ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣୀ

ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣୀ

ଫୋକସ ପ୍ଲସ 13/6/22(କନ୍ଧମାଳ): ସୋମବାର ବ୍ଳକ ପରିସରରେ କନ୍ଧମାଳ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପାଳ ଡଃ.ବୃନ୍ଦା ଡି କନ୍ଧମାଳ ଏସପି ମିଳିତ ଅଗ୍ରୱାଲ , ପିଡି ପିଅର ଡିଏ ବିଶ୍ବରଂଜନ ନାୟକ ,ଉପ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ , ପିଏଆଇ ଟି ଡି ଏ ମଧୁସୂଦନ ବେହେରା ବାଲିଗୁଡା ରାଇକିଆ ବ୍ଳକ ଅଧକ୍ଷ ପ୍ରିତମ ଚନ୍ଦ୍ର ନାୟକ , ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ଟୁଳ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରତ ଚନ୍ଦ୍ର ପାଢି । ବ୍ଳକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଏବଂ ଜିଲ୍ଲା ପରିଷଦ ଉପସ୍ଥିତ ରହିଥିଲେ । ପାଣି ସମସ୍ୟା , m g n r s ଟଙ୍କା ବିଭିନ୍ନ ପ୍ରକାରର ୧୦୬ ଟି ଅଭିଯୋଗ ଗ୍ରହଣ କରିଥିଲେ ଜିଲ୍ଲା ଡଃ ପାଳ ବୃନ୍ଦା ଡି ।ଏହି ପରି ଭିନ୍ନକ୍ଷମ ମାନଙ୍କର ଅଭିଯୋଗ ପ୍ରଥମେ ଗ୍ରହଣ କରାଯାଇଥିଲା । ଜିଲ୍ଲା ପାଳ ସମସ୍ତ ଙ୍କର ସମସ୍ୟା ଉପରେ ନିରୀକ୍ଷଣ କରି ସେହି ସମସ୍ୟାର କେଉଁ ବିଭାଗର ତାହା ଦେଖି ସମାଧାନ କରିବା ପାଇଁ ସେହି ବିଭାଗ ର ମୁଖ୍ୟା ଙ୍କୁ ପରାମର୍ଶ ଦେଇଥିଲେ । ଅଭିଯୋଗ କାରୀମାନେ ଅପେକ୍ଷାରେ ଏବେ ଯେ କେବେ ସେମାନଙ୍କର ସମସ୍ୟାର ସମାଧାନ ହେବ ।

ରାଇକିଆରୁ ଶ୍ୱେତ ଦିଗଳ ଙ୍କ ରିପୋଟଫୋକସ ପ୍ଲସ |

Related post

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ବନ ବିଭାଗ ର ନିଷ୍କ୍ରିୟତା, ବୃଦ୍ଧି ପାଉଛି ବେଆଇନ କରତକଳ

ଫୋକସ ପ୍ଲସ (ନିମାପଡ଼ା) ୦୭/୦୭/୨୦୨୨: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅସ୍ତରଙ୍ଗ ଓ ଗୋପ ବନାଞ୍ଚଳ ରେଞ୍ଜର ଙ୍କ ନିଷ୍କ୍ରିୟତା କାରଣ ରୁ ନିମାପଡା, ଗୋପ, ତୁଳସୀପୁର, ଆମ୍ପୋର,ବେଲପଡା,…
ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଦୃଷ୍ଟିହୀନ ଟ୍ଵେଣ୍ଟି-୨୦ ବିଶ୍ଵକପ୍ ସମ୍ଭାବ୍ୟ ଦଳରେ ନକୁଳ ବଡନାୟକ

ଫୋକସ ପ୍ଲସ (ଲମତାପୁଟ) ୦୭/୦୭/୨୦୨୨: ଆଦିବାସୀ ଅଦ୍ୟୁଷିତ କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ୍ ବାଲେଲ ପଞ୍ଚାୟତ ପିପଲପୁଟ ଗ୍ରାମର ଗୋରିବ ଆଦିବାସୀ ପରିବାରର ଯୁବକ ନକୁଳ ବଡନାୟକ…
ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷାବୃତି କରୁଛନ୍ତି ସ୍ତ୍ରୀ

ଫୋକସ ପ୍ଲସ (ଜଳେଶ୍ୱର) ୦୭/୦୭/୨୦୨୨: ହସପିଟାଲ ବେଡ୍ ରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ବାମୀ , ଏପଟେ ସ୍ବାମୀ ଙ୍କ ଜୀବନ ବଞ୍ଚାଇବା ପାଂଇ…

Leave a Reply

Your email address will not be published.