ଦିବ୍ୟାଙ୍ଗ ପରିବାରକୁ ମିଳିଲା ସାହାଯ୍ୟର ହାତ

ଦିବ୍ୟାଙ୍ଗ ପରିବାରକୁ ମିଳିଲା ସାହାଯ୍ୟର ହାତ

ଫୋକସ ପ୍ଲସ 13/11/22(ବାଲିଆପାଳ): ଅନ୍ତେଷ୍ଟି କ୍ରିୟା ପାଇଁ ଗରିବ ବିକଳାଙ୍ଗ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ଧୂଖୀ ଗରିବ ଲୋକଙ୍କ ପାଇଁ ସାହାଯ୍ୟ ର ବନ୍ଧୁ ମେ ଆଈ ହେଲ୍ଫ ୟୁ ମୋ ପରିବାର l ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ସାଉଡି ଗ୍ରାମ ପଞ୍ଚାୟତ ଛୟାଳିଆ ମୋତିବାବୁ ଚକ ରାସ୍ତା କଡ଼ରେ ଭଙ୍ଗା ଝୁମ୍ପୁଡ଼ି ଘରେ ବାସ କରୁଛନ୍ତି ଏକ ଦିବ୍ୟାଙ୍ଗ ପରିବାର l ପରିବାରର ବୟୋଜ୍ୟେଷ୍ଟ ମହିଳା ସରସ୍ବତୀ ଦିନ୍ଦାଙ୍କର ଆଜକୁ ଦଶଦିନ ହେଲା ସ୍ୱର୍ଗବାସ ହୋଇଛି କିନ୍ତୁ ଅନ୍ତେଷ୍ଟି କ୍ରିୟା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଛି l ରହିବାକୁ ଘରଟିଏ ନାହିଁ କି ପିନ୍ଧିବାକୁ ଭଲ ଲୁଗାଟିଏ ନାହିଁ l ସରସ୍ୱତୀଙ୍କ ପୁଅ ଲୋକ ଘରେ ମୁଲ ଲାଗିଲେ ଦୁଇ ଓଳି ଦୁଇମୁଠା ଖାଇବା ପାଇଁ ସମର୍ଥ ହୋଇଥାନ୍ତି l ପରିବାରରେ ପୁଣି ଏକ ଦିବ୍ୟାଙ୍ଗ ବ୍ୟକ୍ତି ଯାହାଙ୍କୁ ଆଜି ପର୍ଯ୍ୟନ୍ତ ଠିକ ଭାବରେ ସରକାରୀ ସହାୟତା ମିଳିପାରିନାହିଁ l ପରିବାରର ଏଭଳି ପରିସ୍ଥିତିର ଖବର ପାଇ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ଥିବା ମେ ଆଈ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନର ସଭାପତି ଜଗନ୍ନାଥ ପରିଡା, ବାଲିଆପାଳ ଶାଖାର ସଭାପତି ରାଜକିଶୋର ପାତ୍ର, ଲଷ୍ମୀଧର ପ୍ରଧାନ ଏବଂ ସମସ୍ତ ସଦସ୍ୟଙ୍କ ସହଯୋଗରେ ଆଜି ଦିବ୍ୟାଙ୍ଗ ପରିବାରକୁ ଅନ୍ତେଷ୍ଟି କ୍ରିୟା କର୍ମ ପାଇଁ ସମସ୍ତ ପୂଜା ସାମଗ୍ରୀ, ରାସନ ସାମଗ୍ରୀ, ପନିପରିବା ସହ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି l ରାଜନେତା ମାନେ ବିକାଶର କଥା ଡିଣ୍ଡିମ ପିଟୁଥିବା ବେଳେ ଆପଣଙ୍କ ସାମ୍ନାରେ ଦେଖାଉଛୁ ବାସ୍ତବିକ ଘଟଣା ଯାହାକି ଆପଣ ମାନେ ଦେଖିପାରୁଥିବେ, ରହିବା ପାଇଁ ବାସଗୃହ ଟିଏ ନାହିଁ କି ବିକଳାଙ୍ଗ ବ୍ୟକ୍ତିଙ୍କ ସ୍ୱତନ୍ତ୍ର ସୁବିଧା ଟିଏ ନାହିଁ I ଏବାବଦରେ ସ୍ଥାନୀୟ ଆର ଆଇ,ତହସିଲଦାରଙ୍କୁ ଅବଗତ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଏହାର କୋଣସି ସୁଫଳ ମିଳିନାହିଁ ଯଦିବା ଦିବ୍ୟାଙ୍ଗକୁ ଗୋଟିଏ ସାଇକେଲ ଦିଆଯାଇଥିଲା ଏବେ ସେ ସାଇକେଲ ଟି ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଛି I ସରକାରଙ୍କ ସହାୟତା ଫେଲ ମାରିଥିବା ବେଳେ ଆଜିର ଦିନରେ ଏହି ସାମାଜିକ ସଂଗଠନର ଏହିଭଳି ମହାନ କାର୍ଯ୍ୟକୁ ସାଧାରଣରେ ପ୍ରସଂଶାର ସୁଅ ଛୁଟିଛି I ଆପଣ ଦେଖି ପାରୁଥିବେ ବିକଳାଙ୍ଗ ପିଲାଟି ଗୋଟିଏ ସେଓ ଖାଉଛି ଯେମିତି ଆଗରୁ କେବେ ବି ଖାଇନାହିଁ ତାକୁ ଏତେ ଖୁସି ଲାଗୁଛି l ତେବେ
ଦେଖିବାକୁ ବାକିରହିଲା ଏହି ପରିବାରକୁ ପ୍ରଶାସନ କେବେ କୋଉ ଦିନ ସାହାଯ୍ୟର ହାତ ବଢ଼ାଉଛନ୍ତି I

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ମ୍ୟାଚ ଦେଖିବାକୁ ଗଲେ ଜୀବନ ଯିବ

ମ୍ୟାଚ ଦେଖିବାକୁ ଗଲେ ଜୀବନ ଯିବ

ଫୋକସ ପ୍ଲସ 12/3/23(ବ୍ୟୁରୋ): ଏଭଳି କିଛି ଧମକପୂର୍ଣ୍ଣ ମେସେଜ ମଳିଛି ମ୍ୟାଚ ଦେଖିବାକୁ ଯାଉଥିବା ଦର୍ଶକମାନଙ୍କୁ । ବର୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁଜୁରାଟର ଅହମଦାମାଦ ସ୍ଥିତ…
ଜାନଭୀ କପୁର ତାଙ୍କ ଭଉଣୀକୁ ବିଶେଷ ପରାମର୍ଶ ଦେଇଥିଲେ ଜାନଭୀ

ଜାନଭୀ କପୁର ତାଙ୍କ ଭଉଣୀକୁ ବିଶେଷ ପରାମର୍ଶ ଦେଇଥିଲେ ଜାନଭୀ

ଫୋକସ ପ୍ଲସ(ବ୍ୟୁରୋ): ଜାନଭୀ କପୁର ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ 4 ବର୍ଷ ପୂରଣ କରିଛନ୍ତି। 4 ବର୍ଷରେ, ଜାନଭୀ ଏହି ସମୟ ମଧ୍ୟରେ ବହୁତ କିଛି ଶିଖିଛନ୍ତି |…

Leave a Reply

Your email address will not be published. Required fields are marked *