ସ୍ମାର୍ଟ ସ୍କୁଲ କାର୍ଯ୍ୟ ରେ ଅନିୟମିତତା ଅଭିଯୋଗ

ସ୍ମାର୍ଟ ସ୍କୁଲ କାର୍ଯ୍ୟ ରେ ଅନିୟମିତତା ଅଭିଯୋଗ

ଫୋକସ ପ୍ଲସ ୧୧/୬/୨୨ (ବିଞ୍ଝାରପୁର ): ସ୍ମାର୍ଟ ସ୍କୁଲ ନାମରେ ଚାଲିଛି ହରିଲୁଟ। ପୁରୁଣା ଓ ଫଟା କାନ୍ଥରେ ରଙ୍ଗ ମାରି ସରକାରଙ୍କ 5ଟି ନାମକୁ କରାଯାଉଛି ଏଠି ବଦନାମ। ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥକୁ ଚଳୁ କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ। ପ୍ରଶାସନ ଓ ଠିକା ସଂସ୍ଥାର ଅସାଧୁ ମେଣ୍ଟ ଯୋଗୁ ୫ଟି ନା ରେ ଲାଗିଛି ଦାଗ। ଆଉ ଏଭଳି ଏକ ଅଭିଯୋଗକୁ କର୍ଣ୍ଣପାତ କରୁନାହିଁ ପ୍ରଶାସନ। ଚନ୍ଦ୍ରମୁଂହ ପଞ୍ଚାୟତରେ ଥିବା ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟକୁ ୫ଟି ମାଧ୍ୟମରେ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଇବା ପାଇଁ ସରକାର ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ଥିବା ବେଳେ ଏସବୁ କାର୍ଯ୍ୟ ରେ ଅନିୟମିତତାର ଅଭିଯୋଗ ନେଇ ଏବେ ଗ୍ରାମବାସୀ ଆନ୍ଦୋଳନ ପାଇଁ ହେଲେଣି ସଜବାଜ। ଗ୍ରାମବାସୀ ଙ୍କ ଅଭିଯୋଗ ବିଂଝାରପୁର ବିଡ଼ିଓ ଙ୍କ ନିକଟ ରେ ହେଇଥିବା ବେଳେ ବିଂଝାରପୁର ବିଡ଼ିଓ ସାଜିଛନ୍ତି ନିଦାବିଷ୍ଣୁ। ଏହି କାର୍ଯ୍ୟ ଖୋଦ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଥିବା ବେଳେ ସଂପୃକ୍ତ ଠିକା ସଂସ୍ଥାର କାର୍ଯ୍ୟକଳାପ ନେଇ ଏବେ ଗ୍ରାମବାସୀ ଉଠାଇ ଛନ୍ତି ଅଙ୍ଗୁଳି। କାର୍ଯ୍ୟ ସରିବା ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଥିବା ବେଳେ ନିମ୍ନ ମାନର କାର୍ଯକରି କରି ତରବରିଆ ଭାବେ ସାରି ଦେଇ ଉଦଘାଟନ କରି ଦେବାକୁ ପ୍ରଶାସନ ଚାହୁଁ ଥିବା ବେଳେ ଏଭଳି ଅନିୟମିତତା କୁ ବିରୋଧ କରି ବିଦ୍ୟାଳୟକୁ ତାଲା ପକେଇ ଗେଟ ସମ୍ମୁଖରେ ଧାରଣା ରେ ବସିଥିଲେ ଗ୍ରାମବାସୀ। ଖାଲି ଜଗନ୍ନାପୁର ହାଇସ୍କୁଲ ନୁହଁ ବିଂଝାରପୁର ସୟଦପୁର ର ସର୍ବ ପୂରାତନ ବ୍ରଜସୁଅନ୍ଦର ଉଚ୍ଚ ବିଦ୍ୟାଳୟ, ପ୍ରିତିପୂର୍ ର ବିବି ହାଇସ୍କୁଲ, କପିଳା ର ଏସ ଜି ହାଇସ୍କୁଲ, ସିଂହପୁର ସ୍କୁଲ୍ ଭଳି ବ୍ଲକ୍ ର ଅନେକ ବିଦ୍ୟାଳୟ କୁ ୫ଟି ମାଧ୍ୟମରେ ସ୍ମାର୍ଟ୍ ସ୍କୁଲରେ ପରିଣତ କରାଇଥିବା ବେଳେ ଏସବୁ କାର୍ଯ୍ୟ କୁ ସମ୍ପୂର୍ଣ ଠିକା ସଂସ୍ଥା ଓ କାର୍ଯ ତଦାରଖ ପାଇଁ ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ ହୋଇଛି ଲୁଟ। ଏସବୁ ଉପରେ ରାଜ୍ୟ ସରକାର, ୫ ଟି ସଚିବ କି କଢାପଦକ୍ଷପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳ ବାସୀ ଦାବୀ କରୁଛନ୍ତି।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *