କିଏ ଏହି ସୋନିଆ ଗୋକାନୀ ?

କିଏ ଏହି ସୋନିଆ ଗୋକାନୀ ?

ଫୋକସ ପ୍ଲସ 11/02/2023( ବ୍ୟୁରୋ):କେନ୍ଦ୍ର ସରକାର ଗତ ଶୁକ୍ରବାର ଦିନ ଗୁଜରାଟ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୋନିଆ ଗୋକାନୀଙ୍କ ନିଯୁକ୍ତି ଅଧିସୂଚନା ଜାରି କରିଥିବା ନେଇ ସୂଚନା ରହିଛି । ଗୁଜରାଟ ହାଇକୋର୍ଟର ଏବେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ଜର୍ଜ ଭାବେ ନିଯୁକ୍ତି ଦିଆଯାଇଛି । ଜଷ୍ଟିସ ଗୋକାନୀଙ୍କୁ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ହେଲେ ଜଷ୍ଟିସ ଅରବିନ୍ଦ କୁମାର ମୁଖ୍ୟ ବିଚାରପତି ଭାବେ ଦାୟୀତ୍ୱଭାର ଛାଡିବା ପରେ ଗୋକାନୀ ପଦ ସମ୍ଭାଳିବେ ବୋଲି ଜଣାପଡିଛି ।ଜଷ୍ଟିସ ଗୋକାନୀଙ୍କ ନିଯୁକ୍ତି ନେଇ ଅଧିସୂଚନା ଜାରି ହେବା ପରେ ସେ ଗୁଜରାଟ ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ଦାୟୀତ୍ୱଭାର ସମ୍ଭାଳିବାକୁ ଯାଉଛନ୍ତି । ଜଷ୍ଟିସ ଗୋକାନୀ ଏହା ପୂର୍ବରୁ ଜିଲ୍ଲା ଜଜ୍ ଭାବେ କାର୍ଯ୍ୟ କରିଥିବାର ରେକର୍ଡ ରହିଛି । ୨୦୧୧ ଫେବୃଆରୀ ୧୭ ତାରିଖରେ ତାଙ୍କୁ ଗୁଜରାଟ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ସେ ୨୦୦୩ ରୁ ୨୦୦୮ ମଧ୍ୟରେ ଆତଙ୍କବାଦ ସହିତ ଜଡିତ ମାମଲାରେ କଡା ନିଷ୍ପତ୍ତି ଶୁଣାଇଥିଲେ ।ତେବେ ଜଷ୍ଟିସ ଗୋକାନୀ ଗୁଜରାଟ ରାଜ୍ୟର ନ୍ୟାୟିକ ସେବାରୁ ଆସିଛନ୍ତି । ସୁପ୍ରିମକୋର୍ଟର କଲେଜିୟମ ତରଫରୁ ଫେବୃଆରୀ ୯ ତାରିଖରେ ତାଙ୍କ ନାମକୁ ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ସୁପାରିଶ କରାଯାଇଥିଲା ।

Related post

ସ୍ବାସ୍ଥ୍ୟ ସେବା ର ବିକଳ ଚିତ୍ର , ହୁଇଲ୍ ଚେୟାର ଠେଲି…

କରଞ୍ଜିଆ:  ସ୍ବାସ୍ଥ୍ୟ ସେବା ପାଇଁ ସରକାର ଅନେକ ଯୋଜନା ଥିବା ବେଳେ କେବଳ କାଗଜ କଲମ ରେ ଚାଲିଛି ସ୍ବାସ୍ଥ୍ୟ ସେବା , ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳ…
ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

ଫୋକସ ପ୍ଲସ 6/3/2023(ଯାଜପୁର): ଚମ୍ପାଝର ଗ୍ରାମରେ ପୁଅ ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ ଓ ସାବତ ମାକୁ ଧର୍ଷଣ କଲା ସାବତ ପୁଅ । ଯାଜପୁର ଟମକା ଥାନା…
ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ରାତା ରାତି ରଙ୍ଗ ସହ ପିକଅପ ଗାଡି ଲୁଟ

ଫୋକସ ପ୍ଲସ 6/3/2023(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି କୁ ଏକ କଲର ପେଣ୍ଟ ରଙ୍ଗ ପିକଅପ ଗାଡି କଲର ଡେ଼ଲିଭରୀ ପାଇଁ ରେଙ୍ଗାଲି ଆସିଥିଲା l ରାତ୍ରି 12…

Leave a Reply

Your email address will not be published. Required fields are marked *