
ମ୍ୟାଚ ଦେଖିବାକୁ ଗଲେ ଜୀବନ ଯିବ
- Breaking newsଖେଳମୁଖ୍ୟ ଖବରରାଜ୍ୟସ୍ପେସିଆଲ ଷ୍ଟୋରି
- March 12, 2023
- No Comment
- 116
ଫୋକସ ପ୍ଲସ 12/3/23(ବ୍ୟୁରୋ): ଏଭଳି କିଛି ଧମକପୂର୍ଣ୍ଣ ମେସେଜ ମଳିଛି ମ୍ୟାଚ ଦେଖିବାକୁ ଯାଉଥିବା ଦର୍ଶକମାନଙ୍କୁ । ବର୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁଜୁରାଟର ଅହମଦାମାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଛି ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍ ଦେଖିବାକୁ ଜମୁଛି ପ୍ରଶଂସକଙ୍କ ଭିଡ଼ । ଏହାରି ମଧ୍ୟରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଏକ ଧମକପୂର୍ଣ୍ଣ ମେସେଜ ଦର୍ଶକଙ୍କ ପାଖରେ ପହଞ୍ଚିଛି । ମ୍ୟାଚ୍ ଦେଖିବାକୁ ନଯିବାକୁ ଏଥିରେ ଧମକ ଦିଆଯଇଛି । ମ୍ୟାଚ୍ ଦେଖିବାକୁ ପ୍ରତିଦିନ ଏଠାକୁ ଦେଶର କୋଣ ଅନୁକୋଣରୁ ପ୍ରଶଂସକଙ୍କର ଭିଡ଼ ଜମୁଥିବା ବେଳେ ସେମାନଙ୍କୁ ଷ୍ଟାଡିୟମକୁ ନଯିବା ପାଇଁ ମିଳିଛି ଧମକ । ସୂଚନା ଅନୁସାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ପୂର୍ବରୁ ରେକର୍ଡ ହୋଇଥିବା ଏକ ମେସେଜ ମ୍ୟାଚ୍ ଦେଖିବାକୁ ଯାଉଥିବା ପ୍ରଶଂସକଙ୍କୁ ଭୟରେ ପକାଇଛି । \’ଘରେ ରୁହ ଓ ସୁରକ୍ଷିତ ରୁହ\’ ମେସେଜ କରି ପ୍ରଶଂସକଙ୍କୁ ଧମକ ଦିଆଯାଉଛି । ଏନେଇ ଅହମଦାବାଦ ସିଟି କ୍ରାଇମବ୍ରାଞ୍ଚ ପୂର୍ବରୁ ରେକର୍ଡ ହୋଇଥିବା ଏହି ମେସେଜକୁ ଟ୍ରାକ୍ କରି ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଏଭଳି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ସମେତ ଷ୍ଟାଡିୟମକୁ ଆସୁଥିବା ସମସ୍ତ ଦର୍ଶକ ମାନଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି । ଅହମଦାବାଦ ସିଟି କ୍ରାଇମବ୍ରାଞ୍ଚ ଦ୍ବାରା ମାମଲା ରୁଜୁ ହେବା ପରେ ସାରା ରାଜ୍ୟ ପୋଲିସକୁ ସଜାଗ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମକୁ ଆସିବା ପୂର୍ବରୁ ଏହି ରେକର୍ଡ ହୋଇଥିବା ଭଏସ ମେସେଜ ରାଜ୍ୟରେ ଅନେକ ଲୋକଙ୍କ ପାଖକୁ ଆସିଥିଲା । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପନ୍ନୁର ସ୍ବରରେ ରେକର୍ଡ ହୋଇଥିବା ଏହି ମେସେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅନେକ ବୟାନ ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହା ପାକିସ୍ତାନରେ ଥିବା ଖଲିସ୍ତାନୀ ଆତଙ୍କୀ ସଂଗଠନର ଏକ ଷଡ଼ଯନ୍ତ୍ର । ତେବେ ଏନେଇ ପୋଲିସ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛି ।