ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କ ବାଲିଶଙ୍କରା ବ୍ଲକ ଗସ୍ତ

ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କ ବାଲିଶଙ୍କରା ବ୍ଲକ ଗସ୍ତ

ଫୋକସ ପ୍ଲସ (ସୁନ୍ଦରଗଡ଼) ୦୭/୦୭/୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଡା. ପରାଗ ହର୍ଷଦ ଗାଭାଲି ହଠାତ ବାଲିଶଙ୍କରା ବ୍ଲକ ଗସ୍ତରେ ଆସି ବ୍ଲକ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ କରି ତଦାରଖ କରିଥିଲେ । ପ୍ରଥମେ ତୁମୁଲିଆ ପଞ୍ଚାୟତ ତୁମୁଲିଆ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର, ତୁମୁଲିଆରେ ଚାଲିଥିବା ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ । ତଲସରା ପଞ୍ଚାୟତର ଗୌଡ଼ପଡା ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଚାଲିଥିବା କାର୍ଯ୍ୟ, ତଲସରାରେ ନୂତନ ତିଆରି ହୋଇଥିବା ମା’ ଗୃହ, ତଲସରା ଉଚ୍ଚ ବିଦ୍ୟାଳୟ ନୂତନ ରୂପେ ତିଆରି ହୋଇଥିବା ଶ୍ରେଣୀ ଗୃହ, ତଲସରାରେ ତିଆରି ହେଉଥିବା ଆଦର୍ଶ ବିଦ୍ୟାଳୟ, ସଉନାମରାରେ ନୂତନ ରୂପେ ତିଆରି ହେଉଥିବା ହକି ଖେଳ ପଡିଆ, ବାଲିଶଙ୍କରା ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ, ବାଲିଶଙ୍କରା ମିଶନ ଶକ୍ତି ପକ୍ଷରୁ ୪ଟି ସହାୟକ ଗୋଷ୍ଠୀକୁ ଅଟୋ ପ୍ରଦାନ, ବନ୍ଧବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ, ତିଲେଇକାନିର ନୂତନ ହକି ଖେଳ ପଡିଆ ପରିଦର୍ଶନ କରି ତା’ର ତଦାରଖ କରିଥିଲେ । ତାଙ୍କ ସାଙ୍ଗରେ ବାଲିଶଙ୍କରା ବିଡ଼ିଓ ବାସନ୍ତୀ ଲାକ୍ରା, ବ୍ଲକ ଅଧ୍ୟକ୍ଷ କୁଞ୍ଜଲତା ଭିତ୍ରିଆ, ଜିଲ୍ଲା ପରିଷଦ (ଖ) ଜୟନ୍ତୀ ଏକ୍କା, ବ୍ଲକ ଉପାଧ୍ୟକ୍ଷ ପିତାମ୍ବର ଶେଖର ଦେଓ, ସରକାରୀ ଯନ୍ତ୍ରୀ ଶାଗରାମ ମାରାଣ୍ଡି, ଜେଇ ରାଧେଶ୍ୟାମ ଦାସ ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ବାଲିଶଙ୍କରା ରୁ ଅଶୋକ ଦାଶ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *