କୃଷି ଅଧିକାରିଣୀଙ୍କ ବିରୁଦ୍ଧରେ ପ୍ରତିଶୁତି ଦେଲେ ପ୍ରମୁଖ ଶାସନ ସଚିବ

କୃଷି ଅଧିକାରିଣୀଙ୍କ ବିରୁଦ୍ଧରେ ପ୍ରତିଶୁତି ଦେଲେ ପ୍ରମୁଖ ଶାସନ ସଚିବ

ଫୋକସ ପ୍ଲସ ୨/୨/୨୩(ନର୍ଲା): କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି । ତେବେ ତୃଣମୂଳ ସ୍ତରରେ କେତେକ ଅସାଧୁ କୃଷି ଅଧିକାରୀଙ୍କ ସର୍ବଗିଳା ନିତି ଯୋଗୁଁ ଏହି ଯୋଜନାସବୁ ଦିଗହରା ହେଉଥିବା ଦେଖାଯାଇଛି । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ନର୍ଲାରେ । କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ବହୁଳ ମାତ୍ରାରେ ଚାଷୀଙ୍କ ସାମଗ୍ରୀ ହଡଫ କରାଯାଇଥିବା ଏବଂ ଜାଲ ଦସ୍ତଖତ କରି ଆତ୍ମାରୁ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡଫ କରି ନର୍ଲାରୁ ଫେରାର ହେଇଥିବା ପୂର୍ବତନ କୃଷି ଅଧିକାରିଣୀଙ୍କ ବିରୁଦ୍ଧରେ ଭୁବନେଶ୍ୱର କୃଷି ଭବନର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କୁ ଦେଖା କରି ଲିଖିତ ଅଭିଯୋଗ କରିଛନ୍ତି ଫୋକସ ପ୍ଲସ ପ୍ରତିନିଧି ରଞ୍ଜନ ମହାନ୍ତି । ପ୍ରଶ୍ନ ଟିଏ ପଚାରିଲେ ଯେଉଁ କୃଷି ଅଧିକାରିଣୀ ଶିବାନୀ ପ୍ରଧାନ ସାମ୍ବାଦିକ ମାନଙ୍କୁ କଥା କଥାରେ ଜେଲରେ ପୁରାଇଦେବା ଭଳି ଧମକ ଦେଇପାରୁଥିଲା ତାଙ୍କ ପାଟି ଏବେ ଚୁପ ହେଇଯାଇଛି କେମିତି ଏହାକୁ ନେଇ ସମସ୍ତଙ୍କ ମନରେ ହଜାରେ ପ୍ରଶ୍ନ ଉଙ୍କି ମାରୁଛି l୨୦୨୧ ମସିହା ନଭେମ୍ବର ମାସରୁ ଫେବୃଆରୀ ୨ ତାରିଖ ମଧ୍ୟରେ ସୂଚନା ଅଧିକାର ଆଇନରେ ଯେତେକ ତଥ୍ୟ ମଗାଯାଇଛି ସେଥିମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ପଏଣ୍ଟକୁ ବାଦ ଦିଆ ଗଲେ ବାକି ତକ ତଥ୍ୟ ଆମ କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ ବୋଲି ସ୍ପଷ୍ଟ ଲେଖି ଦିଆଯାଇଛି ଆଉ ଯେଉଁ ଗୋଟିଏରୁ ଦୁଇଟି ତଥ୍ୟ ମିଳିଛି ସେଥି ମଧ୍ୟରେ ଗଣ୍ଡା ଗଣ୍ଡା ଚାଷୀଙ୍କ ଜାଲ ଦସ୍ତଖତ ରହିଥିବା ପ୍ରମାଣ ମିଳିଛି lକେତେକ ସ୍ଥାନରେ ଚାଷୀଙ୍କୁ ମିଳିଥିବା ସାର ବିହନ ଆଦି ସାମଗ୍ରୀ ମାନଙ୍କରେ ଚାଷୀଙ୍କ ଦସ୍ତଖତ ସହ ମିଳିଥିବା ସାମଗ୍ରୀ ଓ ଔଷଧ, କୀଟନାଶକ ମାନଙ୍କ ପରିମାଣ ତଥ୍ୟରେ ଉଲ୍ଲେଖ କରାଯାଇଥିବା ବେଳେ ତଥ୍ୟରେ ଉଲ୍ଲେଖ ରହିଥିବା ପରିମାଣରୁ ଅତ୍ୟନ୍ତ କମ ମାତ୍ରାରେ ଚାଷୀଙ୍କୁ ଦିଆଯାଇଥିବା ଚାଷୀ ଅଭିଯୋଗ କରୁଛନ୍ତି l ବ୍ଲାଙ୍କ ପେପରରେ ଚାଷୀଙ୍କ ଦସ୍ତଖତ ସମସ୍ତ ସାମଗ୍ରୀ ହଡଫ କରାଯାଇଥିବା ଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି l ଯାହାକି ଏକ ଉଚ୍ଚସ୍ତରୀୟ କାରି ଟିମ ଦ୍ୱାରା ତଦନ୍ତ କରାଗଲେ ଅସଲି ରହସ୍ୟ ପଦାକୁ ଆସିବ ବୋଲି ଚାଷୀ ମହଲରେ ଅନେକ ଦିନରୁ ଦାବି ହେଇ ଆଶୁଥିଲା lଚାଷୀ ମହଲରୁ ଏଭଳି ଦାବି ହେଉଥିବା ବେଳେ କିଛି ମାସ ତଳେ ସାମ୍ବାଦିକ ରଞ୍ଜନ ମହାନ୍ତି ଭୁବନେଶ୍ୱର ସୂଚନା କମିଶନରଙ୍କର ଦ୍ୱାରସ୍ଥ ହେଇ ଅଭିଯୋଗ ମଧ୍ୟ କରିଥିଲେ l ହେଲେ ଏ ପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ନ ମିଳି ପାରିବାରୁ ସୋମବାର ଭୁବନେଶ୍ୱର କୃଷି ଭବନର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କୁ ଦେଖା କରି ଲିଖିତ ଅଭିଯୋଗ କରିଛନ୍ତି ଏବଂ ନର୍ଲା କୃଷି କାର୍ଯ୍ୟଳୟକୁ ଆସିଥିବା ସମସ୍ତ ଯୋଜନା ସହ ଆତ୍ମା ଯୋଜନାରୁ କିଭଳି ଚଞ୍ଚକତା କରି କିଭଳି ଚାଷୀଙ୍କ ଲକ୍ଷାଧିକ ଟଙ୍କା ହଡଫ କରାଯାଇଛି ତା ବାବଦରେ ପୃ୍ଖାନୁପୁଙ୍ଖ ଆଲୋଚନା କରି ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି l ପ୍ରମୁଖ ଶାସନ ସଚିବ ମଧ୍ୟ କଥାକୁ ଗୁରୁତର ସହ ନେବା ସହିତ ଖୁବ ଶୀଘ୍ର ଏହାର ତଦନ୍ତ କରାଯିବ ଏବଂ ଚାଷୀଙ୍କ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୁତି ଦେଇଛନ୍ତି l

Related post

ମଉଳି ଯାଉଛି ନର୍ଲା ଅଞ୍ଚଳ ବାସୀଙ୍କ ଆଶା ଆକାଂକ୍ଷା l ପାଞ୍ଚ ବର୍ଷରେ କାର୍ଯ୍ୟ ଶୂନ l

ମଉଳି ଯାଉଛି ନର୍ଲା ଅଞ୍ଚଳ ବାସୀଙ୍କ ଆଶା ଆକାଂକ୍ଷା l ପାଞ୍ଚ…

ଫୋକସ ପ୍ଲସ 27/2/23(ନର୍ଲା):ନର୍ଲା ବିଧାୟକ ଭୁପିନ୍ଦର ସିଂ ଙ୍କ ଠାରୁ ଅଞ୍ଚଳ ବାସୀ ଅନେକ ଆଶା ପୋଷଣ କରିଥିଲେ। ହେଲେ ସବୁତକ ଆଶା ଆକାଂକ୍ଷା ପାଣି ଫୋଟକା ପରି…
ଫାଇନାଲରେ ବାଜି ମାରିଲା ରୂପ୍ରାରୋଡ ମନୀଷ ୧୧

ଫାଇନାଲରେ ବାଜି ମାରିଲା ରୂପ୍ରାରୋଡ ମନୀଷ ୧୧

ଫୋକସ ପ୍ଲସ 12/02/2023( ନର୍ଲା):କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ଖେଳ ପଡିଆରେ ଗତ ୧୦ ଦିନ ଧରି ଚାଲି ଆସୁଥିବା ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ…

Leave a Reply

Your email address will not be published. Required fields are marked *