ବିଶ୍ୱ ହସ୍ତୀ ଦିବସ

ବିଶ୍ୱ ହସ୍ତୀ ଦିବସ

ଫୋକସ ପ୍ଲସ(ବ୍ୟୁରୋ)୧୨/୦୮/୨୦୨୨: ଆଜି ଅଗଷ୍ଟ ୧୨ ତାରିଖ ବିଶ୍ୱ ହସ୍ତୀ ଦିବସ l ହାତୀ ବଂଶ ଲୋପ ପାଉଥିବା ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି l କୋଉଠି ନା କୋଉଠି ପ୍ରତିଦିନ ହାତୀ ମୃତ୍ୟୁ ର ଖବର ଶୁଣିବାକୁ ମିଳୁଛି l କେତେବେଳେ ମୂଲ୍ୟବାନ ଦାନ୍ତ ପାଇଁ ଶିକାରୀ ହାତରେ ଜୀବନ ଯାଉଛି ତ ଆଉ କେତେବେଳ ଟ୍ରେନ ଲାଇନ, ବିଦ୍ୟୁତ ଆଘାତରେ l କୋଉଠି ଖାଲ ରେ ପଡି ଦୀର୍ଘ ସମୟ ସଂଘର୍ଷ ପରେ ହାରି ଯାଉଛି ଜୀବନ lଜଙ୍ଗଲରେ ବାସ କରି ହାତୀ ନିଜକୁ ସୁରକ୍ଷିତ ଭାବେ l ହେଲେ ସ୍ବର୍ଥୀ ମଣିଷ ଜଙ୍ଗଲ କାଟି ପଦା କରିସାରିଲାଣି ଏମିତି ରେ କୁଆଡେ ଯିବେ ଏହି ନିରୀହ ପଶୁ | ଏମିତି ଲାଗୁଛି ସେଇ ସମୟ ଆଉ ବେଶୀଦିନ ନୁହେଁ ଯେଉଁଦିନ ଆମ ଆଗାମୀ ପିଢ଼ିମାନଙ୍କ ପାଇଁ ହୁଏତ ଗଜରାଜ ଦେଖିବା ସ୍ବପ୍ନ ହୋଇଯିବ |

ତେବେ 2020 ରେ କେରଳ ବନାଧିକାରୀଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏକ ହାତୀ ମୃତ୍ୟୁର ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା |ଯେବେ ଗୋଟେ ମା ହେବାକୁ ଯାଉଥିବା ହାତୀ ଟି ଖାଦ୍ୟ ଅନେସ୍ବଣ ରେ ଆସି ଅମାନବିକ ମଣିଷ ହାତରେ ପଡି ମୃତ୍ୟୁ ବରଣ କରିଥିଲା |ମୁହଁ ପୋଡିଯିବା କାରଣରୁ କିଛିଦିନ ପାଣି ଭିତରେ ରହି ଯନ୍ତ୍ରଣା ରେ ଛଟପଟ ହୋଇ ବଞ୍ଚିବାକୁ ସଂଘର୍ଷ କରି ଶେଷରେ ହାରି ଯାଇଥିଲା ଜୀବନ ଯୁଦ୍ଧରେ |ଆଉ ସାଙ୍ଗରେ ଚାଲିଗଲା ଦୁନିଆ ନଦେଖିଥିବା ତାର ନିରୀହ ଶିଶୁ | ତେବେ ତଦନ୍ତରୁ ଜଣା ପଡିଥିଲା ଯେ, କେହି ଜଣେ ବ୍ୟକ୍ତି ମା ହାତୀଟିକୁ ଅଫୁଟା ବାଣରେ ଅଗ୍ନି ସଂଯୋଗ କରି ଖାଇବାକୁ ଦେଇଥିଲା |ହାତୀଟି ଖାଇବା ପରେ ବାଣ ଟି ତାର ପାଟି ଭିତରେ ହିଁ ବିସ୍ଫୋରଣ ହୋଇଥିଲା ଫଳରେ ଯନ୍ତ୍ରଣା ସହି ନପାରି ଜୀବନ ବଞ୍ଚାଇବା ପାଇଁ 4 ଦିନ ଧରି ଏକ ପୋଖରୀରେ ଫସି ରହିଥିଲା | ଶେଷରେ ଆଖିବୁଜି ଥିଲା ମା ହାତୀ | ବୁଝି ପାରିନଥିଲା ମଣିଷ ରଚିଥିବା ତାର ମୃତ୍ୟୁର ଷଡଯନ୍ତ୍ରର ଜାଲକୁ |ଏମିତି ଅନେକ ଘଟଣା ଘଟୁଛି ଯେଉଁଥିପାଇଁ ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲେଣି ଗଜରାଜ ବଂଶ l

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *