ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ

ଫୋକସ ପ୍ଲସ(ବାଲେଶ୍ୱର): ସ୍ୱାମୀକୁ ମାଡ଼ ମାରି ଲହୁଲୁହାଣ କଲେ | ଟଙ୍କା ଲୁଟିଲେ ଶେଷରେ ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଜଣକ ପରେ ଜଣେ ଦୁଷ୍କର୍ମ କଲେ |ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ସହର ଗୋଧିବସା ଅଞ୍ଚଳରେ ।ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ସୂଚନାନୁଯାୟୀ, ବାଲେଶ୍ଵର ସହର ଗୋଧିବସାର ଅଞ୍ଚଳର ଦମ୍ପତି ସୋମବାର ବିଳମ୍ବିତ ରାତିରେ ବାଲେଶ୍ଵର ଷ୍ଟେସନରେ ନିଜ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିଲେ। ଏହି ସମୟରେ ସ୍ଵାମୀଙ୍କୁ ଅତର୍କିତ ଆକ୍ରମଣ କରି କିଛି ଦୁର୍ବୃତ୍ତ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏନେଇ ମଙ୍ଗଳବାର ଦିନ ଉଭୟ ସ୍ଵାମୀ-ସ୍ତ୍ରୀ ସହଦେବଖୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଘଟଣାର ଛାନ୍‌ଭିନ୍‌ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ୨ ନାବାଳକ ଥିବା ସୂଚନା ମିଳିଛି ।

ତେବେ ସହଦେବ ଖୁଣ୍ଟା ଥାନା ପୋଲିସ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗିରଫ ଅଭିଯୁକ୍ତ ମାନେ ସହଦେବ ଖୁଣ୍ଟା ଥାନା ଅଧୀନ ଗୋଧିବସା ଅଞ୍ଚଳର ।ବାଲେଶ୍ଵର ସହର ଚୂନଭାଟି ଅଞ୍ଚଳର ଉଭୟ ସ୍ୱାମୀ ସ୍ତ୍ରୀ ତାଙ୍କ ସମ୍ପର୍କୀୟଙ୍କୁ ଷ୍ଟେସନରୁ ଛାଡ଼ି ଘରକୁ ଫେରୁଥିବା ବେଳେ ଷ୍ଟେସନ ପଛପଟ ମାଲ ଗୋଦାମ ନିକଟରେ କିଛି ଦୁର୍ବୁତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ ।୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସ୍ୱାମୀଙ୍କୁ ବାନ୍ଧି ମାଡମାରି ଟଙ୍କା ଲୁଟ କରୁଥିବା ବେଳେ ଅନ୍ୟ ୩ ଅଭଯୁକ୍ତ ମହିଳାଙ୍କୁ ଘୋଷାରି ନେଇ ସ୍ୱାମୀଙ୍କ ସାମ୍ନାରେ ଧର୍ଷଣ କରିଥିଲେ |ଗିରଫ ବେଳେ ଦୁର୍ବୃତ୍ତଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ , ୨୫୦୦ ଟଙ୍କା ସହ କଟୁରୀ ଓ ମୋବାଇଲ୍ ଜବତ ହୋଇଛି ।

ବାଲେଶ୍ୱରରୁ ଗୁରୁ ପ୍ରସାଦ ବାରିକ୍ ଙ୍କ ରିପୋର୍ଟ

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *