ବେଆଇନ ଗଞ୍ଜେଇ ଚାଲାଣ ରେ ଦୁଇ ଗିରଫ

ବେଆଇନ ଗଞ୍ଜେଇ ଚାଲାଣ ରେ ଦୁଇ ଗିରଫ

ଫୋକସ ପ୍ଲସ(ଦାରିଙ୍ଗବାଡ଼ି)୨୭/୦୮/୨୦୨୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପକ୍ଷରୁ ଆଜି ଦୁଇଜଣ ବେଆଇନ ଗଞ୍ଜେଇ ଚାଲାଣ କାରିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶ୍ରାନିକେତା ଓ ଦାରିଙ୍ଗବାଡ଼ି ମଧ୍ୟରେ ଥିବା ଆମ୍ବଖାଲିଆ ଘାଟିରେ ପୋଲିସ ପକ୍ଷରୁ ଛାଞ୍ଚ କରାଯାଇଥିଲା । ଏହି ସମୟରେ ୫୯ନଂ ଜାତୀୟ ରାଜପଥର ଆମ୍ବ ଖାଲିଆ ସ୍ଥାନରେ ସକାଳ ପ୍ରାୟ ଆଠ ଘଣ୍ଟା ସମୟରେ ଦୁଇ ଜଣ ୨୨୦କଳା ବାଜାଜ ପଲସର ମଟର ସାଇକେଲ ନଂ ଓଡି ୩୨ଏଫ ୧୯୮୫ ରେ ବାଲିଗୁଡ଼ା ରୁ ସୋରଡ଼ାକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଯାଉଥିଲେ । ପୋଲିସ ମଟର ସାଇକେଲକୁ ସେଠାରେ ଅଟକାଇ ଯାଞ୍ଚ କରି ଗଞ୍ଜେଇ ବୋଲି ଜାଣି ପାରିଥିଲେ । ଏହାପରେ ଚାଲାଣ କାରି ଦୁଇ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ଗଞ୍ଜେଇ ଓଜନ ପରେ ୨୧ କେଜି ୧୫୦ ଗ୍ରାମର ବୋଲି ଜଣା ପଡିଥିଲା । ଦୁଇ ଜଣ ଚାଲାଣ କାରି ହେଲେ ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡ଼ା ଗ୍ରାମର ଯୋଗମହନ ପ୍ରଧାନ ଓ କେସେରା ଗ୍ରାମର ପ୍ରବୀଣ କୁମାର ଗୌଡ଼ ବୋଲି ଜଣାପଡ଼ିଛି ।ଏହି ଘଟଣାରେ ଥାନା ପକ୍ଷରୁ କେସ ନଂ ୧୪୩/୨୨ରେ ମକଦମା ରୁଜୁ କରି ଆସାମି ଦୁଇ ଜଣକୁ ଗତକାଲି କୋର୍ଟ ଚାଲାଣ କରାଯାଇ ଥିବା ଥାନା ପକ୍ଷରୁ ସୂଚନା ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *