ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର

ଫୋକସ ପ୍ଲସ(ରଘୁନାଥପୁର)୨୭/୦୮/୨୦୨୨: ରଘୁନାଥପୁର ବ୍ଲକ ପରିସରରେ ଶୁକ୍ରବାର ଏକ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।ଓରମାସ ଆନୁକୂଲ୍ୟରେ ଆୟୋଜିତ ଶିବିରକୁ ଓଡିଶା ଜୀବିକା ମିଶନ ବିପିଏମ କଳ୍ପନା ଦଳେଇ ପରିଚାଳନା କରିଥିଲେ।ଡିଡିୟୁଜିକେୱାଇ ପକ୍ଷରୁ ଆସିଥିବା କମ୍ପାନୀଙ୍କ ପାଖରେ ମୋଟ ୧୧୮ ଜଣ ଯୁବତୀ ଯୁବକ ନାମ ପଞ୍ଜିକୃତ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୭୦ ଜଣ ତାଲିମ ନେଇ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।ଏହି ଉପଲକ୍ଷେ ଆୟୋଜିତ ସଭାରେ ସିଡିଓ କମ ଇଓ ଜିଲ୍ଲାପରିଷଦ ରୁଦ୍ର ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଗ୍ରାମାଞ୍ଚଳରେ ଥିବା ବେକାର ଯୁବତୀ ଓ ଯୁବକମାନେ ମାଗଣାରେ କିପରି ବିଭିନ୍ନ ଟ୍ରେଡ଼ରେ ଦକ୍ଷତା ହାସଲ କରି ବହୁମୁଖୀ କମ୍ପାନୀରେ କାର୍ଯ୍ୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ଅଧିକାରୀ ଦାଶ ବିଷଦ ଆଲୋଚନା କରିଥିଲେ।ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ, ଏବିଡ଼ିଓ ଅଶୋକ ମହାନ୍ତି, ଅଧକ୍ଷା ଲକ୍ଷ୍ମୀ ବେହେରା ଓ ଉପାଧକ୍ଷ ଦେବାଶିଷ ତ୍ରିପାଠୀ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।ଏହାଛଡା ଶିବିରରେ ଉପସ୍ଥିତ ଥିବା ରମଣ ଏଜୁକେସନ ସୋସାଇଟି, ଭିଆଇପି କ୍ଲଦିଙ୍ଗ ଲିମିଟେଡ଼, ମଧ୍ୟମା ଫାଉଣ୍ଡେସନ ଓ ରୁମାନ ସଂସ୍ଥାର ଅଧିକାରୀମାନେ ସେମାନଙ୍କ କମ୍ପାନୀର ତାଲିମ ପ୍ରଣାଳୀ ଓ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।ଓରମାସ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ କୁମାର ଦାଶ, ପ୍ରଜ୍ଞା କର ଓ ଡିସି ପବିତ୍ର ନାୟକ ତାଙ୍କ ବକ୍ତବ୍ୟରେ ୧୮ ରୁ ୩୫ ବର୍ଷର ଯୁବତୀ ଯୁବକଙ୍କ ପାଇଁ ତାଲିମ ସମୟରେ ମାଗଣା ଖାଦ୍ୟପେୟ, ରହିବା ବ୍ୟବସ୍ଥା ସହ ଯୋଗ୍ୟତା ଅନୁଯାଇ କିପରି ନିଯୁକ୍ତି ପ୍ରଦାନ କରାଯାଇଥାଏ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ଅବସରରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସ୍ୱାବଲମ୍ବୀ ହୋଇପାରିଥିବା ସିପ୍ରା ସେଠି, ମନସ୍ମିତା ବେହେରା ଓ ମନସିନୀ ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଓଡିଶା ଜୀବିକା ମିଶନ ବିଏଲସି ମିନାରାଣୀ ଦାସ ବିଶ୍ଵଜିତା ଦାସ ଓ ତ୍ରିନାଥ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *