୍ଚାଇପାରେ କ୍ଷତି । ହଁ ଆଜ୍ଞା ଏମିତି କିଛି ତଥ୍ୟ ଦେଇଛି ଡବ୍ଳୁ.ଏଚ୍‌. ଓ ।…
ପୋଢଯାତ୍ରା ନାଁ ରେ ଦିଆଗଲା ନିରିହ ପଶୁବଳି ।

ପୋଢଯାତ୍ରା ନାଁ ରେ ଦିଆଗଲା ନିରିହ ପଶୁବଳି ।

ଫୋକସ ପ୍ଲସ 1/3/23(ବାଲିଗୁଡା):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ବୁଡୃକିଆ ପଞ୍ଚାୟତର ବାଲିସୁଗା ଠାରେ ଆଦିବାସୀଙ୍କ ବିଶ୍ୱାସର ପର୍ବ କେଡୁଯାତ୍ରା ବା ପୋଢଯାତ୍ରା ପାଳନ ହୋଇଯାଇଛି ।ଏହି ଯାତ୍ରାରେ…
ବୁଡିବା ଅବସ୍ଥାରେ ଏବେ ପାକିସ୍ତାନ

ବୁଡିବା ଅବସ୍ଥାରେ ଏବେ ପାକିସ୍ତାନ

ଫୋକସ ପ୍ଲସ 25/2/23(ବ୍ୟୁରୋ): ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି ପାକିସ୍ତାନ | ଆମ ପଡୋଶୀ ଦେଶ ପାକିସ୍ତାନର ଏବେ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି | ଦେଶ…

Leave a Reply

Your email address will not be published. Required fields are marked *