ଉଛେଦ ବେଳେ ମାତିଲେ କାଳିସୀ

ଉଛେଦ ବେଳେ ମାତିଲେ କାଳିସୀ

ଫୋକସ ପ୍ଲସ(ଅନୁଗୋଳ)୨୭/୦୮/୨୦୨୨: ମନ୍ଦିର ଉଚ୍ଛେଦ ରୋକିବାକୁ ଭକ୍ତଙ୍କ ଅଭିନବ ପ୍ରତିବାଦ । ମା କାଳୀଙ୍କ ଅବତାରରେ ଆବିର୍ଭାବ ହୋଇ ଉଚ୍ଛେଦ ରୋକିଲେ ଭକ୍ତ । ଜଣେ କି ଦୁଇ ଜଣ ନୁହେଁ ଏକା ସାଙ୍ଗରେ ତିନିରୁ ଚାରି ଜଣ ପୁରୁଷ ଓ ମହିଳା ମା କାଳୀଙ୍କ ରୂପରେ ଶଙ୍ଖ ଓ ଢୋଲ ବାଜାର ତାଳେ ତାଳେ ଦାଣ୍ଡରେ ନୃତ୍ୟ କରିଥିଲେ । ଶେଷରେ ମନ୍ଦିର ଉଚ୍ଛେଦ ନକରି ଫେରି ଯାଇଥିଲା ପ୍ରଶାସନ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ନାଲକୋ ଥାନା କାଣ୍ଡସର ଗ୍ରାମରେ ।ମିଳିଥିବା ସୂଚନା ଅନୁଯାୟୀ କାଣ୍ଡସର ଗ୍ରାମରେ ପ୍ଲଟ ନମ୍ବର ୬୨୫୩କୁ ରାମଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି କ୍ରୟ କରିଥିଲେ । ଏହାକୁ ଲାଗି ଜାତୀୟ ରାଜପଥ ଓ ପଞ୍ଚାୟତ ରାସ୍ତା ମଧ୍ୟ ରହିଛି । କିନ୍ତୁ କିଛି ଲୋକ ଏହାକୁ ଅବରୋଧ କରିଥିବା ଦର୍ଶାଇ ସେ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ତ ହୋଇଥିଲେ ।ସେହି ଜାଗାରେ ପଞ୍ଚାୟତ ରାସ୍ତାକୁ ଲାଗି ମଙ୍ଗଳା ମନ୍ଦିର ଓ ଭୋଗ ଘର ଥିବା ଦର୍ଶାଇଥିବାରୁ ଏହାକୁ ସମସ୍ତ ପଞ୍ଚାୟତବାସୀ ବିରୋଧ କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି(ଗୁରୁବାର)ବଅଁରପାଳ ତହସିଲଦାର, ଏସଡ଼ିପିଓ ଓ ନାଲକୋ ଥାନା ଅଧିକାରୀ ଦୁଇ ପ୍ଲାଟୁନ ଫୋର୍ସ ମଙ୍ଗଳା ମନ୍ଦିର ଓ ଭୋଗ ଘର ଉଚ୍ଛେଦ କରିବାକୁ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । କିନ୍ତୁ ଏହି ସମୟରେ ଭକ୍ତଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା ।ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନ୍ଦିରର ଭକ୍ତମାନେ ଘଣ୍ଟ, ଗିନି, ଢୋଲ ବଜାଇବା ସହ ହୁଳ ହୁଳି ଜୟ ଧ୍ବନୀ ଦେଇଥିଲେ । ଘଣ୍ଟ ଓ ଢୋଲ ବାଜା ବଜାଇ ପ୍ରଥମେ ଏହାକୁ ବିରୋଧ କରିଥିଲେ ସ୍ଥାନିୟ ବାସିନ୍ଦା । ଏହାପରେ ଢୋଲ ଓ ଘଣ୍ଟ ଧ୍ବନୀର ତାଳେ ତାଳେ ଜଣେ ପୁରୁଷ ଓ ଦୁଇଜଣ ମହିଳା ଝୁଲିବା ଆରମ୍ଭ କରିଥିଲେ । ପରେ ପରେ ଗାଁ ଦାଣ୍ଡରେ ଗଡିଥିଲେ । ଭକ୍ତଙ୍କ ଏଭଳି ନୃତ୍ୟ ଦେଖିବା ନିମନ୍ତେ ପ୍ରବଳ ଭିଡ ହୋଇଥିଲା । ଏହା ଦେଖି ପୋଲିସ ପ୍ରଶାସନ ବାଧ୍ୟ ହୋଇ ଉଚ୍ଛେଦ ନକରି ଫେରିଯିବା ସହ ୧୫ ଦିନର ମହଲତ ଦେଇ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖିଥିଲା । ତେବେ ଭକ୍ତଙ୍କ ଏଭଳି ଅଭିନବ ପ୍ରତିବାଦ ଦେଖିବା ପରେ ମନ୍ଦିର ଉଚ୍ଛେଦ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀ ହଟହଟା ହୋଇ ଫେରିଥିଲେ । ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *